କରୋନା ଭୟରେ ଜୀବନ ହାରି ଦେଲେ କି ଅଧ୍ୟାପକ? ପଢନ୍ତୁ ଖବର

ଅପରାଧଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ସନ୍ଦେହଘେରରେ ଅଧ୍ୟାପକଙ୍କ ମୃତ୍ୟୁ। କଣ ପାଇଁ ଜୀବନ ହାରି ଦେଲେ ଓଡ଼ିଆ ଅଧ୍ୟାପକ। ଏଯାଏ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ମୃତ୍ୟୁର କାରଣ କଣ ହୋଇପାରେ, ମାନସିକ ଅବସାଦ ନା କରୋନା ଭୟ। ଏଭଳି ଏନେକ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ। ମୃତ ଅଧ୍ୟାପକ ଜଣକ ହେଉଛନ୍ତି ରାଜେନ୍ଦ୍ର ଜୁନିଅର କଲେଜର ଓଡ଼ିଆ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ।


ସୂଚନା ଅନୁସାରେ,ଦୀର୍ଘ ୩ ବର୍ଷ ହେଲା ସ୍ତ୍ରୀ ସହ ଆଲୋକ ନଗରରେ ଭଡ଼ାଘରେ ରହୁଥିଲେ ପ୍ରକାଶ। ହେଲେ ରାତି ପ୍ରାୟ ୩.୩୬ ମିନିଟରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା କହିଛନ୍ତି ସେଠାରେ ଭଡ଼ାରେ ରହୁଥିବା ହୋମିଓପାଥି ଚିକିତ୍ସକ ଅଶୋକ କୁମାର ସେଠୀ। ତାଙ୍କ କହିବା ଅନୁସାରେ ପ୍ରକାଶଙ୍କ ମଧୁମେହ ରୋଗ ଥିଲା। ଉଚ୍ଚ ମଧୁମେହ ଯୋଗୁଁ ତାଙ୍କୁ ଇସିଜି ଓ କରୋନା ପରୀକ୍ଷା କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏହାକୁ ନେଇ ପ୍ରକାଶ ଭୟଭୀତ ଥିଲେ। ହେଲେ ଏଥିରେ ବ୍ୟସ୍ତ କି ଭୟଭୀତ ନ ହେବାକୁ ମୃତ ପ୍ରକାଶଙ୍କୁ ବୁଝାଇଥିଲେ ଅଶୋକ ସେଠୀ। ଏବଂ ରାତି ପାହିଲେ କରୋନା ପରୀକ୍ଷା କରାଇବା ସହ ପଜିଟିଭ୍ ଆସିଲେ ଘରେ ସଂଗରୋଧରେ ରହିବାକୁ ଆଶ୍ୱାସନା ବି ଦେଇଥିଲେ। ହେଲେ ବିଳମ୍ବିତ ରାତିରେ ସବୁ ଓଲଟ ପାଲଟ ହୋଇଗଲା।ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଦେଲେ ଅଧ୍ୟାପକ ପ୍ରକାଶ ସାହୁ।
ଘଟଣା ସମ୍ପର୍କରେ ତାଙ୍କ ସ୍ତ୍ରୀ ଆସି ଜଣାଇଥିଲେ ଯେ,ପ୍ରକାଶ ଆତ୍ମହତ୍ୟା କରି ଦେଇଛନ୍ତି। ଏହାପରେ ସେଠାରେ ଭଡ଼ାରେ ରହୁଥିବା ହୋମିଓପାଥି ଚିକିତ୍ସକ ଅଶୋକ କୁମାର ସେଠୀ ଟାଉନ୍ ଥାନା ଓ କଲେଜ ଅଧ୍ୟାପକଙ୍କୁ ଫୋନ୍ କରିଥିଲେ।
ଖବର ପାଇ ଟାଉନ୍ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଯାଇଥିଲେ। ଝୁଲନ୍ତା ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।

Leave a Reply