ପୋଲିସ ହାବୁଡରେ ଟ୍ରାକ୍ଟର ଚୋରି ଗ୍ୟାଙ୍ଗ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ପୋଲିସ ହାବୁଡ଼ରେ ଟ୍ରାକ୍ଟର ଚୋରି ଗ୍ୟାଙ୍ଗ। ଗ୍ୟାଙ୍ଗର ୫ ଜଣକୁ ଗିରଫ କରିବାରେ ସଫଳ ହୋଇଛି ଖପ୍ରାଖୋଲ ପୋଲିସ। ତାସହ ଚୋରି ୪ଟି ଟ୍ରାକ୍ଟର , ଗୋଟିଏ ପିକଅପ ଗାଡି ଓ ୧୦ଟି ଖାଲି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା। ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରହିଛି।

ପୋଲିସ ସୂଚନା ଅନୁସାରେ, ଗତ ମାସ ୨୮ ତାରିଖରେ ଖପ୍ରାଖୋଲ ଥାନା ବୈଜଳସାଗର ଗାଁର ହୃଦାନନ୍ଦ ସାହୁଙ୍କ ଘର ସମ୍ମୁଖରୁ ଟ୍ରାକ୍ଟର ଚୋରି ହୋଇ ଯାଇଥିଲା। ଏନେଇ ହୃଦାନନ୍ଦ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଖପ୍ରାଖୋଲ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ ହୋଇଥିଲା। ଗୁରୁବାର ରାୟପୁରରୁ ଗୋଟିଏ ଟ୍ରାକ୍ଟର ଜବତ କରିଥିବା ବେଳେ ତିନୋଟି ଟ୍ରାକ୍ଟର ଲାଠୋର ଥାନା ଅନ୍ତର୍ଗତ ମସିଣା ଗାଁରୁ ଜବତ କରାଯାଇଛି। ତାସହ ୫ ଜଣ ଅଭିଯୁକ୍ତ କୁ ଗିରଫ କରାଯିବା ସହ ଗୋଟିଏ ପିକ ଅପ୍ ଗାଡ଼ି ଓ ଏକ ବାଇକ୍ ମଧ୍ୟ ଜବତ ହୋଇଛି। ଏବଂ ଗିରଫ ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ଆହୁରି ତଦନ୍ତ ଜାରି ରହିଥିବା ବେଳେ ଏଥିରେ ଯାହାର ସଂପୃକ୍ତି ଆସିବ ତାକୁ ଗିରଫ କରାଯିବାକୁ ପୋଲିସ ସୂଚନା ଦେଇଛି।

Leave a Reply