ସ୍ଵାଭିମାନ ମଞ୍ଚର ସ୍ଵର ଶାଣିତ ପାଇଁ କର୍ମକର୍ତ୍ତା ପରିବର୍ତ୍ତନ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ l ଲୋଇସିଂହା ସ୍ୱାଭିମାନ ମଞ୍ଚର ବଦଳିଲେ କର୍ମକର୍ତ୍ତା I ମଞ୍ଚର ସ୍ୱରକୁ ଆହୁରି ଶାଣିତ କରିବା ପାଇଁ କର୍ମକର୍ତ୍ତା ପରିବର୍ତ୍ତନ କରାଯାଇଛି I ଏନେଇ ବୁର୍ଡlରେ ଏକ କୋର୍ କମିଟି ବୈଠକ ଡକାଯାଇ ସର୍ବସମ୍ମତିକ୍ରମେ ନୂଆ କର୍ମକର୍ତ୍ତା ବଛା ଯାଇଛି I ମଞ୍ଚର ନୂଆ ସଭାପତି ଭାବେ ଜଗବନ୍ଧୁ ପଧାନଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ଭରତ ଭୂଷଣ ପ୍ରଧାନଙ୍କୁ ଦାୟିତ୍ଵ ଦିଆଯାଇଛି I ସମ୍ପାଦକ ଅନନ୍ତ ପଧାନଙ୍କ ପଦ ଅପରିବର୍ତ୍ତିତ ରହିଛି I

ଦୀର୍ଘ ଦେଢ ବର୍ଷ ହେଲା ଅସ୍ଥାୟୀ ସଭାପତି ଯୋଗୁଁ ଲୋଇସିଂହା ସ୍ୱାଭିମାନ ମଞ୍ଚର କାର୍ଯ୍ୟକ୍ରମ ଟିକିଏ ଧିମେଇ ଯାଇଥିଲା I ପଦଯାତ୍ରା, ପ୍ରତିଷ୍ଠା ଦିବସ ପାଳନ ବ୍ୟତୀତ ସେଭଳି ଠୋସ୍ କାର୍ଯ୍ୟକ୍ରମ ହୋଇ ପାରି ନଥିଲା I ଅବଶ୍ୟ ନିହାର ବେହେରା ବିରୋଧୀ ଅଭିଯାନ ଜାରି ରହିଥିଲା I ଏବେ ଏହି ଅଭିଯାନକୁ ଆହୁରି ଶାଣିତ କରିବା ପାଇଁ ମଞ୍ଚର ସ୍ଥାୟୀ ସଭାପତି ଜଗବନ୍ଧୁ ପଧାନ ଓ ଉପସଭାପତି ଭାବେ ଭରତ ଭୂଷଣ ପ୍ରଧାନଙ୍କୁ ନୂଆ ଦାୟିତ୍ଵ ଦିଆଯାଇଛି I ଏପରିକି ନିହାର ବେହେରା ବିରୋଧରେ ଜୋରଦାର ବିରୋଧ କରାଯିବାକୁ ପ୍ରସ୍ତାବ ମଧ୍ୟ ରଖାଯାଇଛି I ଗତ 2019ରେ ସ୍ୱାଭିମାନ ମଞ୍ଚର ତୀବ୍ର ବିରୋଧ ଯୋଗୁଁ ନିହାର ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ I ଏଥର ପୁଣି ବ୍ୟାପକ ଆନ୍ଦୋଳନ ପାଇଁ ସଜବାଜ ଚାଲିଛି I ଦେଖାଯାଉ ନିହାର ବେହେରାଙ୍କ ଟିକେଟ କାଟିବାରେ କେତେ ସଫଳ ହେଉଛି ସ୍ୱାଭିମାନ ମଂଚ I

Leave a Reply