ଲେଖିକା ଶୁଭଶ୍ରୀ ମହାପାତ୍ରଙ୍କ ଆଲେଖ୍ୟ ଆଦର୍ଶ ପୁଅର ସଂଘର୍ଷ (୨), ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ପୂର୍ବ ଭାଗରେ ପାଠକ ମାନେ ସୈାରଭ ବିଷୟରେ ପଢି ଥିଲେ। କିପରି ସୈାରଭ ନିଜ ପରିବାର ଲୋକଙ୍କୁ ଖୁସି କରିବାକୁ ଯାଇ ନିଜ ଇଚ୍ଛାକୁ ମନରେ ମାରି ଏକ ଆଦର୍ଶ ପୁଅ ହେବା ପାଇଁ ସଂଘର୍ଷ କରେ।

ବହୁତ ଜଣ ଚିନ୍ତା କରୁ ଥିବେ ଯେ ନିଜ ପରିବାର ଲୋକଙ୍କୁ ଖୁସି କରିବା, ନିଜ ମାଆ, ବାପାଙ୍କୁ ସମ୍ମାନ ଦେବା କଣ ଭୁଲ୍।
ନାହିଁ ଆଜ୍ଞା ବିଲକୁଲ୍ ବି ଭୁଲ୍ ନାହିଁ।
କିନ୍ତୁ ମାଆ ବାପାଙ୍କୁ ମଧ୍ୟ ନିଜ ପିଲା ମାନଙ୍କ ମନକୁ ବୁଝିବାକୁ ହେବ।
ତାଙ୍କ ଉପରେ କୌଣସି ପ୍ରକାର ଚାପ ପକେଇବା କଣ ଠିକ।
ବାପା ମାଆ ସବୁବେଳେ ନିଜ ସନ୍ତାନର ଭଲ ଚିନ୍ତା କରନ୍ତି, କିନ୍ତୁ ନିଜ ରୂଢି ବାଦି ଚିନ୍ତା ଧାରାର ଚାପରେ ତାଙ୍କୁ ଚାପି ବାନ୍ଧି ରଖିବା ବି ଭୁଲ୍।
ଆସନ୍ତୁ ଜାଣିବା ଆଗକୁ ସୈାରଭ କଣ କରିବ।
ପୂର୍ବ ଭାଗରେ ପାଠକ ମାନେ ପଢି ଥିଲେ ସୋରଭ ସିପ୍ରା ନାମ୍ନୀ ଜଣେ ଝିଅକୁ ଭଲ ପାଏ।
ସିପ୍ରା ମଧ୍ୟ ସୈାରଭକୁ ପସନ୍ଦ କରେ।
ଉଭୟ ନିଜ ପରିବାର ଲୋକଙ୍କୁ ଜାଣନ୍ତି କିନ୍ତୁ ସୈାରଭର ବାପା ରାଜି ହୁଅନ୍ତି ନାହିଁ, ସେ ତାଙ୍କ ଜଣେ ପରିଚିତ ବନ୍ଧୁଙ୍କ ଝିଅକୁ ସୈାରଭ ପାଇଁ ଠିକ କରିଥାନ୍ତି।
ସେ ଝିଅ ବୟସରେ ସୈାରଭ ଠାରୁ ବହୁତ୍ ଛୋଟ ଥାଏ, ସୈାରଭ ତାକୁ ପସନ୍ଦ କରେ ନାହିଁ, ସେହି ଝିଅର ବ୍ୟକ୍ତିତ୍ଵ ସୌରଭକୁ ପସନ୍ଦ ଆସେ ନାହିଁ।
ସେ ଜିଦ୍ କରି ଘରେ କୁହେ,ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରେ, ଶେଷରେ ତା ଜିଦ୍ ଆଗରେ ଘର ଲୋକ ମାନେ ରାଜି ହୁଅନ୍ତି କିନ୍ତୁ ବାହାଘର ପର୍ଯ୍ୟନ୍ତ ଛୋଟ ଛୋଟ କଥାରେ ମନୋମାଲିନ୍ୟ ଲାଗି ରହିଥାଏ।
ସୈାରଭ ଓ ସିପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇ ନିଜ ନୂତନ ଜିବନ ଆରମ୍ଭ କରନ୍ତି।
ନିଜ ମନରେ ଅସୁମାରୀ ସ୍ବପ୍ନ ନେଇ ସିପ୍ରା ନିଜ ନୂଆ ପରିବାରକୁ ଆସେ।
ସମସ୍ତଙ୍କୁ ସବୁ ବେଳେ ଖୁସି କରିବା ପାଇଁ ଚେଷ୍ଟା କରେ।
ଘରର ସବୁ କାମ କରିବା ପରେ ମଧ୍ୟ ସେ ନିଜ ଶାଶୂଙ୍କୁ ସନ୍ତୁଷ୍ଟ କରିବାକୁ ସକ୍ଷମ ହୁଏ ନାହିଁ।
ଛୋଟ ଛୋଟ କଥାରେ ତାକୁ ତିକ୍ତକଟୁ କଥା ଶୁଣିବାକୁ ମିଳେ।
ମନ ଦୁଃଖରେ ରୁହେ ସିପ୍ରା,ନା ନିଜ ଘରେ କହି ପରେ ନା ସୈାରଭକୁ।
କିନ୍ତୁ ସୈାରଭ ଏ ସବୁ ଲକ୍ଷ୍ୟ କରି ପରେ ସବୁ ବେଳେ ହସ ହସ ମୁହଁ ଥିବା ସିପ୍ରା ଏବେ ଚୁପ୍ ଚାପ୍ ରୁହେ।
କଣ କରିବ ସୈାରଭ କିଛି ଚିନ୍ତା କରି ପାରେନି।
ସଂଘର୍ଷ କରୁ ଥାଏ ନିଜ ମନ ଭିତରେ କିପରି ସବୁ କିଛି ଠିକ କରିବ।
ସିପ୍ରା ମଧ୍ୟ ତାକୁ ସହଯୋଗ କରୁ ଥାଏ।
ଶେଷରେ ସୈାରଭ ନିଷ୍ପତ୍ତି ନିଏ କି ବାପାଙ୍କ ସାଙ୍ଗରେ କଥା ହବ।
ସୈାରଭ ବାପାଙ୍କ ସହ କଥା ହୁଏ ନିଜ ମନ କଥା ଜଣାଇ କୁହେ,ସେ ନିଶ୍ଚିନ୍ତ ଥାଏ ଯେ ବାପା ତା କଥା ବୁଝିବେ, ହେଲେ ଇଏ କଣ ବାପା ତାକୁ ରାଗି କୁହନ୍ତି ତୁମ ଦୁଇ ଜଣଙ୍କୁ ଯଦି ଅସୁବିଧା ହେଉଛି ତେବେ ତୁମେ ଅଲଗା ରହିପାର।
ସେହି ମୁହୂର୍ତ୍ତରେ ଭାଙ୍ଗି ପଡେ ସୈାରଭ ବାପା ମଧ୍ୟ ତାକୁ ବୁଝି ପାରିଲେ ନାହିଁ।
ପରିବାର ଲୋକଙ୍କ ମଧ୍ୟରେ ଯଦି ଅସୁବିଧା ହୁଏ ତେବେ କଣ ତାଙ୍କୁ ଅଲଗା କରି ଦିଆଯାଏ।
ଭୁଲ୍ କୋଉଠି ଆଉ କାହାର, ବାପା ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରି ପାରିଥାନ୍ତେ,କଣ ବୋହୂ ଆସିବା ପରେ ପୁଅ ଆଉ ବାପା ମାଆଙ୍କ ରୁହେ ନାହିଁ।
କଣ ବୋହୂକୁ ଆମେ ଝିଅ ପରି ଭାବି ପାରିବା ନାହିଁ।
ନିଜ ପରିବାର ଛାଡ଼ି, ନିଜ ଘର ଛାଡ଼ି ଯିଏ ସବୁଦିନ ପାଇଁ ତମ ଘରକୁ ନିଜର ଭାବି ଆସେ, ନିଜେ କଷ୍ଟ ସହି ତମ ବଂଶକୁ ଆଗକୁ ବଢାଇ ଥାଏ ତାକୁ କଣ ଝିଅ ପରି ଭାବିବା ମନା।
ଏମିତି ଅନେକ ପ୍ରଶ୍ନରେ ସୈାରଭର ମନ ଆନ୍ଦୋଳିତ ହୋଇଥାଏ।
ନିଦ ହୁଏ ନାହିଁ ତାକୁ।
କଣ କରିବ ସେ ଆଗକୁ କିଛି ଚିନ୍ତା କରି ପାରୁନଥିଲା।

Leave a Reply