ଲେଖିକା ଶୁଭଶ୍ରୀ ମହାପାତ୍ରଙ୍କ ଆଲେଖ୍ୟ, ୧୪ ଦିନର ବନବାସ

ଓଡ଼ିଶାସାହିତ୍ୟ ଓ ସଂସ୍କୃତି

ଏନ୍ଏନ୍ ବ୍ୟୁରୋ। ଏଇ କରୋନା ମଣିଷଙ୍କୁ ଜୀବନର ବାସ୍ତବିକତା ସହ ସାକ୍ଷାତ୍ କରେଇ ଦେଇଛି।ଆଜି ମେଡିକାଲରୁ ନିଜ discharge କାଗଜ ପତ୍ରକୁ ନିଜ ହାତରେ ଧରି ସନ୍ଦିପକୁ ଅନୁଭବ ହେଉଥାଏ କି ସତେ ଯେମିତି ଜୀବନର ସବୁଠୁ ବଡ଼ ବାଜି ଜିତି ଯାଇଛି।

ମେଡିକାଲରୁ ସିଧା ନିଜ ଘର ଅଭିମୁଖେ ଚାଲିଲା ସନ୍ଦିପ।
ବାଟରେ ଗଲା ବେଳକୁ ତା ଆଖି ଆଗରେ ଭାସି ଉଠୁଥାଏ ସେ ମେଡିକାଲ୍ isolation ୱାର୍ଡ ରେ ବିତେଇ ଥିବା ସେହି ୧୪ ଦିନ।
କେହି ପାଖକୁ ଅସନ୍ତିନି, ଖାଇବାକୁ ମଧ୍ୟ ଗୋଟିଏ ଥାଳିରେ ବାଢ଼ି ଦୂରରୁ ଦେଇ ଚାଲି ଯାନ୍ତି ସ୍ବାସ୍ଥ୍ୟ କର୍ମୀ, ମନ କଥା କହିବାକୁ ପାଖରେ କେହି ନଥାନ୍ତି।
ସୁଖ ଦୁଃଖ କଷ୍ଟ ସହ୍ୟ କରି ଏକୁଟିଆ ରହିବା ବଡ଼ କଷ୍ଟକର ବୋଲି ସେ ଅନୁଭବ କରି ଥିଲା।
ଆଜି ସେ ଅନୁଭବ କରି ପାରି ଥିଲା ତା ମା ଦୁଃଖ କୁ, ବାପା ଚାଲି ଯିବା ପରେ ମା ଯେବେ ତା ପାଖକୁ ରହିବାକୁ ସହରକୁ ଆସିଲା ସେଠିକାର ଚାଲି ଚଳନି ସହ ଖାପ ଖୁଆଇ ଚଳି ପାରିଲାନି।
କଥା ବାର୍ତ୍ତା କରିବାକୁ ଆସେନି ତାକୁ ବାହାରେ ଲୋକଙ୍କ ସହ, ସହର ଚଳନୀରେ ସେ ନିଜକୁ ଚଳେଇ ନ ପାରି ନିଜ ପୁଅ ବୋହୁଙ୍କ ସୁବିଧା ପାଇଁ ସନ୍ଦିପ ଘରେ ଥିବା ଗୋଟେ କୋଠରୀକୁ ନିଜ ସଂସାର ରୂପେ ଗ୍ରହଣ କରି ନେଇ ଥିଲା, କାହା ସାଙ୍ଗରେ କଥା ହୁଏ ନାହି,ସେଇଠି ଖାଏ,ସେଇଠି ସେମିତି ଏକା ରୁହେ।
କର୍ମ ବ୍ୟସ୍ତତା ଯୋଗୁଁ ସନ୍ଦିପ ମଧ୍ୟ କେବେ ମା କଥା ବୁଝି ପାରୁ ନଥାଏ।
ମା ପାଖରେ ବସି ଦୁଇ ପଦ କଥା ହେବା ପାଇଁ ମଧ୍ୟ ସମୟ ନଥାଏ,ମା ସାଙ୍ଗରେ ବସି କେବେ ଯେ ସେ ଖାଇ ଥିଲା ତାର ମନେ ନାହିଁ।
ଏମିତି ଭାବୁ ଭାବୁ ସେ ନିଜ ଘରେ ପହୁଞ୍ଚି ଯାଇଥିଲା।
ଗାଡିରୁ ଓଲାହି ସେ ନିଜ ଘରକୁ ପସି ଜାଇ ସିଧା ନିଜ ମା ରହୁ ଥିବା କୋଠରୀକୁ ଚାଲି ଗଲା।
ତା ଅପେକ୍ଷାରେ ରହି ଥିବା ସ୍ତ୍ରୀ ଓ ପୁଅକୁ ଏଡ଼ାଇ।
ନିଜ ପୁଅ ସନ୍ଦିପକୁ ସୁସ୍ଥ ଦେଖି ମା କୋଳକୁ ନେଇ ଗେଲ କରି କାନ୍ଦି ପକାଇଲେ,ସନ୍ଦିପ ଛୋଟ ଛୁଆ ପରି କାନ୍ଦି ମାକୁ କହିଲା ମା ଆଜି ମୁଁ ତୋ ଦୁଃଖ ବୁଝି ପାରିଛି, ଏହି ୧୪ ଦିନ ଭିତରେ ମୁଁ ତୋ ୪ ବର୍ଷ ର କଷ୍ଟ ବୁଝି ପାରିଛି।
ମା ଆଜି ଠୁତୁ ଆମ ସାଙ୍ଗରେ ଖାଇବୁ,ଆମ ସାଙ୍ଗରେ ରହିବୁ, ଆଜି ଠୁତୁ ଆଉ ଏକୁଟିଆ ରହିବୁ ନାହିଁ ଏ କୋଠରୀରେ।
ପୁଅ ମୁଁହରୁ ଏପରିି କଥା ଶୁଣି ମା ତାକୁ ଗେଲ କରି କୁହନ୍ତି ଆଜି ମୋ ବନବାସର ସମାପ୍ତି ଘଟିଛି।

Leave a Reply