ଗୁରୁ ଦିବସରେ ମାରାଥନ ଦୌଡ, ରନ୍ ଫର୍ ଟିଚର୍ସ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ସେପ୍ଟେମ୍ବର ୫, ଏହି ଦିନରେ ଭାରତବର୍ଷର ଦ୍ବିତୀୟ ରାଷ୍ଟ୍ରପତି ତଥା ପ୍ରଥମ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ନନ୍ ଜନ୍ମ ଗ୍ରହଣ କରିଥିଲେ। ଏହି ଦିନକୁ ଭାରତ ବର୍ଷର ସମଗ୍ର ଶିକ୍ଷକମାନଙ୍କୁ ଉତ୍ସର୍ଗୀକୃତ କରାଯାଇଛି, ଯାହା ଆମେ ଗରୁ ଦିବସ ପାଳନ କରୁଅଛୁ। ସମଗ୍ର ଶିକ୍ଷକ ସମାଜ ତଥା ଗୁରୁଙ୍କର ମହାନ କର୍ମକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ଯାସ ଭୋଇ ଏବଂ ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଭୂପିନ୍ଦର ଦୀପ ଦୁଇଜଣ ମିଶି ରୁପ୍ରାରୁ ବାହାରି ଶିବ ମନ୍ଦିର ପଡା, ଟାଙ୍ଗିରି ପାହାଡ଼, କର୍ମେ, ଗୋଡିପଟା, ଲାଖପଦର ହୋଇ ରୁପ୍ରା ରୋଡ ପର୍ଯ୍ୟନ୍ତ ଦୀର୍ଘ ୧୦ କିଲୋମିଟର ମାରାଥନ ଦୌଡକୁ ୧ଘଣ୍ଟା ୨୩ ମିନିଟ ୧୬ ସେକେଣ୍ଡରେ ଶେଷ କରିଥିଲେ ।
ଏହି ଦୌଡ ମାଧ୍ୟମରେ ସମସ୍ତ ଗୁରୁଙ୍କୁ ସମ୍ମାନ ଜଣାଇବା ସହିତ ” ରନ ଫର ଟିଚର୍ସ ” ସ୍ଲୋଗାନ ଦେଇଥିଲେ। ରାସହିତ ସେପ୍ଟେମ୍ବର ମାସର ୧୦ କି.ମି. ମାରାଥନ ଦୌଡ ସଫଳତାର ସହ ଶେଷ ହୋଇଥିଲା। ଏଥିପାଇଁ ତାଙ୍କୁ ଷ୍ଟାରଭା କ୍ଳବ ପକ୍ଷରୁ ଡିଜିଟାଲ ଫିନିସର ମେଡାଲ ପ୍ରଦାନ କରାଯାଇଛି। ଦୌଡିବା ଦ୍ୱାରା ଜଣେ ବ୍ୟକ୍ତିର ଶାରୀରିକ ଓ ମାନସିକ ବିକାଶ ସହିତ ସୁସ୍ଥ ରହିଥାଏ, ତେଣୁ ସମସ୍ତେ ଶାରୀରିକ ବ୍ୟାୟମ କରିବା ଜରୁରୀ ବୋଲି ଉଭୟେ ସନ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି ଯେ, ଶ୍ରୀ ଭୋଇ ଜଣେ ଶିକ୍ଷକ ମଧ୍ୟ ଅଟନ୍ତି ଯାହାକି ସେ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଳକ୍ ଅନ୍ତର୍ଗତ ରୁପ୍ରା ଗ୍ରାମପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ତେଣୁ ଆଜିର ମହାନ ଦିନରେ ସମଗ୍ର ଛାତ୍ରଛାତ୍ରୀ, ଯୁବକ ଯୁବତୀ ମାନଙ୍କୁ ଆହ୍ୱାନ କରିଛନ୍ତି ଯେ ଗୁରୁଙ୍କର ସମ୍ମାନ କରିବା ସହିତ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ନୂତନ ଭାରତ ଗଠନ କରାଯାଇ ପାରିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

Leave a Reply