ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ କଣ୍ଢେଇ ଦିବସ

ଓଡ଼ିଶା

ଏନ୍ଏନ୍ ବ୍ୟୁରୋ I ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ କଣ୍ଢେଇ ଦିବସ ପାଳିତ I ସ୍ଥାନୀୟ କଲେଜଛକ ସରସ୍ଵତୀ ଶିଶୁ ମନ୍ଦିରର ଶିଶୁ ବାଟିକା ବିଭାଗରେ ” କଣ୍ଢେଇ ଦିବସ ” ପାଳିତ ହୋଇ ଯାଇଛି। ଶିଶୁ ବାଟିକା ପ୍ରମୁଖ ଅତିଥି ପରିଚୟ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ” କଣ୍ଢେଇ ଦିବସ” ର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ I ଏଥିରେ ଶିଶୁ ବାଟିକାର ସମସ୍ତ ଶିଶୁ କଣ୍ଢେଇ ନେଇ ଆସିଥିଲେ। ସେଗୁଡିକୁ ଗୁରୁମା’ମାନେ ସଜାଇବା ସହିତ ଶିଶୁମାନଙ୍କୁ ଦେଖାଇ ଥିଲେ। କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଦସ୍ୟା ନଳିନୀ ସେଠି, ମମତା ମିଶ୍ର, କାନ୍ତାୟନୀ ଷଡଙ୍ଗୀଙ୍କ ସହ ଅଭିଭାବକ ଓ ଅଭିଭାବିକାମାନେ ଉପସ୍ଥିତ ଥିଲେ।

Leave a Reply