ଜେଏସ୍ଏମ୍ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଡ଼ିଶାବଡ଼ ଖବର

ବଲାଙ୍ଗିର, ଏନ୍ଏନ୍ ବ୍ୟୁରୋ l ସ୍ଥାନୀୟ ସାମ୍ବାଦିକ ଭବନରେ ଜେଏସ୍ଏମ୍ କଲେଜ ଅଫ୍ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ଼ର ପୂର୍ବତନ ସାଂସଦ ଡ. ପ୍ରଭାସ ସିଂହ ଯୋଗ ଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ନେଇ ଆମର ଶିକ୍ଷା ବ୍ୟବସ୍ଥା ହେବା ସହ ଶିକ୍ଷାଦାନ ବ୍ୟତୀତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ୟାରିୟର କାଉନସେଲିଂ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏ ଅବସରରେ କଲେଜର ଦୀପକ ସ୍ୱାଇଁ, ଯୁଗେଶ୍ୱର ଶବର, ପଦ୍ମାଳୟା ଷଡ଼ଙ୍ଗୀ, ସନ୍ଧ୍ୟା ଶର୍ମା, ଅନ୍ଵେଷା ପୂଝାରୀ, ମନୀଷା ରାଣୀ ପୁଝାରୀ, ପ୍ରାଂଶୁ ଅଗ୍ରୱାଲଙ୍କୁ ମିଷ୍ଟର ଆଣ୍ଡ ମିସେସ୍ ଜେଏସଏମ ଆୱାର୍ଡ ପ୍ରଦାନ କରାଯାଇଥିଲା।

ସଭା ପ୍ରାରମ୍ଭରେ କଲେଜର ଅଧ୍ୟକ୍ଷା ଡ. ମନସ୍ମିତା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଵା ବେଳେ ଭାଇସ ପ୍ରିନ୍ସିପାଲ ଏ. ଵି ରାମ ଲିପ୍ସା ଅତିଥି ପରିଚୟ ପ୍ରଦାନ କରିଥିଲେ । କଲେଜର ଚେୟାରମ୍ୟାନ ସିଏ ଶ୍ରୀକାନ୍ତ ଶର୍ମାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଫେରୱେଲ ସେରିମୋନୀରେ କଲେଜର ଉପଦେଷ୍ଟା ମନୋରଞ୍ଜନ ସାହୁ ମଂଚାସୀନ ରହି ବିଦାୟକାଳୀନ ଉତ୍ସବ ବାବଦରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଵକ୍ତା ଭାବରେ ରସରାଜ ଅଚ୍ୟୁତ ପୁରୋହିତ ମଂଚାସୀନ ରହି ଏହି ଅନୁଷ୍ଠାନରୁ ଶିକ୍ଷା ଗ୍ରହଣ କରି ଯାଇଥିବା ଶିକ୍ଷାର୍ଥୀମନେ ଅର୍ଜନ କରିଥିବା ଶିକ୍ଷାକୁ ପରବର୍ତ୍ତୀ ଜୀବନରେ ପ୍ରୟୋଗ କରି ନିଜକୁ ଏକ ସୁନାଗରିକ ଭାବରେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ।

ଚଳିତ ଶିକ୍ଷା ବର୍ଷରେ କଲେଜର ଯୁକ୍ତ ୩ ପାସ୍ ଆଉଟ୍ ଛାତ୍ରଛାତ୍ରୀମାନଙ୍କୁ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l
କଲେଜ ଅଧ୍ୟୟନ ସମୟର ସ୍ମୃତି ଏବଂ  ଏକ ଘରୋଇ ବାତାବରଣ ମଧ୍ୟରେ ଅଧ୍ୟାପକମାନଙ୍କ ଶିକ୍ଷାଦାନ ତଥା କଲେଜ ପ୍ରତି ରହିଥିବା ଆନୁଗତ୍ୟକୁ ଛାତ୍ରଛାତ୍ରୀମାନେ ମନେ ପକାଇଥିଲେ। ସଭା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ନାଚଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶେଷରେ କଲେଜର ଅଧ୍ୟକ୍ଷା କ୍ରିଷ୍ଣା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।