ରାୟପୁରରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା: ଘଟଣା ସ୍ଥଳରେ ପହଞ୍ଚିଲେ ମନ୍ତ୍ରୀ ସୁଶାନ୍ତ ସିଂ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ରାୟପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏବଂ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଅନ୍ୟମାନେ ସୁରକ୍ଷିତ ଥିବା ଜଣାପଡିଛି।
ସୂଚନା ଅନୁସାରେ ଗଂଜାମରୁ ଏକ ବସ୍ ଯାତ୍ରୀଙ୍କୁ ନେଇ ସୁରଟକୁ ଯାତ୍ରା କରୁଥିଲା। ହେଲେ ଭୋର ସମୟରେ ଛତିଶଗଡ଼ ରାଜ୍ୟର ରାୟପୁର ନିକଟରେ ଏକ ଟ୍ରକ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବା ସହ ସମସ୍ତଙ୍କର ଭଲ ମନ୍ଦ ପଚାରି ବୁଝିଥିଲେ ମନ୍ତ୍ରୀ ସୁଶାନ୍ତ। ଏଥିସହ ସୁରକ୍ଷିତ ଥିବା ଅନ୍ୟ ସମସ୍ତଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯିବା ସହ ସାମୟିକ ରହଣୀ ବ୍ୟବସ୍ଥା କରିଥିଲେ ମନ୍ତ୍ରୀ ସୁଶାନ୍ତ ସିଂ। ମନ୍ତ୍ରୀଙ୍କ ସହ ଓଡ଼ିଶା-ମୋ ପରିବାରର କୁଳମଣି ଦୁଆନ ମଧ୍ୟ ଥିଲେ।
ଶବ ବ୍ୟବଚ୍ଛେଦ ପରେ ସମସ୍ତ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ସେମାନଙ୍କ ଗ୍ରାମକୁ ପଠାଯିବାର ଵ୍ୟଵସ୍ଥା କରାଯାଉ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଆହତମାନଙ୍କ ଚିକିତ୍ସା ଚାଲିଥିବା ବେଳେ ସୁରକ୍ଷିତ ଥିବା ଅନ୍ୟମାନଙ୍କୁ ବସ ଯୋଗେ ସେମାନଙ୍କ ଘରକୁ ପଠା ଯିବାର ବ୍ୟବସ୍ଥା କରାଯାଇଛି। ତେବେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କ ପାଇଁ ଦୁଃଖିତ ଓ ମର୍ମାହତ ହେବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। ଏବଂ ଆହତମାନଙ୍କ ଶୀଘ୍ର ଅରୋଗ୍ୟ କାମନା କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ।

Leave a Reply