ଯୁବ ଗାଳ୍ପିକ ପବିତ୍ର ବ୍ରହ୍ମପୁତ୍ର ନାୟକଙ୍କ ଗପ ରୋଗ, ପଢନ୍ତୁ

ଓଡ଼ିଶାସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ, ଭୁବନେଶ୍ୱର। ଯଦିଓ ମୋର ଇଚ୍ଛା ନଥିଲା ତଥାପି ମୁଁ ତାଠୁ ଦୂରେଇ ଯିବାକୁ ନିଷ୍ପତ୍ତି କରିଥିଲି । କାରଣ ସେ ଥିଲା ଅନ୍ୟ ଦେଶର ଝିଅ । ସେ କିନ୍ତୁ କହିଥିଲା ମୋଠୁ ଦୂରେଇଗଲେ ମୁଁ ତମକୁ ବରବାଦ କରିଦେବି । ହସରେ ହସରେ ଉଡେଇ ଦେଇଥିଲି ତା କଥା , ସେ ମୋର କଣ କରିବ ମୁଁ ଆଇପିଏସ୍ , ମୋର ସୁରକ୍ଷା ପାଇଁତ ଅଗଣିତ ପୋଲିସ୍ ଅଛନ୍ତି । ତାଠୁ ବିଦାୟ ନେଇଥିଲି ମୁଁ । ଏୟା ଭାବି । ଦୀର୍ଘ ଛଅ ମାସର ରହଣି ପରେ । ମୋର ୟା ଭିତରେ ମୋ ଦେଶରେ ରହିବାଟା ୧୨ ବର୍ଷ ବିତି ଗଲାଣି । ଏବେ ମୁଁ ଏକ ଅଜଣା ରୋଗରେ ପୀଡିତ । ଡାକ୍ତରଙ୍କ କହିବାନୁସାରେ ଏ ରୋଗ ଭଲ ହେବା ମୁସ୍କିଲ୍ । ଯାହାକୁ ହୁଏ ତାର ମୃତ୍ୟୁ ଥର । ଏ ରୋଗ ଚାଇନାର । ମିଳାମିଶା କରିବା ଓ ଏକାଠି ରହିବା ଯୋଗୁ ଜଣଙ୍କଠୁ ଆରଜଣଙ୍କୁ ବ୍ୟାପିଥାଏ । ମୋର ସେମିତି କଉ ଚାଇନା ବନ୍ଧୁତ ନାହଁନ୍ତି ଭଲକି ମନେ ପକେଇଲି । କିଛି ସମୟ ପରେ ଓ ଦୀର୍ଘ ବାର ବର୍ଷ ତଳେ ଜଣେ ଝିଅ ବାନ୍ଧବୀ ଥିଲେ ମୋର ଚାଇନାରେ ତାଙ୍କ ସହିତ ବସୁଥିଲି, ଖାଉଥିଲି, ଏକାଠି ଆମେ କେବେ କେବେ ଶୋଇଯାଉଥିଲୁ ବି ଗୋଟିଏ ବିଛଣାରେ । ତାମାନେ କଣ ଏଇ ରୋଗ ତାଙ୍କଠୁ ବ୍ୟାପିଛି , ହେଲେ ଏତେ ପରେ କେମିତି ଏହା ପସିବୁଲ୍ । ଡାକ୍ତରଙ୍କ ଚିହ୍ନିତ ଏକ କାଗଜରେ ନଜର ପକେଇଲି । ଏହା ବାର ବର୍ଷ କଣ ବାର ଶହ ବର୍ଷ ପରେ ମଧ୍ୟ ବ୍ୟାପିଯିବ ଯଦି ତମେ ଚାଇନାର କାହା ସଂସ୍ପର୍ଶରେ ଆସିଛ, ଏହି ଭୂତାଣୁ ସମସ୍ତଙ୍କ ମଧ୍ୟରେ ନଥାଏ କିନ୍ତୁ ଯଉମାନେ ଏହି ଏହି କାର୍ଯ୍ୟ ଓ ଏହି ଏହି ଖାଦ୍ୟ ଖାଇଥାନ୍ତି ସେମାନଙ୍କ ମଧ୍ୟରେ ଏହା ହୁଏ । ଜଣେ କଉ ବିଶିଷ୍ଟ ଡାକ୍ତର ଲେଖିଛନ୍ତି ତାଙ୍କର ଏ ବହିରେ । ତାମାନେ କଣ ଜିଞ୍ଜର ମତେ ଯାହା କହିଥିଲା ଠିକ୍ , ବରବାଦ୍ କରିଦେବି । ମୋ ଛାତି ଭିତର ଜଳି ପୋଡି ଯାଉଥିଲା । ଲାଗୁଥିଲା ମୁଁ ଏଇକ୍ଷଣି ଚାଲିଯିବି । ହାଠତ୍ ହାତରେ ଧରିଥିବା କାଗଜ ଖସି ପଡିଲା , ଡାକ୍ତର ଆସି ଆଖି ପତା ଖୋଲି ଦେଖିଲେ , ସାଲାଇନ୍ କୁ ଦେଖିଲେ । ତା ପରେ କଣ ହେଲା ମୁଁ ଜିଣିନି ।

Leave a Reply