ପଢନ୍ତୁ ଲେଖକ ତନ୍ମୟ ସାହୁଙ୍କ ମନଛୁଆଁ ଗପ ନିସ୍ତବ୍ଧ ଭୁବନେଶ୍ୱର

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ, ଭୁବନେଶ୍ୱର।ଆଜି ପ୍ରାୟ 10 ଦିନ ହେବ ଭାରତରେ ରେ ଲକଡାଉନ । ଜରୁରୀ ସେବା କୁ ଛାଡିଦେଲେ ସବୁ ଦୋକାନ ବଜାର, ଅଫିସ ଓ ଅନୁଷ୍ଠାନ ବନ୍ଦ। କାଁ ଭାଁ ଲୋକ ରାସ୍ତାରେ। କୋରୋନା ନାମ୍ନୀ ଏହି କଳଙ୍କିତ ଆଦମଖୋର ଘୋଡା କୁ ରୋକିବା ପାଇଁ ସରକାରଙ୍କର ଏହା ଏକ ଅନୁନ୍ୟ ଅଦେଖା ଅଭିନଵ ପ୍ରୟାସ। ନାନାପ୍ରକାର ଅସୁବିଧା ର ସମ୍ମୁଖୀନ ହେଲେ ମଧ୍ୟ ସରକାରଙ୍କ ପ୍ରୟାସ କୁ ପ୍ରତ୍ୟେକ ଭାରତୀୟ ସ୍ୱାଗତ କରିଛନ୍ତି ଏବଂ ଏହି କୋରୋନା ସଂକ୍ରମଣ ପ୍ରତିରୋଧର ଯୁଦ୍ଧ ରେ ନିଜକୁ ଏକ ଯୋଦ୍ଧା ରୂପେ ପରିଗଣିତ କରୁଛନ୍ତି। ଏହି ଅନ୍ଧାର ଯୁଦ୍ଧରେ ବିଜୟର ଆଲୋକ ଠିକ୍ ଉଙ୍କି ମାରିବାବେଳେ, କାହୁଁ କେଜାଣି ବିଭୀଷଣ ରୂପି କଳା ମେଘ ମାଡି ଆସିଲା ଦିଲ୍ଲୀ ସହର ର ନିଜ଼ମୁଦ୍ଦିନ ରୁ। ଆପଣା ସୈନ୍ୟଦଳ ଭିତରେ ବିରୋଧାଭାଷା ର ସ୍ୱର ଶୁଭିଲା। ଭାଙ୍ଗି ପଡ଼ିଲା ଭଳି ଅନୁଭବ କଲେ ଯୋଦ୍ଧା ଗଣ । ଶତ୍ରୁ ଆକ୍ରମଣର ପ୍ରଖରତା ରେ ନିରୁପାୟ ହେଲା ସରକାର। ପରସ୍ଥିତି ରେ ଭାଙ୍ଗି ନପଡ଼ି ମନୋବଳ କୁ ସୁଦୃଢ଼ କରି ଆହୁରି ଦୃଢ଼ତା ର ସହ ଲଢ଼ିବାର ପ୍ରତିଜ୍ଞା କଲା ସରକାର।

ଏହି ଯୁଦ୍ଧ ର ଅନ୍ୟତମ ସେନାପତି ଓଡିଶା ସରକାର। ପ୍ରାକୃତିକ ବିପର୍ଯ୍ୟୟ ତଥା ଯୁଦ୍ଧକାଳୀନ ପରିସ୍ଥିତି ର ସଫଳତା ର ସହ ସାମ୍ନା କରିବା ରେ ଅଗାଢ଼ ଅନୁଭୂତି ଏ ସରକାରଙ୍କର । ସେନାପତିଙ୍କ ସାରଥୀ, ବାଗଚୀ ବାବୁ ମହାଭାରତ ର ଶ୍ରୀକୃଷ୍ଣ ଙ୍କ ଭଳି ଅହରହ ଉପଦେଶ ଓ ବିଜୟର ଚେଷ୍ଟା କରୁଛନ୍ତି । ନୂତନ ଶୈଳୀ ରେ ସେ ଏ ଯୁଦ୍ଧ କୁ ଆଗେଇନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। 9/11 କାଣ୍ଡର ଆମରିକାର”Life of every American is valuable” ଭଳି ମନ୍ତବ୍ୟକୁ ସେ ଓଡିଶାର ମନ୍ତ୍ର କରିଛନ୍ତି। ପ୍ରତ୍ୟେକ ଓଡ଼ିଆ ଜୀବନ ଅତ୍ୟନ୍ତ ମୂଲ୍ୟବାନ ତେଣୁ ଓଡ଼ିଆ ଜୀବନ ବଞ୍ଚାଇବା ପାଇଁ ସେ ପ୍ରାଣପଣେ ଚେଷ୍ଟା କରି ଚାଲିଛନ୍ତିନ୍ତ। ଦିଲ୍ଲୀ ର କଳା ମେଘ ର ଛିଟା ଓଡିଶା ରେ ବି ପରିଲକ୍ଷିତ ହୋଇଛି। ଆସନ୍ନ ବିପଦ ର ମୁକାବିଲା କରିବା ପାଇଁ ଭୁବନେଶ୍ୱର, ଭଦ୍ରକ ଓ କଟକ ସହରରେ ରେ 48 ଘଣ୍ଟା ପାଇଁ ପୁରା ବନ୍ଦ ଡାକରା ଦେଇଛନ୍ତି। ଏହି ଆଜ୍ଞା କୁ ଅବଜ୍ଞା କଲେ 14 ଦିନ ସଂଗରୋଧ ସହିତ ଅର୍ଥ ଦଣ୍ଡ ର ବିଧାନ ମଧ୍ୟ ଶୁଣେଇଦେଇଛନ୍ତି।

ଦୋକାନ ବଜାର ପୁରାପୁରି ଭାବରେ ବନ୍ଦ, ଲୋକାରଣ୍ୟ ରାସ୍ତା ଘାଟ ଏବେ ଲୋକଶୁନ୍ୟ। ପୋଲିସ ର ଆଖିବୁଜା ଲାଠି ଚାଳନା ର ଚିତ୍ର ଦେଖିଲା ପରେ ଯେଉଁମାନେ ବାହାରକୁ ଯିବାକୁ କୁନୁ କୁନୁ ହେଉଥିଲେ ପୁରା ଥଣ୍ଡା ହେଇ ଘରଭିତରେ ଲାଞ୍ଜ ଜାକି ବସିଯାଇଛନ୍ତି। କିନ୍ତୁ ଏହି ସବୁ, ଲୋକମାନଙ୍କର ହିତ ପାଇଁ। ମନେ ଅଛି ତ ଗଣିତ ସାର ମାଡ଼ ମାରିଲେ ମାଁ ବୁଝେଇ କହୁଥିଲେ ଏଇଟା ତୋର ଭଲ ପାଇଁ। ସେଇଭଳିଆ ଏ ପରିସ୍ଥିତି। ଅତୀତ ରେ ବହୁତ ଦୃଶ୍ୟ ଦେଖିଛି ଭୁବନେଶ୍ୱର, 1990 ର ମଣ୍ଡଳ କମିଶନ, 1999 ର ମହାବାତ୍ୟା, 2014 ର ସ୍ୱାଇଁ ଫ୍ଲୁ, 2019 ର ଫନି ଇତ୍ୟାଦି ଇତ୍ୟାଦି। କିନ୍ତୁ ଆଜିର କୋରୋନା ଦୃଶ୍ୟ ଅତ୍ୟନ୍ତ ବିରଳ। ଭୁବନେଶ୍ୱର ର ଏପରି ଦୃଶ୍ୟ ଉତ୍ତୋଳନ କରି ଆଗାମୀ ପିଢ଼ିକୁ ଦେଖେଇଲେ କେହି ବିଶ୍ୱାସ କରିବେନି ଯେ ଏହା ଭୁବନେଶ୍ୱର ର ଏକବିଂଶ ଶତାବ୍ଦୀ ର ଚିତ୍ର।

ସମୟ ଚକ୍ର ରେ ଏହି ସମୟ ମଧ୍ୟ ଚାଲିଯିବ କିନ୍ତୁ ସାଥିରେ ନେଇଯିବ କିଛି ମୁଣ୍ଡ। ଏ ଯୁଦ୍ଧ ରେ ଜିତିବା ତ ନିଶ୍ଚୟ କିନ୍ତୁ କେତେ ସୈନ୍ୟ ର ବଳି ଦେବାକୁ ପଡିବ ତାହା ଜଣାନାହିଁ। ଯେମିତି କମ ସୈନ୍ୟ ବଳି ପଡିବେ ତାରି ପାଇଁ ରାଜା ଓ ସେନାପତି ଗଣ ଅକ୍ଲାନ୍ତ ଚେଷ୍ଟା ଚଳେଇଛନ୍ତି।

ଇତିହାସ ରେ ଲିପିବଦ୍ଧ ହୋଇ ରହିବ ଏହି ସମୟ ।

Leave a Reply