ରହସ୍ୟମୟୀ କୁଣ୍ଡ,କାହାକୁ ଜଣା ନାହିଁ ଏହାର ଗଭୀର କେତେ ଓ ପ୍ରଳୟ ଆଶଂକା ବେଳେ କାହିଁକି କୁଣ୍ଡର ପାଣି ଆପେ ଆପେ ବୃଦ୍ଧି ପାଏ

ଦେଶ ଓ ବିଦେଶଫିଚର୍ବଡ଼ ଖବର

ନବନୀତା ବ୍ୟୁରୋ,ଭୁବନେଶ୍ୱର। ଆଜି ବି ଦୁନିଆରେ ଏମିତି କିଛି ରହସ୍ୟ ଅଛି, ଯାହା ଏବେସୁଦ୍ଧା ରହସ୍ୟରେ ହିଁ ରହି ଯାଇଛି । କାରଣ ତା ସଂପର୍କରେ ପତ୍ତା ଲଗାଇବା ବୈଜ୍ଞାନିକମାନେ ବି ବିଫଳ ହୋଇ ଯାଇଛନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଏକ ରହସ୍ୟମୟୀ କୁଣ୍ଡ ସଂପର୍କରେ ଜଣାଇବାକୁ ଯାଉଛୁ, ଯାହା ଭାରତରେ ଅବସ୍ଥିତ  । ଏବଂ ସେ କୁଣ୍ଡର ଗଭୀର କେତେ ଆଜିସୁଦ୍ଧା କୌଣସି ବୈଜ୍ଞାନିକମାନେ ମଧ୍ୟ ଜାଣି ପାରି ନାହାନ୍ତି ।

ଏହି ରହସ୍ୟମୟୀ କୁଣ୍ଡର ନାଁ ହେଉଛି ଭୀମ କୁଣ୍ଡ । ଯାହା ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ମାତ୍ର ୭୦ କିଲୋମିଟର ଦୂର ବାଜନା ଗାଁରେ ଅବସ୍ଥିତ । କୁଣ୍ଡର ନାମରୁ ବାରି ହୋଉ ପଡୁଛି ଯେ, ଏହି କୁଣ୍ଡର କାହାଣୀ ମହାଭାରତ ସହ ଜଡ଼ିତ ।
ଏହି କୁଣ୍ଡ ସଂପର୍କରେ କୁହାଯାଉଛି କି, ମହାଭାରତ ସମୟରେ ଯେତେବେଳେ ପାଣ୍ଡବ ଅଜ୍ଞାତବାସ ସମୟରେ ଥିଲେ, ସେତେବେଳେ ସେମାନେ ଏପଟ ସେପଟ ଘୂରି ବୁଲୁଥିଲେ । ଏ ସମୟରେ ବହୁତ ଶୋଷ ଲାଗିଥିଲା, ହେଲେ ପିଇବା ପାଇଁ ଟୋପାଏ ବି ପାଣି ମିଳିନଥିଲା । ସେତେବେଳେ ଭୀମ ନିଜ ଗଦାରେ ମାଟି ଉପରେ ପ୍ରହାର କରି ଏହି କୁଣ୍ଡ ତିଆରି କରି ଶୋଷ ମେଂଟାଇଥିବା ଜଣାଯାଏ । ୪୦ରୁ ୮୦ ମିଟର ଓସାର ଥିବା ଏହି କୁଣ୍ଡଟି ଦେଖିବା ଲାଗି ପୁରା ଏକ ଗଦା ସଦୃଶ ।


ଏହି କୁଣ୍ଡଟି ଦେଖିବାକୁ ସାଧାରଣ ଭଳି ଲାଗେ । ହେଲେ ଏହାର ବିଶେଷତ୍ୱ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି କୁଣ୍ଡ ସଂପର୍କରେ କୁହାଯାଉଛି ଯେ, ଯେତେବେଳେ ଏସିଆ ମହାଦ୍ୱୀପରେ ବାତ୍ୟା, ତୁଫାନ ଘଟିବାକୁ ଥାଏ, ସେତେବେଳେ ଆପେ ଆପେ ଏହି କୁଣ୍ଡର ପାଣି ବୃଦ୍ଧି ପାଏ ।

ଏଥିସହ ଏହି ରହସ୍ୟମୟୀ କୁଣ୍ଡର ଗଭୀର କେତେ କାହାକୁ ମାଲୁମ ନାହିଁ । ଏହାର ପତ୍ତା କରିବା ଲାଗି ସ୍ଥାନୀୟ ପ୍ରଶାସନଠୁ ଆରମ୍ଭ କରି ବିଦେଶୀ ବୈଜ୍ଞାନିକ ଓ ଡିସକଭରି ଚ୍ୟାନେଲ ତକ ସମସ୍ତେ ଉଦ୍ୟମ କରିଛନ୍ତି,ହେଲେ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଛି ।
ସୂଚନା ଅନୁସାରେ, ଥରେ ବିଦେଶୀ ବୈଜ୍ଞାନିକମାନେ ଏହି କୁଣ୍ଡର ଗଭୀରର ପତ୍ତା କରିବା ଲାଗି ୨୦୦ ମିଟର ପାଣି ଭିତରେ ଏକ କ୍ୟାମେରା ପଠାଇଥିଲେ । କିନ୍ତୁ କୁଣ୍ଡର ଗଭୀର କେତେ ତାହା ପତ୍ତା ଲଗାଇ ପାରିନଥିଲେ ।
ଆହୁରି ମଧ୍ୟ କୁହାଯାଉଛି କି,ଏହି କୁଣ୍ଡର ପାଣି ଗଂଗା ଭଳି ପବିତ୍ର ଓ ଏହା କେବେ ବି ଖରାପ ହୁଏ ନାହିଁ । ଯେତେବେଳେ ପୋଖରୀ, କୁଣ୍ଡରେ ଥିବା ପାଣି ଧୀରେ ଧୀରେ ଖରାପ ହୋଇଥାଏ ।  ହେଲେ ଏଠାରେ କିନ୍ତୁ ସେଭଳି କିଛି ଘଟେ ନାହିଁ ।
ତେଣୁ ଆଜି ମଧ୍ୟ ଏ ରହସ୍ୟମୟୀ କୁଣ୍ଡ ସଂପର୍କରେ ବୈଜ୍ଞାନିକମାନେ ସେମିତି କିଛି ପତ୍ତା ଲଗାଇ ପାରି ନାହାନ୍ତି । ଯେପରିକି କୁଣ୍ଡର ଗଭୀର କେତେ ଓ ଯେତେବେଳେ ପ୍ରଳୟ ଆସିବା ଆଶଂକା ଥାଏ ସେତେବେଳେ ଏହି କୁଣ୍ଡର ପାଣି ଆପେ ଆପେ କାହିଁକି ବୃଦ୍ଧି ଘଟେ ।

Leave a Reply