About Us

ସମୟ ସହ ବଦଲୁଛି ମଣିଷର ରୁଚି। ଯେ ଯା କାମରେ ବ୍ୟସ୍ତ। ଧୈର୍ଯ୍ୟ, ଅପେକ୍ଷା କାହା ପାଖରେ ନାହିଁ। ବ୍ୟସ୍ତବହୁଳ ଜୀବନରେ ନିମିଶେକରେ ସବୁ ଜାଣିବା ପାଇଁ ସମସ୍ତେ ଇଛୁକ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଛପାରୁ ଡିଜିଟାଲ ସଂସ୍କରଣକୁ ଓହ୍ଲାଇଛି ନବନୀତା
ଏଣିକି ଆଉ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଗୋଟିଏ କ୍ଲିକରେ ଆପଣଙ୍କ ହାତ ପାହାନ୍ତାରେ ୱାର୍ଡରୁ ୱାଲ୍ଡ ଯାଏ ଖବର। ବଡ଼ ବଡ଼ ଘଟଣାବଳୀ, ତାଜା ଖବର, ଅପରାଧ, ରାଜନୀତି, ସମୀକ୍ଷା, ଆଲୋଚନା ସମାଲୋଚନା, ଖେଳ, ସିନେମା, ଫିଚର୍, ସାହିତ୍ୟ ସଂପର୍କରେ ଟିଟ୍ ବିଟ୍ ଅପଡେଟ୍।

ଓଡ଼ିଆ ଭାଷା ପ୍ରଚାର ପ୍ରସାର ଉର୍ଦ୍ଦେଶ୍ୟରେ ଗତ ୨୦୦୮ ମସିହାରୁ ଫିଚରଧର୍ମୀ ପତ୍ରିକା ନବନୀତା ନିୟମିତ ଭାବେ ପ୍ରକାଶିତ ହୋଇଆସୁଛି। ଏକ ଦଶନ୍ଧି ହେଲା ନୂଆ ନୂଆ ଲେଖକ, ଅବହେଳିତ କବି ଗାଳ୍ପିକଙ୍କୁ ପରିଚିତ କରାଇବାରେ ଅହମ୍ ଭୂମିକା ନିଭାଇଛି। ଏହା କେବଳ ନବନୀତା ପରିବାର ନୁହେଁ, ଲେଖକ, ପାଠକ ପାଠିକା, ଶୁଭଚିନ୍ତକ, ବିଜ୍ଞାପନଦାତାଙ୍କ ସହଯୋଗରେ ହିଁ ସମ୍ଭବ।

କିନ୍ତୁ, ଏବେ ପତ୍ରିକା ପ୍ରକାଶନ ବ୍ୟୟ ବହୁଳ ହେବା ସତ୍ତ୍ୱେ କିଣିବା ପାଇଁ ଲୋକଙ୍କ ସେଭଳି ରୁଚି ରହୁନି। ମାଗଣା ସେବା ନତୁବା ଡିଜିଟାଲରେ ଜାଣିବା ପାଇଁ ଆଗଭର। ଏଥିପାଇଁ ନବନୀତା ଏବେ ଡିଜିଟାଲ ଦୁନିଆରେ ପାଦ ଥାପିଛି। ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉପଲବ୍ଧ।www.thenabaneeta.in