ଲେଖିକା ଶାଶ୍ଵତୀ ପଣ୍ଡାଙ୍କ ମନଛୁଆଁ ଗପ ପାଗେଳୀ, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଧୁ ଧୁ ଖରାବେଳ।ମଇ ମାସର ଖରା ଆଉ ତାଉପରେ ଝାଞିପବନ ଲାଗୁଥାଏ ଯେମିତି ଦେହରେ ଫୋଡି ହୋଇ ଯାଉଛି।ଛତାଟାଏ ବି ଆଣିବାକୁ ଭୁଲିଗଲି…।!?କାରଣ ନାନୀଙ୍କ କୁନିବେବି (୧୫ଦିନର) କୁ ଦେଖିବା,ତାସହ ଖେଳିବା ନିଶାରେ ପ୍ରାୟ ଧୁଧୁ ଖରାବେଳେ ଚାଲିଛି ଲୀନା ଏକେଲା କଲେଜରୁ ଆସି ନଖାଇ ନପିଇ ଭଉଣୀ ଘରକୁ । ବୋଉର ଟିକେ ଖାଇଦେଇ ଯାତ କଥାକୁ। କାନ ନଦେଇ ସାଇକେଲ ଟିକୁ ଏକପ୍ରକାର ଫୋପାଡି ଦେଇ ଚାଲିଲା ଲୀନା ତାର ଅତିପ୍ରିୟ ବଡନାନୀ ଘରକୁ ଯିଏକି ତାଙ୍କ ଘରଠୁ କିଛି ଦୂରରେ ରହୁଥିଲେ ।ମୁଁ ପାଗେଳୀଟା ସତରେ…..ଏମିତି ଭାବୁଭାବୁ ଲୀନା ମନେ ମନେ ହସିପକାଇଲା ଫେଁ କରି ଆଉ ପ୍ରକୃତିସ୍ତ ହୋଇଗଲା ଯେତେବେଳେ ଖିଆଲ ଆସିଲା ଯେ ସେ ନିଛାଟିଆ ରାସ୍ତାରେ ଏକଦମ ଏକେଲା ।ଆହୁୁରି ଭୟଭୀତ ହୋଇଗଲା ଯଦି, ସତରେ ଏକ ପାଗେଳୀ ଆସିଯାଏ ତା ସାମନାକୁ ଅଚାନକ ତ……।….ତାର ପାଗେଳୀ ମାନଙ୍କୁ ଅହେତୁକ ଭୟ ।ପିଲାଚୋର,ଚୋର,ଭୂତପ୍ରେତଠୁ ବି ଅଧିକ ।କାରଣ ଛୋଟବେଳେ ସେ ଶୁଣିଛି ବୋଉ ତାକୁ ନ (ଖାଇଲେ କି ନ ଶୋଇଲେ )ପାଗେଳୀ ନେଇଯିବ କହି ଡରାଏ।ଆଉ ସେ ଡରଟା ଆଜିଯାଏଁ ତା ମନରେ ଘର କରି ରହିଛି ।ଦେହ ଝାଳେଇଗଲା ଲୀନାର ପାଗେଳୀକୁ ଭେଟିବାର ଅସ୍ବାଭାବିକ ଏକ ଅଜଣା ଭୟରେ..କିନ୍ତୁ ପୁଣି ଏକ ଫିକା ହସ ଖେଳିଗଲା ତାର ଚେହେରାରେ ଯେ ନା,ମ ପାଗେଳୀମାନେ କଣ ଖାଲି ତାକୁ ଭେଟିବାକୁ ଆସିବେନା ଏ ଝାଞୀ ଖରାବେଳଟାରେ,ସେମାନେ ବି ଶୋଇବେ ନା ଅନ୍ୟମାନଙ୍କ ପରି…।ଚପଳମତି ଶିଶୁଟିଏ ପରି ୧୫ବର୍ଷର ଲୀନାର ହୃଦୟ ବ୍ ଖୁବ କୋମଳ ଆଉ ନିଷ୍କପଟ । ତେଣୁ ସେ ବି ଝିଅ ଭୟକୁ ମନରୁ ଆଡେଇ ଚାଲିଲା ଖୁସି ମନରେ ନାନୀ ଝିଅକୁ ଗ୍ଲେହା କରିବା ଲାଳସାରେ।ଅଚାନକ ଏକ ଅଜଣା ହାତ ତା ବାହୁକୁ ଭିଡି ଧରିପକାଇଲା ପରି ଲାଗିଲା ଲୀନାକୁ।କୁନିଝିଅର ମୋହରେ ହଜିଯାଇଥିବା ଲୀନାର ମୋହ ଭଂଗ ହେଲା ସେତେବେଳେ ଯେତେବେଳେ ଏକ ଅଜଣା ବୃଦ୍ଧାଙ୍କର ତାର ହାତକୁ ହଲେଇବା ସହ ଅସମାପ୍ତିସୂଚକ ପ୍ରଶ୍ନ “ମୋ ଝିଅକୁ ଦେଖିଛୁ “?ତୋ ସହିତ ଯେ ଯାଇଥିଲା କୋଉଠି ଛାଡିଆସିଲୁ ତାକୁ?ସାଙ୍ଗରେ ଆଣିଲୁନି କାହିକି? ଏତେବେଳ ହେଲା ଆସିନି ଯେ….ପ୍ରଶ୍ନ ଉପରେ ପ୍ରଶ୍ନ …।ଲୀନା କୁ ବୁଝିବାକୁ ବାକି ରହିଲାନି ଯେ ସେ ସତସତିକା ଏକ ପାଗେଳି ହାବୁଡରେ ପଡିଯାଇଛି । ଯେଉଥିପାଇଁ ଡରୁଥିଲା ସେଇୟା ହିଁ ଘଟିଲା। କଣ କରିବ କେମିତି ମୁକୁଳେଇବ ନିଜକୁ ,ରାସ୍ତା ଯେ ପୁରା ଶୂନଶାନ..।କ୍ଷୋଭ,ଭୟ ଆଶଙ୍କା ଓ ଯନ୍ତ୍ରଣାରେ ଏକରକମ ଛଟପଟ ହେଇଯାଉଥାଏ ଲୀନା ,ତା ସାଙ୍ଗକୁ ପାଗେଳୀ ବୁଢିର ବାରମ୍ବାର ସେଇ ଗୋଟିଏ ପ୍ରଶ୍ନ ମୋ ଝିଅ କାହିଁ?ଲୀନାର ଉତ୍ତରରେ ମାଉସୀ ମୁଁ ପରା କଲେଜରେ ପଢେ,ମୁ କେମିତି ଜାଣିବି ତୁମ ଝିଅକୁ?ନିଆଁରେ ପାଣି ପଡିଲା ପରି ହାତ ମୁଠାଟି ଶିଥିଳ ପଡିଗଲା ପାଗେଳୀର .. ..ମୋ ଝିଅକୁ ଜାଣିନୁ,ସେ …ଏମିତି କହି କହି ଉଭାନ ହେଇଗଲା ପାଗେଳୀ ଟି…।ଏକା ନିଶ୍ବାସରେ କାନ୍ଦିକାନ୍ଦି ଦଉଡି ଦଉଡି ପଳାଇ ଆସିଲା ଲୀନା ଘରକୁ…. ଠାକୁରଙ୍କୁ ଧନ୍ୟବାଦ ଜଣେଇଲା ବିପଦରୁ ମୁକ୍ତ କରେଇ ଥିବାରୁ ..ଆଉ ତା ସହିତ ସେଦିନ ଲୀନାର ପାଗଳ ମାନଙ୍କ ପ୍ରତି ଥିବା ଭୟ ମଧ୍ୟ ଦୂର ହୋଇଯାଇଥିଲା ଏଇ ଧାରଣା ସହିତ ଯେ ପାଗଳ ମାନେ ବି ମଣିଷ।ସେମାନଙ୍କର ବି ହୃଦୟ ଥାଏ ଆଉ ସେମାନଙ୍କ ସହ ଯଦି ମାନବିକତାର ବ୍ୟବହାର କରାଯାଏ ତେବେ ସେମାନେ ବି କାହାକୁ ହାନି ପହଞ୍ଚାନ୍ତିନି। କିନ୍ତୁ ଆମ ସମାଜ, ଆମେ ମଧ୍ୟ ପାଗଳଟିଏ ଦେଖିଦେଲେ ତାକୁ ଟେକାପଥର ଫିଙ୍ଗି ରକ୍ତାକ୍ତ କରିବାକୁ ବି ପଛେଇ ନ ଥାଉ ଯେଉଁଟା ଆମ ପାଗଳାମିର ପରିଚୟ ଦେଇଥାଏ ।।

Leave a Reply