420 କପା ଦଲାଲ୍ ପ୍ରଦୀପ ପଟେଲ୍, ଥାନାରେ ମାମଲା

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I କପା ଚାଷୀକୁ ଠକେଇ ନେଇ ଦଲାଲ ନାଁରେ ମାମଲା I ପାଖାପାଖି 7 ଲକ୍ଷ ଟଙ୍କାର ଠକେଇ ନେଇ ପୁଇଁତଳା ଥାନାରେ ମାମଲା ରୁଜୁ ହୋଇଛି I ଅଭିଯୁକ୍ତ ତଥା କପା ଦଲାଲମ ପ୍ରଦୀପ ପଟେଲ ଓ ସୁଜିତ ଭୋଇ କପା ଚାଷୀର ଲକ୍ଷ ଲକ୍ଷ ଟଙ୍କା ହଡପ ଉଦ୍ୟମ କରିଥିଲେ I ଅଭିଯୋଗ ଅନୁସାରେ ବିଲାଇସର୍ଡାର କପା ଚାଷୀ ତ୍ରିଭାଲିକା ରେଡ୍ଡୀଙ୍କ 108 କ୍ୱିଣ୍ଟାଲ 40 କେଜି କପାର ଟଙ୍କା ନଦେଇ ଦଲାଲ ପ୍ରଦୀପ ପଟେଲ ନେଇ ଯାଇଥିଲା I ଏପରିକି 6 ଲକ୍ଷ ଟଙ୍କାର ଫେକ୍ ଆରଟିଜିଏସ୍ ମେସେଜ୍ ପଠାଇ କପା ନେଇଥିଲେ I ହେଲେ ଟଙ୍କା ଚାଷୀର ଏକାଉଣ୍ଟରେ ଜମା ନହେବାରୁ ସେ ଦଲାଲ ସୁଜିତ ଭୋଇକୁ ଫୋନ କରିଥିଲେ I କିନ୍ତୁ ସେ କପା ଗାଡି ଚୋରି ହୋଇଯାଇଥିବା କହିଥିଲେ I ଏହାପରେ କପା ଚାଷୀ ମୁଖ୍ୟ ଦଲାଲ ପ୍ରଦୀପ ପଟେଲକୁ ଯୋଗାଯୋଗ କରିଥିବା ବେଳେ ସେ ଏନେଇ କିଛି ଜାଣିନଥିବା କହିଥିଲେ I ଶେଷରେ ନିରୁପାୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ I ଘଟଣାକୁ ପୋଲିସ ଗୁରୁତର ଭାବେ ନେଇ ଗାଡିକୁ ଠାବ କରିବା ସହ ଅଭିଯୁକ୍ତ ପ୍ରଦୀପ ପଟେଲ ଓ ସୁଜିତ ଭୋଇ ନାଁରେ 420 ଓ 419 ଦଫା ରୁଜୁ ହୋଇଛି I କପା ହଡ଼ପ ଯୋଜନା ଫେଲ ମାରିବା ପରେ ଗିରଫ ଭୟରେ ଚାଷୀଙ୍କୁ ମନାଇବା ପାଇଁ ଉଦ୍ୟମ କରିଥିଲା ଦଲାଲ I ଏବଂ 7 ଲକ୍ଷ ଟଙ୍କାରୁ ସାଢେ 6 ଲକ୍ଷ ଟଙ୍କା ଦେବାକୁ ଚାଷୀ ସହ କଥା ଛିଣ୍ଡି ଥିଲା I ଚାଷୀକୁ ସବୁ ଟଙ୍କା ଦେବା ପରେ ମାମଲା ଶାନ୍ତ ପଡିଥିଲା I କିନ୍ତୁ ଦଲାଲ ପାଖରେ ଚାଷୀର ଆହୁରି ସାଢେ 3 ଲକ୍ଷ ଟଙ୍କା ବାକି ଥିବା ଜଣା ପଡିଛି I ସେ ଟଙ୍କା ନ ଦେବା ପାଇଁ ଦଲାଲ ପ୍ରଦୀପ ପଟେଲ ବିଭିନ୍ନ ବାହାନା ମାରୁଛି I କେବଳ କପା ନୂହେଁ ସାରରେ ଅନ୍ୟ ସମାଗ୍ରୀ ମିଶାଇ ବିକ୍ରି କରୁଥିବାରୁ ପ୍ରଦୀପ ପଟେଲର ଦୋକାନରେ ରେଡ୍ ହୋଇଥିଲା I ଏଥିରୁ ସ୍ପଷ୍ଟ ଯେ କପା ଦଲାଲ୍ ପ୍ରଦୀପ ପଟେଲ ଲୋକଙ୍କୁ ଚୁନା ଲଗାଇବା ଏକ ନିତିଦିନିଆ ଅଭ୍ୟାସ I 

Leave a Reply