ଯୁକ୍ତ ଦୁଇ ପରୀକ୍ଷାରେ ଜେଏସ୍ଏମ୍ କଲେଜର ଶତପ୍ରତିଶତ ସଫଳତା

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ l ଓଡ଼ିଶା ସିଏଚ୍ଏସି ବୋର୍ଡର AHSE ପରୀକ୍ଷା ୨୦୨୬ ଫଳାଫଳରେ ଜେଏସ୍ଏମ୍ କଲେଜର ଶତପ୍ରତିଶତ ସଫଳତା l ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ଜେଏସ୍ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ ରଖିଛନ୍ତି l କଲେଜର ମୋଟ ୮୪ ଜଣ ଛାତ୍ରଛାତ୍ରୀ AHSE ୨୦୨୬ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବେଳେ ସମସ୍ତେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି l

ବାଣିଜ୍ୟ ବିଭାଗରେ ତୋଷିକା ମଙ୍ଗଳାନୀ ୯୫% ମାର୍କ ରଖି ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ, କଳା ବିଭାଗରେ ଶ୍ରୁତିରେଖା ମିଶ୍ର ୯୫% ମାର୍କ ସହ ଟପ୍ପର ହୋଇଛନ୍ତି। ସେହିପରି ବିଜ୍ଞାନ ବିଭାଗରେ ସନ୍ଧ୍ୟା ଶର୍ମା ୭୬% ମାର୍କ ପାଇ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିସହ ୫୬ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ, ୧୮ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୧୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଲେଜର ଅଧ୍ୟକ୍ଷ ସିଏ ଶ୍ରିକାନ୍ତ ର୍ଶମା, ଶିକ୍ଷକ ଓ କର୍ମଚାରୀମାନେ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l