ଦୁର୍ଗାପୂଜାକୁ ନେଇ ଲେଖିକା ଶୁଭଶ୍ରୀ ମହାପାତ୍ରଙ୍କ ଆଲେଖ୍ୟ, ମା ଆସିଛି, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ଏନ୍ଏନ୍ ବ୍ୟୁରୋ। ୨ ଦିନ ହେବ ନିର୍ମଳା ନାନୀ ଭୋକ ଉପାସରେ ହାତ ଯୋଡ଼ି ମନ୍ଦୀରରେ ମା ମଙ୍ଗଳାଙ୍କ ମନ୍ଦିରରେ ଅଧିଆ ପଡ଼ିଛି।

ନବରାତ୍ରି ପୂଜା, ମନ୍ଦିରରେ ମାଙ୍କ ଶୋଡ଼ଶ ଉପଚାର ବିଧି, ଦୁର୍ଗା ପୂଜା ଉପଲକ୍ଷେ ବହୁତ ଗହଳି।
ମନ୍ଦିରକୁ ଆସୁଥିବା ଦର୍ଶନାର୍ଥୀମାନେ ନିର୍ମଳା ନାନୀକୁ ଦେଖି ନିଜ ଭିତରେ କିଛି କୁହା କୁହି ହେଉଥାନ୍ତି।
ମୁଁ ନୁଆ କରି କାର୍ଯ୍ୟ ଭାର ନେଇ ଥାଏ ସବ୍ ଇନ୍ସପେକ୍ଟର ରୁପେ, ପ୍ରଥମ କରି ନିଜ ଜନ୍ମ ମାଟିକୁ ଆସି ସବ୍ ଇନ୍ସପେକ୍ଟର ରୂପେ ମୁଁ ବହୁତ ଖୁସି ଥାଏ।
ନିଜ ଗାଁ ଲୋକଙ୍କ ମୁହଁରୁ ନିଜ ଓ ନିଜ ବାପାଙ୍କ ପ୍ରଶଂସା ଶୁଣି ଗର୍ବିତ ମନେ କହୁଥାଏ।
ପ୍ରିତିପୁର ଗାଁର ପ୍ରଥମ ଝିଅ, ପ୍ରଥମ କରି ଗାଁରୁ ବାହାରକୁ ଯାଇ ପାଠ ପଢି ସବ୍ ଇନ୍ସପେକ୍ଟର ହେଇ ଗାଁକୁ ଫେରିଛି।
ଆଜି ଗାଁ ମନ୍ଦିରରେ ଦୁର୍ଗା ପୂଜା ଉପଲକ୍ଷେ ଲୋକ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଡ୍ୟୁଟି ଲାଗିଛି ମୋର।
ଏତେ ଲୋକ ଗହଳି ଭିତରେ କେଜାଣି କାହିଁକି ମୋ ମନ ଓ ଆଖି ଦୁଇଟି ଯାକ ନିର୍ମଳା ନାନୀ ଆଡ଼କୁ ଚାଲି ଯାଉ ଥାଏ।
ନିର୍ମଳା ନାନୀ ମୋ ବାପାଙ୍କ ସାନ ଭଉଣୀ ମୋ ପିଉସୀ ନାନୀ, ଜେଜେ ନାନୀକୁ ଦୂରକୁ ଛାଡ଼ିବେ ନାହିଁ ବୋଲି ଆମରି ଗାଁରେ ବାହା ଦେଲେ।
ବହୁତ୍ ସରଳ, ମିଷ୍ଟ ଭାସିନୀ ଓ କୋମଳ ହୃଦୟର ଅଧିକାରିଣୀ ମୋ ନାନୀ।
ହେଲେ ଆଜି ତାର ଏମିତି କଣ ବିପତ୍ତି ପଡ଼ିଛି ଯେ ସେ ୨ ଦିନ ହେବ ମନ୍ଦିର ରେ ଅଧିଆ ପଡ଼ିଛି।
ଜାଣିବାକୁ ମୋ ମନ ଖାଲି ଘାଣ୍ଟି ହୋଇଛି, ଭାବିଲି ଡ୍ୟୁଟି ସରିବା ପରେ ଘରକୁ ଯାଇ ବୋଉକୁ ପଚାରିବି, ମନ୍ଦିରରେ ନାନୀ ତ କାହା ଆଡ଼କୁ ଅନାଉନି, ଉତ୍ତର କଣ ଦବ।
ଡ୍ୟୁଟି ସାରି ଘରକୁ ଫେରିଲି, ହାତ ମୁଁହ ଧୋଇ ଟିକେ ବିଶ୍ରାମ ନେବାକୁ ବସିଚି କେତେ ବେଳେ ଯେ ଆଖି ଲାଗି ଗଲା ଜଣା ନାହିଁ,ବୋଉ ଡାକରେ ହଠାତ୍ ନିଦ ଭାଙ୍ଗିଲା, ସେ ଖାଇବାକୁ ଡାକୁ ଥାଏ।
ଉଠି ଯାଇ ଖାଇବାକୁ ବସିଲି, ହଠାତ୍ ମନେ ପଡି ଗଲା ନାନୀ କଥା, ବୋଉକୁ ପଚାରିଲି କି ନାନୀର କଣ ଅସୁବିଧା ହେଉଛି ବୋଉ ସେ କାହିଁକି ନ ଖାଇ ପିଇ ଏମିତି ଅଧିଆ ପଡ଼ିଛି।

କେଜାଣି ମନିଙ୍କ ମୁଣ୍ଡରେ କି ଦୂର୍ବୁଧି ଜୁଟିଚି, ଗୋଟାଏ ନାତି ଥାଇ ମଧ୍ୟ ଆଉ ଗୋଟେ ପାଇଁ ଏତେ ପାଲା ତାଙ୍କର।
ବୋଉ ମୁହଁରୁ ଏ କଥା ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହେଲି,ଯୋଉ ନାନୀ ମୋର ଦିନେ ଏତେ ଖୋଲା ସ୍ଵଛନ୍ଦ ବିଚାର ଧାର ରଖୁ ଥିବା ଜଣେ ନାରୀ ଥିଲା ଆଜି କାହିଁକି ସେ ଝିଅ ବଦଳରେ ଗୋଟେ ପୁଅ ପାଇଁ ଜିଦ୍ କରି ମନ୍ଦିର ରେ ଠାକୁରଙ୍କ ଆଗରେ ଅଧିଆ ପଡ଼ିଛି।
ମୋର ଆଜି ବି ମାନେ ଅଛି ବୋଉ କୁହେ ଯେବେ ମୁଁ ଜନ୍ମ ହୋଇଥିଲି ସବୁଠୁଁ ଖୁସି ମୋ ନାନୀ ଥିଲା,ସେ ମୋ ଭିତରେ ନିଜକୁ ଦେଖେ, ଗୋଟିଏ ବୋଲି ପୁଅ ତାର ହେଲେ ତା ମନ ସବୁ ବେଳେ ଗୋଟିଏ ଝିଅ ଚାହେଁ।
ମୁଁ ଶ୍ରେଣୀରେ ଭଲ ନମ୍ବର ରଖିଲେ ବାପା ବୋଉଙ୍କ ଅପେକ୍ଷା ନାନୀ ବହୁତ ଖୁସି ହୁଏ।
ବାପାଙ୍କୁ କୁହେ ଭାଇନା ଆମ ଝିଅକୁ ଖୁବ୍ ପଢେଇବ,ସେ ଯେମିତି ନିଜ ଗୋଡ଼ରେ ଛିଡ଼ା ହେଇ ସ୍ୱାଧୀନ ଭାବେ ବଞ୍ଚିବା।
ନାହିଁ ଆଉ ହବନି କାଲି ସକାଳୁ ଜାଇ ଆଗ ନାନି ସାଙ୍ଗରେ ଦେଖା କରିବି ଆଉ ତାକୁ ପଚାରିବି ଯେ ତା ମନରେ ଝିଅ ପ୍ରତି ଏତେ ବିତୃଷ୍ଣା କାହିକି ଆସି ଗଲା, ଏମିତି ଭାବୁ ଭାବୁ କେତେ ବେଳେ ଯେ ଶୋଇ ପଡ଼ିଲି ମୁଁ।
ସକାଳୁ ବୋଉ ଆସି କବାଟ ବାଡ଼େଇବା ପରେ ନିଦ ଭାଙ୍ଗିଲା ହେଲେ ମନରୁ ନିର୍ମଳା ନାନୀ କଥା ଜାଇ ନଥାଏ।
ଜଳଖିଆ ଖାଇ ମୁଁ ନିଜ ୟୁନିଫର୍ମ ପିନ୍ଧି ନିଜ ଡ୍ୟୁଟି ପାଇଁ ବାହାରି ଗଲି।
ସକାଳୁ ସକାଳୁ ମନ୍ଦିର ଟିକେ ଫାଙ୍କା ଥାଏ, ସେତେ ଲୋକ ଗହଳି ନାହିଁ,ମୁଁ ଏ ସୁଯୋଗ ପାଇ ନାନୀ ପାଖକୁ ଆସି ତାକୁ ମୁଣ୍ଡିଆ ମାରିଲି, ମତେ ୟୁନିଫର୍ମରେ ଦେଖି ନାନୀ ଖୁସି ହେଇ କୁଣ୍ଢେଇ ନେଲା ମତେ।

ଆରେ ମା ତୁ କେବେ ଆସିଲୁ ଗାଁକୁ, କଣ ଏଇଠି ଡ୍ୟୁଟି ଲାଗିଛି ତୋର, ହଉ ଭଲ ହେଲା।
ମୋ ବୋହୂର ପିଲା ପିଲି ହବ ଭଲ ସମୟରେ ଆସିଲୁ।

ନାନୀ ଭଲ କଥା ବୋଉ କହୁ ଥିଲା, ହେଲେ ତୁ ଏମିତି ସମୟରେ ଘରେ ନିଜ ବୋହୂ ପାଖରେ ନ ରହି ଏମିତି ମନ୍ଦିରରେ ଅଧିଆ ପଡିଚୁ କାହିଁକି।
କଣ ହେଇଚି କହ ମତେ?
ନାନୀ କହିଲା ଘରେ ସବୁ ସୁବିଧା କରି ଆସିଚି ଲୋ ମା ମୋ ସମୁଦୁନି, ମୋ ବୋହୂର ମା ତାକୁ ଡାକି ଘରେ ଛାଡ଼ି ଆସିଚି, ସେ ବୋହୂର ଯତ୍ନ ଭଲରେ ନୋଉଛି।
ମୁଁ ନାନୀ ଉତ୍ତରରେ ସନ୍ତୁଷ୍ଟ ନଥିଲି।
ମୋ ପ୍ରଶ୍ନ ବାଚି ଆଖିକୁ ନାନୀ ବୋଧହୁଏ ପଢି ସରି ଥିଲା। କିଛି ପଚାରିବା ଆଗରୁ ସେ କହିଲା, ମୁଁ ଜାଣେ ତୁ କଣ ଭାବୁଛୁ।
ଏହା କି ପୁଅ ଝିଅ ଭିତରେ ତଫାତ୍ କରୁ ନଥିବା ତୋ ନାନୀ ଗୋଟେ ନାତି ଥାଇ ମଧ୍ୟ ଗୋଟେ ପୁଅ ପାଇଁ ଆଜି ଏ ମନ୍ଦିରରେ ଅଧିଆ ପଡ଼ିଛି କାହିଁକି।
ଶୁଣରେ ମା ଏହି କିଛି ମାସ ଆଗରୁ ଆମ ଗାଁରେ ଥିବା ରଘୁ ଦାସର ଦେଢ଼ ବର୍ଷର ଟିକି ଝିଅ ମାମୁନ୍ ସାଙ୍ଗରେ କଣ ହେଲା ତୁ ଜାଣିନୁ,ସେ କଥା ଭାବିଲେ ମଧ୍ୟ ମୋ ଆତ୍ମା କାନ୍ଦି ଉଠେ।
ନିରୀହ ନିଷ୍ପାପ ଛୁଆ ଟି ମୃତ ଅବସ୍ଥାରେ ଗାଁ ବିଲରୁ ମିଳିଲା, ଏଡିକି ବକଟେ ଛୁଆକୁ କୋଉ ରକ୍ଷାସ ଯେ ଧର୍ଷଣ କରି ହତ୍ୟା କରି ତା ମୃତଦେହକୁ ବିଲକୁ ଫିଙ୍ଗିଦେଇ ଚାଲି ଗଲା।
ଆଜି ଯାଏଁ ମଧ୍ୟ ସେ ଧରା ପଡିନି, ଏମିତିରେ ତୁ କହ ମା ମୁଁ କେମିତି ଚାହିଁବି ଯେ, ମୋ ବୋହୂର ଝିଅ ଟିଏ ହଉ,କାଲି କି ତା ସାଙ୍ଗରେ ଯଦି ସେମିତି ହୁଏ।
ନାନୀ କଥା ଶୁଣି ମୁଁ କାନ୍ଦି ପକେଇଲି, ନାନୀକୁ ଭୁଲ୍ ବୁଝି ଥିବା ପାଇଁ ତାକୁ କ୍ଷମା ମାଗିଲି।
ନାନୀ ତୁ କାହିଁକି ଡରୁଛୁ ଯେ ଏହା ସତ ଯେ ଆଜିର ସମାଜରେ ଦୁଶାସନ ଓ ମହିଶାସୁରଙ୍କ ଦୌରତ୍ମ୍ୟ ବଢ଼ି ଚାଲିଛି ହେଲେ ଏକଥା ମଧ୍ୟ ସତ୍ୟ ଯେ ଯେବେ ଯେବେ ନାରୀର ସମ୍ମାନ ହାନି ହେଇଚି ତେବେ ତେବେ ମା ଆସିଛନ୍ତି ଦୁର୍ଗା, କାଳୀ ରୂପ ଧାରଣ କରି, ଆଉ ଆଜି ତୁ ଯୋଉଠି ଅଧିଆ ପଡ଼ିଚୁ ସେ ମଧ୍ୟ ଜଣେ ନାରୀ, ନାରୀ କେବେ ବି ଦୁର୍ବଳ ନୁହଁ।
ସେ ଯେମିତି ଲକ୍ଷ୍ମୀ ରୂପ ଧାରଣ କରି ଜନ୍ମ ଦିଏ, ଭଲ ପାଇ ସ୍ନେହ ମମତା ଦେଇ ପାଳନ କରେ ସେହି ପରି ସମୟ ଆସିଲେ ଦୁଷ୍କର୍ମୀ ମାନଙ୍କ ସଂହାର ପାଇଁ ଦୁର୍ଗା ରୂପ ଧାରଣ କରେ।
ତୁ ଚିନ୍ତା କରନି ମାମୁନକୁ ମୁଁ ନ୍ୟାୟ ଦିଆଇବି।
ସତ କହିଲୁ ମା ମୁଁ ଭୁଲି ଯାଇଥିଲି ତୁ ବି ତ ଜଣେ ନାରୀ, ମୁଁ ଆଉ ମାକୁ କିଛି ଅଳି କରିବିନି, ମୋ ନାତୁଣୀ ହେଲେ ତାକୁ ସ୍ବାବଲମ୍ବୀ କରିବି, ତାକୁ ଖୁବ୍ ପଢେଇବି, କେବେ ବି ଦୁର୍ବଳ ହେବାକୁ ଦେବିନି, ସେ କାହାକୁ ଡରିବ ନାହିଁ, ଅନ୍ୟାୟର ମୁକାବିଲା କରିବ।
ସେହି ସମୟରେ ନାନୀଙ୍କ ପୁଅ ବିକାଶ ଭାଇ ଆସି ଖବର ଦେଲେ ଯେ ବୋଉ ଶୀଘ୍ର ଆସ ତୋର ନାତୁଣୀ ହେଇଛି।
ପୁଅ ମୁଁହରୁ ନାତୁଣୀ ହେବା କଥା ଶୁଣି ନାନୀ ନିଜ ଆଖିର ଲୁହ ପୋଛି ହାତ ଯୋଡ଼ି ମାକୁ ପ୍ରଣାମ କରି କହିଲେ ମୁଁ ଆଜି ଧନ୍ୟ ହେଲି ସାକ୍ଷାତ୍ ତମେ ଆସିଛ ମୋ ଘରକୁ ମୋ ନତୁନି ରୂପ ନେଇ।
ଆରେ ପୁଅ ରହରେ ମୁଁ ସେ ପୂଜାରୀ ନାନାଙ୍କୁ ଦକ୍ଷିଣାଟା ଦେଇ ଦିଏ, ଏତେ ବଡ଼ ଖୁସି କଥା ସାକ୍ଷାତ୍ ମା ଆସିଛି ମୋ ଘରକୁ।

Leave a Reply