ସୀମା ବିବାଦ: ଉଚ୍ଚାରଣ ଓ ଆଚରଣ ମାମଲାରେ ଚୀନର କଲଙ୍କମୟ ଇତିହାସ, ପଢନ୍ତୁ ଖବର

ଦେଶ ଓ ବିଦେଶବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ସୀମା ବିବାଦ ନେଇ ଚୀନର ଉଚ୍ଚାରଣ ଓ ଆଚରଣରେ ବହୁ ପାର୍ଥକ୍ୟ। କହିବା ଗୋଟିଏ କଥା ଏବଂ କରିବା ଅଲଗା ଆଉ ଗୋଟିଏ କାମ। ଏହାର ଲମ୍ବା ଇତିହାସ ମଧ୍ୟ ରହିଛି। ୧୯୬୨ ମସିହାର ଯୁଦ୍ଧ ହେଉ କି ତାପରେ ପ୍ରାୟ ୬ ଦଶନ୍ଧିର ଲମ୍ବା ସମୟ। ସବୁବେଳେ ବାସ୍ତବିକ ନିୟନ୍ତ୍ରଣ ରେଖା ନେଇ ଚୀନ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରି ଆସୁଛି।

୧୯୬୨ ମସିହାରେ ଚୀନ ଯୁଦ୍ଧ ପୂର୍ବରୁ କ୍ରମାଗତ ଭାବେ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ କଥା କହି ଆସୁଥିଲା।ହେଲେ ନଭେମ୍ବରରେ ବିନା ଚେତାବନୀରେ ଅତର୍କିତ ଆକ୍ରମଣ କଲା ଚୀନ। ଚୀନ ଭାରତୀୟ ଭୂଭାଗ ଉପରେ ଦାବି ଠାରୁ ବହୁ ଭାଗରେ ଅଧିକାର କରି ନେଇଥିଲା।

ଏହାପରେ ଏଲ୍ଏସି ଉପରେ ବିବାଦ ଜାରି ରଖିବା ପାଇଁ ଅନର୍ଗଳ କଥା କହି ଆସୁଛି। ଏପରିକି ୧୯୧୩ ମସିହାରେ ଭାରତ ଓ ତିବ୍ଦତ ମଧ୍ୟରେ ସୀମା ବିବାଦକୁ ନେଇ ସହମତି ପ୍ରକାଶ ପାଇଥିଲା। ଏ ଆଧାରରେ ପ୍ରସ୍ତୁତ ମେକମୋହନ ଲାଇନ୍ ଉପରେ ଉଭୟ ଦେଶ ସହମତି ଦେଇଥିଲେ।

ତେବେ ଭାରତ ସ୍ଵାଧୀନତା ପାଇବା ପରେ ଚୀନ ପ୍ରଥମେ ତିବ୍ଦତ ଉପରେ କବଜା କଲା। ପୁଣି ଭାରତୀୟ ଭୂଭାଗ ଉପରେ ଦାବି କରିବା ଆରମ୍ଭ କଲା ଚୀନ। ଆକ୍ରମଣ ଆଗରୁ ଚୀନ ଯେଉଁ ଅଞ୍ଚଳରେ ନିଜ ଅଧିକାର ଦାବି କରୁଥିଲା, ଲଦାଖ କ୍ଷେତ୍ରରେ ତାଠାରୁ ଅଧିକ ଭୂଭାଗ ଉପରେ କବଜା କରି ନେଲା।

ସବୁ ମୋଡରେ ଦୋମୁହାଁ ନୀତି

ଦୋକଲମ ବିବାଦ: ଦୋକଲମ ଭୂଟାନର ଅଂଶ ହୋଇଥିଲେ ବି ସେଠାରେ ଚୀନ ସଡ଼କ ତିଆରି କରିବା ପାଇଁ ଉଦ୍ୟମ କରିଥିଲା। ଚୁକ୍ତି ଅନୁସାରେ ଚୀନ ଏହି ଅଞ୍ଚଳରେ ରାସ୍ତା ନିର୍ମାଣ କରିବାର ଅଧିକାର ନ ଥିଲା। ଭାରତ ଉପରେ ସାମରିକ ପ୍ରାନ୍ତ ହାସିଲ କରିବା ପାଇଁ ଏଭଳି କରୁଥିଲା। ହେଲେ ଭାରତର ହସ୍ତକ୍ଷେପ ଓ କଡ଼ା ପଦକ୍ଷେପ ପରେ ଚୀନ ପଦଘୁଞ୍ଚା ଦେଇଥିଲା।

ସୀମା ବିବାଦ ଉପରେ ଚୀନ ସବୁବେଳେ ଅଲଗା ଅଲଗା ଜାଗାରେ ନିଜ ଅଧିକାର ସାବ୍ୟସ୍ତ କରି ଆସୁଛି। ତେବେ ଭାରତ ଏହି ବିବାଦିତ ଭାଗ ଉପରେ ଯେତେବେଳେ ଅଧିକାରିକ ସ୍ତରରେ ପ୍ରବେଶ କରାଇବାକୁ ଦାବି କରିବା ପରେ ଚୀନ ପଛକୁ ଫେରିଲା।

ସୋମବାର ଗଲୱା ଘାଟିରେ ଉଭୟ ଦେଶରେ ସୈନ୍ୟ ସ୍ତର ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ସୂତ୍ରପାତ ଜାରି ରଖିବା ଉପରେ ମଧ୍ୟ ସହମତି ପ୍ରକାଶ ପାଇଥିଲା। ତେବେ ଏହାପରେ ବି ଅତର୍କିତ ଭାବେ ଚୀନ ଭାରତୀୟ ଯବାନ ଉପରେ ଆକ୍ରମଣ କରିଥିଲା।

କେବଳ ଏତିକି ନୁହେଁ, ଚୀନ ଅନ୍ୟ ଦେଶର ମାମଲା ଉପରେ ଦଖଲ ନ କରିବା ପାଇଁ ଦାବି କରି ଆସୁଛି।  ହେଲେ କିଛି ବର୍ଷ ହେଲା ଚୀନ କେବଳ ଭାରତ ଦେଶକୁ ଘେରାଇବା ପାଇଁ ପଡୋଶୀ ଦେଶକୁ ଉସ୍କାଉଥିବା ନଜିର ରହିଛି। ଏପରିକି ନେପାଲ ଚୀନର କଥା ଅନୁସାରେ ଭାରତୀୟ ଭୂଭାଗ ଉପରେ ଦାବି କରି ଆସୁଛି। ଏହାବ୍ୟତୀତ ମାଳଦୀପ, ଶ୍ରୀଲଙ୍କା, ବାଂଲାଦେଶକୁ ବି ଭାରତ ବିରୁଦ୍ଧରେ ଛିଡ଼ା କରିବା ପାଇଁ ଚୀନ ଲଗାତାର ପ୍ରୟାସ କରି ଆସୁଛି। ତେବେ ଚୀନ ଯାହା କହେ ତାର ଓଲଟା କାମ କରେ। ଏହିପରି ଅନେକ କଳଙ୍କିତ ଇତିହାସ ରହିଛି ଚୀନର।

Leave a Reply