ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ପୂର୍ବତଟ ରେଳବାଇର ରେକର୍ଡ ପଣ୍ୟ ବୋଝେଇ ଓ ପରିବହନ

ଓଡ଼ିଶାବଡ଼ ଖବରବ୍ୟବସାୟ

ନବନୀତା ବ୍ୟୁରୋ। ଲକ୍ ଡାଉନ୍ ସମୟରେ ପଣ୍ୟ ପରିବହନ ରେକର୍ଡ। କେବଳ ଅଗଷ୍ଟ ମାସରେ ୧୫.୧୧ ନିୟୁତ ଟନ ପଣ୍ୟ ବୋଝେଇ ପରିବହନ କରି ଅଦ୍ଭୁତପୂର୍ଣ୍ଣ ସଫଳତା ହାସଲ କରିଛି ପୂର୍ବତଟ ରେଳବାଇ। ଏପରିକି  ପଞ୍ଚମାସରେ ଦୈନିକ ପ୍ରାୟ ୭୧୩୫ ୱାଗନ ବ୍ୟବହାର କରୁଥିବା ବେଳେ କେବଳ ଅଗଷ୍ଟ ମାସରେ ଦୈନିକ ୭୩୭୮ ୱାଗନ ବ୍ୟବହାର କରିଛି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ପଞ୍ଚମାସ ତଥା ଏପ୍ରିଲରୁ ଅଗଷ୍ଟ ୨୦୨୦ ମଧ୍ୟରେ ପୂର୍ବତଟ ରେଳପଥ ପ୍ରାୟ ୭୨.୨ ନିୟୁତ ଟନ ପଣ୍ୟ ବୋଝେଇ ଓ ପରିବହନ କରିଛି। ଲକ ଡାଉନ ପ୍ରଭାବ ଯୋଗୁଁ ବିଭିନ୍ନ କଳ କାରଖାନା ବନ୍ଦ ଓ ସ୍ୱଳ୍ପ କର୍ମଚାରୀ ନେଇ କାର୍ଯ୍ୟ କରିବା ସତ୍ୱେ ପୂର୍ବତଟ ରେଳପଥ ଏହାର ପଣ୍ୟ ବୋଝେଇ ଓ ପରିବହନ କାର୍ଯ୍ୟ ଜାରି ରଖିଛି ଏବଂ ଜରୁରୀ ଦ୍ରବ୍ୟକୁ ଗନ୍ତବ୍ୟ ସ୍ଥଳରେ ପହଁଚାଇ ପାରିଛି।
ତେବେ କେବଳ ଅଗଷ୍ଟ ମାସରେ, ପୂର୍ବତଟ ରେଳପଥ ୧୫.୧୧ ନିୟୁତ ଟନ ପଣ୍ୟ ପରିବହନ କରି ପାରିଛି ଯାହାକି ୨୦୧୯ ଅଗଷ୍ଟ ମାସ ତୁଳନାରେ ୧.୭୬ ନିୟୁତ ଟନ ଓ ହାରାହାରି ୫.୩ ଶତକଡା ଅଧିକ ପରିବହନ ହାସଲ କରିଛି।

ଚଳିତ ଆର୍ଥିକ ବର୍ଷର ଏହି ପଞ୍ଚମାସ ମଧ୍ୟରେ ପୂର୍ବତଟ ରେଳପଥ ଦୈନିକ ପ୍ରାୟ ୭୧୩୫ ଟି ୱାଗନର ବ୍ୟବହୃତ କରୁଥିବା ବେଳେ କେବଳ ଅଗଷ୍ଟ ମାସରେ ଦୈନିକ ପ୍ରାୟ ୭୩୭୮ ବ୍ୟବହୃତ କରିଛି। ଯାହାକି ୨୦୧୯ ଅଗଷ୍ଟ ମାସ ତୁଳନାରେ ୩୬୩ ଟି ଏବଂ ୫.୨ ଶତକଡା ଅଧିକ।
ଏହି ସଫଳତା ପାଇଁ ପୂର୍ବତଟ ରେଳପଥ ଏହାର ସମସ୍ତ ରେଳମଣ୍ଡଳର ପରିଚାଳନା ଓ ଯାନ୍ତ୍ରିକ ବିଭାଗର ସମସ୍ତ ନିଷ୍ଠାପର ଓ କଠିନ ପରିଶ୍ରମ କରୁଥିବା କର୍ମଚାରୀ ଯୋଗୁଁ ସମ୍ଭବ ହୋଇ ପାରିଛି। ଏଥି ସହିତ ରେଳପଥର ଭାଗିଦାରୀ ଯଥା କୋଲିଆରି, ପୋର୍ଟ, ଷ୍ଟିଲ ପ୍ଲାଣ୍ଟ, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଓ ଫୁଡ କର୍ପୋରେସନ ଅଫ ଇଣ୍ଡିଆର ସହଯୋଗ ପଣ୍ୟ ପରିବହନ ବୃଦ୍ଧି ପାଇଁ ସହାୟକ ହୋଇପାରିଛି।

Leave a Reply