ୟୁନିଟ୍ ୭୩୧ ଭୟଙ୍କର ଟର୍ଚର ହାଉସ, ଜୀବନ୍ତ ମଣିଷ ଉପରେ ହେଉଥିଲା ପରୀକ୍ଷା

ଓଡ଼ିଶାଦେଶ ଓ ବିଦେଶଫିଚର୍ବଡ଼ ଖବର

ନବନୀତା ବ୍ୟୁରୋ। ୟୁନିଟ୍ ୭୩୧, ଅଧିକାଂଶ ଲୋକ ଏହାର ନା ଶୁଣି ନଥିବେ। କିନ୍ତୁ ଦ୍ବିତୀୟ ବିଶ୍ୱଯୁଧ୍ୟ ସମୟରେ ଏହା ବିଶ୍ଵର ସବୁଠାରୁ ଭୟଙ୍କର ପରୀକ୍ଷାଗାର ମଧ୍ୟରେ ଗୋଟିଏ ମାତ୍ର ଥିଲା। ଜାପାନୀ ସେନା ଦ୍ଵାରା ନିର୍ମିତ ଏହି ଗୁପ୍ତ ପ୍ରୟୋଗଶାଳା ଭୟଙ୍କର ନିର୍ଯାତନା ଘର ଭାବେ ପରିଚିତ ଥିଲା। କାରଣ ଏଠାରେ ଜୀବନ୍ତ ମଣିଷ ଉପରେ ଏଭଳି ପରୀକ୍ଷା କରାଯାଉଥିଲା ଶୁଣିଲେ ଆପଣଙ୍କର ଲୋମ ତାଙ୍କରି ଉଠିବ। ଏହି ପରୀକ୍ଷାଗାର ଚୀନର ପିଂଗଫାଙ୍ଗ ଜିଲ୍ଲାରେ ଥିଲେ ମଧ୍ୟ ଏହାର ପରିଚାଳନା ଜାପାନୀ ସେନା କରୁଥିଲା।

ୟୁନିଟ୍ ୭୩୧କୁ ଜାପାନୀ ସେନା ଜୈବିକ ଅସ୍ତ୍ରଶସ୍ତ୍ର ତିଆରି କରିବା ପାଇଁ ଆରମ୍ଭ କରିଥିଲା। କାରଣ ନିଜ ଶତ୍ରୁ ଉପରେ ଏହାର ଉପଯୋଗ କରାଯାଇ ପାରେ।  ଏପରିକି ଏଠାରେ ଜୀବନ୍ତ ମଣିଷର ଶରୀରରେ ବିପଦଜନକ ଭୂତାଣୁ ଓ କେମିକାଲ ପକାଇ ତା ଉପରେ ପ୍ରୟୋଗ କରୁଥିଲେ। ଏହି ଲ୍ୟାବରେ ମଣିଷଙ୍କୁ ଏଭଳି ଯାତନା ଦିଆଯାଇଥିଲା ତାହା ଆପଣଙ୍କ କେବେ ଚିନ୍ତା ବି କରିନ ଥିବେ।

ଏଠାରେ ଚୀନ, ଆମେରିକା ଓ ବ୍ରିଟେନ ଆଦି ଦେଶରୁ ଧରାଯାଇଥିବା ଲୋକଙ୍କ ଉପରେ ପଶୁ ଭଳି ପ୍ରୟୋଗ କରାଯାଉଥିଲା। ଫଳରେ ଅସହ୍ୟ ନିର୍ଯାତନା ସହି ନପାରି ଅନେକ ଲୋକ ଛଟ ପଟ ହୋଇ ମୃତ୍ୟୁ ବରଣ କରୁଥିଲେ। ତେବେ ଏଥିରୁ ଯେଉଁ ମାନେ ବଞ୍ଚି ଯାଉଥିଲେ ସେମାନଙ୍କୁ ମାରି ଦିଆ ଯାଉଥିଲା। ଏବଂ ତାର ବଞ୍ଚିବା କାରଣ ଜାଣିବା ପାଇଁ ଚିର ଫାଡ୍ କରାଯାଉଥିଲା। କୁହା ଯାଉଛି କି ଏଭଳି ପରୀକ୍ଷା କରିବା ପାଇଁ ପ୍ରାୟ ୩ ହଜାରରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଛି।

ଫ୍ରାଷ୍ଟବାଇଟ୍ ଟେଷ୍ଟିଙ୍ଗ ନାମକ ଏହି ପରୀକ୍ଷାରେ ମଣିଷର ହାତ ଗୋଡ ବାନ୍ଧି ପାଣିରେ ବୁଡା ଯାଉଥିଲା। ଏବଂ କଠିନ ନ ହେବା ଯାଏ ପାଣିକୁ ଥଣ୍ଡା କରାଯାଉଥିଲା। ଏହାର କଠିନ ହାତ ଗୋଡକୁ ଗରମ ପାଣିରେ ନରମ କରାଯାଉଥିଲା। ଏଥିରୁ ଜାଣିବାକୁ ଚାହୁଁ ଥିଲେ ଯେ, ଅଲଗା ଅଲଗା ତାପମାତ୍ରାରେ ମଣିଷ ଶରୀର ଉପରେ କିଭଳି ପ୍ରଭାବ ପଡେ। ଏଭଳି ଭୟଙ୍କର ପରୀକ୍ଷା ପାଇଁ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଉଥିଲା।

କେବଳ ଏତିକି ନୁହେଁ, ମଣିଷ ଶରୀରରେ ବିପଦଜନକ ଭୂତାଣୁ ଛାଡ଼ିବା ପରେ ପ୍ରଭାବିତ ଅଙ୍ଗକୁ କାଟି ଦିଆଯାଉଥିଲା। ସେମାନେ ଜାଣିବାକୁ ଚାହୁଁ ଥିଲେ ଯେ, ବିମାରୀ ଆଗକୁ ବ୍ୟାପୁଛି ନା ନାହିଁ। ଏହି ପରୀକ୍ଷାରେ ମଧ୍ୟ ଅନେକ ଲୋକଙ୍କ ମୃତ୍ୟୁ ଘଟୁଥିଲା। ଯେଉଁମାନେ ବଞ୍ଚି ଯାଉଥିଲେ ସେମାନଙ୍କ ଉପରେ ଫାଇରିଂ କରୁଥିଲେ। କାରଣ ବନ୍ଧୁକ ମଣିଷ ଶରୀରରେ ଯେତେ କ୍ଷତି ଘଟାଇ ପାରେ ତାହା ଜାଣିବାକୁ ଚାହୁଁ ଥିଲେ।

ୟୁନିଟ୍ ୭୩୧ରେ ସବୁଠାରୁ ଭୟଙ୍କର ପରୀକ୍ଷା ଥିଲା ପୁରୁଷ ଓ ମହିଳାଙ୍କୁ ଶାରୀରିକ ସଂପର୍କ ରଖିବାକୁ ମଜବୁର କରିବା। ପୂର୍ବରୁ ଜଣଙ୍କ ଶରୀରରେ ରୋଗ ବହକ ଭୁତାଣୁ ଛଡା ଯାଉଥିଲା। ଏହାଦ୍ବାରା ସେମାନେ ଜାଣିବାକୁ ଚାହୁଁ ଥିଲେ ଯେ, ସାଇଫିଲ୍ସ ଭଳି ସେକ୍ସ ଟ୍ରାନସମିଟେଡ ରୋଗ ବ୍ୟାପେ କେମିତି। ଏହା ବ୍ୟତୀତ କିଛି ମହିଳାଙ୍କ ଶରୀରରେ ଭୂତାଣୁ ଛାଡ଼ିବା ପରେ ଗର୍ଭବତୀ କରାଯାଉଥିଲା।କାରଣ ନବଜାତ ଶିଶୁ ଉପରେ କିଭଳି ପ୍ରଭାବ ପଡୁଛି। ଏହି ପରୀକ୍ଷାରେ ମଧ୍ୟ ଅନେକ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାଯାଏ।

Leave a Reply