ଜମୁଛି ବିଲାଇସର୍ଡା ବିମଲେଇ ମହୋତ୍ସବ

ଓଡ଼ିଶାମନୋରଞ୍ଜନରାଜନୀତିସାହିତ୍ୟ ଓ ସଂସ୍କୃତି

ଏନ୍ଏନ୍ ବ୍ୟୁରୋ। ଜମୁଛି ବିମଲେଇ ମହୋତ୍ସବ। ନୃତ୍ୟଗୀତରେ ଦୁଳୁକୁଛି ବିଲାଇସର୍ଡା ମିନି ଷ୍ଟାଡିୟମ। ପୁଇନ୍ତଲା ବ୍ଲକ୍ ବିଲାଇସର୍ଡାରେ ଦ୍ୱିତୀୟ ବିମଲେଇ ମହୋତ୍ସବ ଜୋରସୋରରେ ଚାଲିଛି। ମହୋତ୍ସବ ସଭାପତି ଭରତ ଭୂଷଣ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦ୍ବିତୀୟ ସନ୍ଧ୍ୟାରେ ପୁର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଡ. ପ୍ରଭାସ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଗାମୀ ବର୍ଷ ମହୋତ୍ସବ କେମିତି ବ୍ୟାପକ ଭାବରେ ହେବା ସହ ସରକାରୀ ସହାୟତା ମିଳି ପାରିବ ସେନେଇ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ପ୍ୟାକ୍ସ ସଭାପତି ଉମେଶ ପଧାନ ଯୋଗ ଦେଇ ଚାଷୀଙ୍କ କଥା ଉଠାଇଥିଲେ। ଚାଷୀ ଏକଜୁଟ ହୋଇ ଲଢ଼ିଲେ କେବେ ଶୋଷଣର ଶିକାର ହେବେ ନାହିଁ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେବି ଜେଡ଼ି ନେତ୍ରୀ ରଞ୍ଜୁ ରାଇମନ ଯୋଗ ଦେଇଥିଲେ। ସେହିପରି ସ୍ଥାନୀୟ ସରପଞ୍ଚ ସୁଶାନ୍ତ ଛତ୍ରିଆ ଓ ସମିତି ସଭ୍ୟ ସୁରେନ୍ଦ୍ର ବୁଡେକ୍ ପ୍ରମୁଖ ମଞ୍ଚାସୀନ ଥିଲେ। ସଭା କାର୍ଯ୍ୟ ଶେଷ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କୁନି କୁନି କଳାକାରଙ୍କ ରସରସିଆ ନୃତ୍ୟଗୀତରେ ବିଭୋର ହୋଇଥିଲେ ହଜାର ଦେଖଣାହାରୀ। ପରେ କଂସ ଦରବାର ଆରମ୍ଭ ହୋଇଥିଲା। ମହାରାଜା କଂସଙ୍କ ଅଟହାସ୍ୟରେ ପ୍ରକମ୍ପିତ ହୋଇଥିଲା ମିନି ଷ୍ଟାଡିୟମ। କଂସ ଦରବାର ସହ ମୀନା ବଜାର ବୁଲି ମହୋତ୍ସବର ମଜା ଉଠାଉଛନ୍ତି ସ୍ଥାନୀୟ ଲୋକେ। ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପାଞ୍ଚ ଦିନିଆ ମହୋତ୍ସବ ଆସନ୍ତା ୨୬ ତାରିଖରେ ଶେଷ ହେବ।

Leave a Reply