ଫିର୍ଦୋଷୀ ତବସୁମଙ୍କ ଧର୍ମର ଶିକ୍ଷା ମାନବିକତା, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ, ଭୁବନେଶ୍ୱର।ମୁଁ ଯାହା ପଢ଼ିଛି ଆଉ ଜାଣିଛି, ଶିକ୍ଷା ହେଉଛି-ମନୁଷ୍ୟର ଅନ୍ତର୍ନିହିତ ପୂର୍ଣ୍ଣତାର ପରିପ୍ରକାଶ,ଧର୍ମ ହେଉଛି-ମନୁଷ୍ୟର ଅନ୍ତର୍ନିହିତ ବ୍ରହ୍ମତ୍ୱର ପରିପ୍ରକାଶ।ତେଣୁ ଧର୍ମ ନାମରେ ଶିକ୍ଷାର ପ୍ରକାଶ ଦିଗରେ ନିଜକୁ ବିଦ୍ୱାନ ପୁରୋହିତମାନେ ଯେଉଁଭଳି ନିୟୋଜିତ କରାଉଛନ୍ତି ,ସିଏ ପୁଣି କରୋନା ମହାମାରୀ ସଂକ୍ରମଣ ରୋଗ ବିରୁଦ୍ଧରେ ଯେତେବେଳେ ,ପୁରା ଦେଶ ଏକ ହୋଇ ଲଢ଼ୁଥିବା ସମୟରେ!ସମଗ୍ର ବିଶ୍ୱରେ ସମ୍ପ୍ରତି ଯନ୍ତ୍ରଣା ଆଉ ବିଶୃଙ୍ଖଳାର ସ୍ୱର ,ସବୁଠି ଶୋକର ଚିତ୍ର।ଆଉ ଧର୍ମ ନାମରେ ଏକତ୍ରିତ ହେବା ପ୍ରହସନ କି ଚଲାକି କେତେଦୂର ଠିକ?

ମୁଁ ଈଶ୍ୱରଙ୍କୁ ବିଶ୍ୱାସ କରେ।ମୁଁ ମଣିଷକୁ ବିଶ୍ୱାସ କରେ।ମଣିଷ ମଧ୍ୟଦେଇ ଈଶ୍ୱରଙ୍କୁ ଜାଣିବା ସମ୍ଭବ ହୁଏ।ମଣିଷକୁ ଭୁଲ ମାର୍ଗଦର୍ଶନ ଦେଖାଇବା କୌଣସି ପୁସ୍ତକରେ ଲିଖିତ ନାହିଁ।ହେଲେ ମଣିଷ କୁ ଧର୍ମ ନା’ରେ ବାଣ୍ଟି ଧର୍ମର ତୁଳନାତ୍ମକ ଭକ୍ତି କଥା ମଧ୍ୟ ମୁଁ ବୁଝି ପାରେନି।
ମଣିଷ ମଣିଷ ପାଇଁ ଚିନ୍ତା କରେ।ଏଠି ମୁଁ କୌଣସି ନିର୍ଦ୍ଧିଷ୍ଟ ଧର୍ମ କୁ ଇଙ୍ଗିତ କରୁ ନାହିଁ।ମୋ ମାଟିର ମୋହ,ତାର କାବ୍ୟିକ ଆକର୍ଷଣ ମତେ ସବୁବେଳେ ଭୁଲ କୁ ଭୁଲ କହିବାର ସାହସ ଦେଇଛି।
ଏ ଭଳି ଏକ ଦୁର୍ବଳ ସମୟଦେଇ ପୁରା ବିଶ୍ୱ ଡଙ୍ଗାରେ ରଖାଯାଇଥିବା ମାଛଭଳି ଯୋଉଠି ଜୀବନ ମୃତ୍ୟୁ ସହ ଲଢ଼ୁଛି,ସେଠି ଧର୍ମ -ଧର୍ମ ମଧ୍ୟରେ ଝଗଡା,ବିବାଦ, ଦ୍ଵେଷଭାବ କେତେଦୂର ମନୁଷ୍ୟତା!

ମୋତେ ବୁଦ୍ଧି ଓ ପ୍ରଜ୍ଞାର କଥା
କହନାହିଁ ଆଉ
ମୁଁ ଶୁଣିଶୁଣି କ୍ଲାନ୍ତ,ଅବସନ୍ନ
କିଛି ସ୍ୱପ୍ନ,ଭାବାବେଗର କଥା କହ।
ତାହା ଯେତେ
ଅଯୌକ୍ତିକ ହେଉ ପଛେ।-(ବ୍ରହ୍ମୋତ୍ରୀ)

Leave a Reply