ନବନୀତା ବ୍ୟୁରୋ, ଭୁବନେଶ୍ୱର। ଲକ୍ ଡାଉନର ସୁଯୋଗର ଭରପୁର ଫାଇଦା। ମଦ ଚାହିଦାକୁ ଦୃଷ୍ଟିରେ ରଖି ନୂଆ ନୂଆ ତରିକା ଆପଣାଉଛନ୍ତି ବେପାରୀ। ଏଭଳି ଘଟଣା ସାମ୍ନାକୁ ଆସିଛି ୟୁପି ବୁଲନ୍ଦସହରରୁ। ବାବି ଚୌଧୁରୀ ନାମକ ଜଣେ ବ୍ୟକ୍ତି କ୍ଷୀର କ୍ୟାନରେ ବେଆଇନ୍ ଭାବେ ମଦ ବ୍ୟବସାୟ କରୁଥିଲେ।ଏଥିରେ ବହୁତ୍ ଲାଭ ହେଉଥିଲା।
ହେଲେ ରବିବାର ରାତି ପାଖାପାଖି ୧୨ ଟାରେ ସୁରକ୍ଷିତ ଅଞ୍ଚଳ ନୂଆ ଦିଲ୍ଲୀରେ ବାହାରିବା ତାଙ୍କୁ ମହଙ୍ଗା ପଡ଼ିଥିଲା। ସାଉଥ୍ ଏଭେନ୍ୟୁ ଥାନା ପୋଲିସ ଦ୍ବାରା ଚେକିଂ ବେଳେ ଧରା ପଡ଼ିଥିଲା। ତା ବାଇକର କ୍ଷୀର କ୍ୟାନରୁ ୭ ବୋତଲ ମଦ ଜବତ କରାଯାଇଥିଲା।
ନୂଆ ଦିଲ୍ଲୀ ଜିଲ୍ଲା ଡିଏସପି ଈଶ ସୀଙ୍ଘଲଙ୍କ କହିବା ଅନୁସାରେ ସାଉଥ୍ ଏଭେନ୍ୟୁ ଥାନାର ଏଏସଆଇ ଶ୍ରବଣ କୁମାରଙ୍କ ରାତ୍ରି ଚେକିଂ ଚାଲିଥିଲା। ରାତି ୧୨.୦୬ ଟାରେ ବାଇକ ଚାଳକକୁ ସନ୍ଦିଗ୍ଧ ଅବସ୍ଥାରେ ଆସୁଥିବା ଦେଖିଥିଲେ।
ପୋଲିସ କର୍ମୀ ଅଟକାଇବାକୁ ଇଶାରା କରିବାରୁ ଅଭିଯୁକ୍ତ ବାଇକର ସ୍ପିଡ୍ ଆହୁରି ବଢାଇ ଦେଇଥିଲା। ଏଏସଆଇ ଶ୍ରବଣ କୁମାର ବାଇକର ପିଛା କରି ରାଷ୍ଟ୍ରପତି ଭବନ ଗେଟ୍ ନମ୍ୱର୍ ୫ ନିକଟରେ ତାଙ୍କୁ ଧରିବାରେ ସଫଳ ହୋଇଥିଲେ।
ଅଭିଯୁକ୍ତ ବାବୀ ଚୌଧୁରୀଙ୍କ ବିରୋଧରେ ଆଗରୁ କୌଣସି ମାମଲା ନାହିଁ। ପୋଲିସ ଅଭିଯୁକ୍ତକୁ ପଚରା ଉଚରା ପରେ ଜଣା ପଡିଥିଲା ଯେ ସେ ଗୁରୁଗାଁରୁ ବେଆଇନ୍ ଭାବେ ମଦ ଆଣି ଗାଜିଆବାଦରେ ବିକ୍ରି କରୁଥିଲା। ସେ ଗାଜିଆବାଦରେ ବେଆଇନ ମଦ ଯୋଗାଣ କରୁଥିଲା। ଲକ୍ ଡାଉନ୍ ସମୟରେ ସେ ବେଆଇନ୍ ମଦ ଯୋଗାଉଥିଲା। ତା ବିରୋଧରେ ମାମଲା ରୁଜୁ କରାଯାଇଛି ତଦନ୍ତ ଚଳାଇଛି ପୋଲିସ।
ମଦ ବ୍ୟବସାୟର ନୂଆ ତରିକା: କ୍ଷୀର କ୍ୟାନରେ ବେଆଇନ୍ ମଦ ନେବା ବେଳେ ଜଣେ ଗିରଫ
