ଆଜିଠୁ ସବୁଦିନ ଚାଲିବ ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟର ସିଟି ଏକ୍ସପ୍ରେସ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ଏଣିକି ୫ ଦିନ ପରିବର୍ତ୍ତେ ୭ ଦିନ ଚାଲିବ ଭୁବନେଶ୍ୱର ବଲାଙ୍ଗିର ଇଣ୍ଟରସିଟି। କୋଭିଦ୍ କଟକଣା ଯୋଗୁଁ ୫ ଦିନ ଚାଲୁଥିଲା ଏହି ସ୍ଵତନ୍ତ୍ର ଏକ୍ସପ୍ରେସ। ତେବେ ଟ୍ରେନ୍ ନମ୍ବର ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସକୁ ଆଜିଠାରୁ ସପ୍ତାହରେ ପାଞ୍ଚଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି।

ପୂର୍ବ ସମୟ ଅନୁସାରେଏହି ଟ୍ରେନ ଭୁବନେଶ୍ୱରରୁ ସକାଳ ୬ଘ.୩୦ମି.ରେ ଛାଡୁଥିବା ବେଳେ ବଲାଙ୍ଗିର ଠାରୁ ଅପରାହ୍ନ ୨ଘ.୪୫ମି.ରେ ଛାଡି ଭୁବନେଶ୍ୱର ଯାତ୍ରା କରୁଛି। ହେଲେ ଏହି ଟ୍ରେନ ଭୁବନେଶ୍ୱର ଓ ବଲାଙ୍ଗିର ମଧ୍ୟରେ ମଞ୍ଚେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ଼, ଅନୁଗୁଳ, ବଇଣ୍ଡା, ବେମୁର, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ଼, ବରପାଲି ଏବଂ ଲୋଇସିଂହାଠାରେ ଉଭୟ ଦିଗରୁ ରହଣି କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply