ଭଦ୍ରାପାଲିରେ ସଡକ ଦୁର୍ଘଟଣା: ଦୁଇ ମୃତ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I ଭଦ୍ରାପାଲି ମର୍ମନ୍ତୁଦ ସଡକ ଦୁର୍ଘଟଣା l ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି।  ବଲାଙ୍ଗିର ଖୋର୍ଦ୍ଧା 57 ନମ୍ୱର୍ ଜାତୀୟ ରାଜପଥ ଭଦ୍ରାପାଲି ଟୋଲଗେଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ହେଲେ ମୃତ ଯୁବକଙ୍କ ପରିଚୟ ଏଯାଏଁ ମିଳି ପାରି ନାହିଁ। ତେବେ କେଉଁ ଗାଡ଼ି ତାଙ୍କୁ ଧକ୍କା ଦେଇ ଦୁର୍ଘଟଣା ଘଟାଇଲା ତାହା ସ୍ପଷ୍ଟ ହୋଇ ନାହିଁ। ସେପଟେ ଦୁର୍ଘଟଣାରେ ମୃତ୍ୟୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବାକୁ ଦାବି ହୋଇଛି। ଖବର ପାଇ ପୁଇନ୍ତଲା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତା ସହ ଆନ୍ଦୋଳନ କରୁଥିବା ଲୋକଙ୍କ ସହ ପୋଲିସ୍ ଆଲୋଚନା ଜାରି ରଖିଛି। ଦୁଇ ଯୁବକ ସୋନପୁର ପଟୁ ଏକ ୟାମାହା କମ୍ପାନୀର ବାଇକ୍ ନମ୍ୱର୍ ଓଡ଼ି 15 y 7983ରେ ବଲାଙ୍ଗିର ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ମୃତ ଯୁବକଙ୍କ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀରୁ ତାଙ୍କ ପରିଚୟ ଖାଜିବା ଆରମ୍ଭ କରିଛି ପୋଲିସ। ସୂଚନାଯୋଗ୍ୟ ଯେ, ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ଏହାସତ୍ବେ କାହିଁକି ବ୍ଲାକ ସ୍ପଟ୍ ଚିହ୍ନଟ କରି ଜାତୀୟ ରାଜପଥ ବିଭାଗ ପଦକ୍ଷେପ ନେଉନି ସେନେଇ ପ୍ରଶ୍ନ ଉଠୁଛି I

Leave a Reply