ଅଜୟ ଦେବଗନଙ୍କ ଘରକୁ ଆସିଲା ବଡିଗାର୍ଡ,ମୋଦୀ ଶାହା ରଖିଲେ ଏମିତି ପ୍ରତିକ୍ରିୟା

ଦେଶ ଓ ବିଦେଶବଡ଼ ଖବରମନୋରଞ୍ଜନସୋସିଆଲ ମେଡିଆ

ନବନୀତା ବ୍ୟୁରୋ। ସାରା ଦେଶରେ କରୋନା ପ୍ରକୋପ ବଢ଼ି ବଢ଼ି ଚାଲିଛି। ସମସ୍ତ ଲୋକଙ୍କୁ ସତର୍କ ରହିବାକୁ ଅପିଲ କରାଯାଉଛି। କରୋନା ସଂକ୍ରମଣ ସଂଖ୍ୟା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପୁରା ଦେଶ ଲକ୍ ଡାଉନ୍। ଏ ସମୟରେ ବଲିଉଡ୍ ସୀଙ୍ଘମ କୁହାଯାଉଥିବା ଅଭିନେତା ଅଜୟ ଦେବଗନଙ୍କ ଘରକୁ ତାଙ୍କ ନୂଆ ବଡ଼ିଗାର୍ଡ ଆସିଛି। ଏନେଇ ଅଜୟ ସାମାଜିକ ଗଣମାଧ୍ୟମରେ ସୂଚନା ଦେଉ ଦେଉ ସେ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା।

ଅଜୟ ଦେବଗନଙ୍କ ଏହି ବଡ଼ିଗାର୍ଡ ହେଉଛି ଆରୋଗ୍ୟ ସେତୁ ଆପ। ଅଜୟ ଏହାକୁ ନିଜ ମୋବାଇଲରେ ଡାଉନଲୋଡ କରିଛନ୍ତି। ଏନେଇ ଅଜୟ ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରିଛନ୍ତି। ଏବଂ ଅଜୟ ଏହି ଆପକୁ ନିଜ ବଡ଼ିଗାର୍ଡ ବୋଲି ଉଲ୍ଲେଖ କରିଛନ୍ତି। ଅଜୟ ଏହାର ଏକ ପ୍ରଚାରଧର୍ମି ଭିଡିଓ ତିଆରି କରି ସାମାଜିକ ଗଣମାଧ୍ୟମରେ ଛାଡିଛନ୍ତି। ଏହି ଭିଡିଓକୁ ପୋଷ୍ଟ କରି ଅଜୟ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକୁ ଧନ୍ୟବାଦ ଯିଏ କି କରୋନା ମୁକାବିଲା ଲାଗି ସମସ୍ତଙ୍କ ପାଇଁ ପର୍ସନାଲ ବଡ଼ିଗାର୍ଡ ପ୍ରସ୍ତୁତ କରିଛନ୍ତି। ଏଥିସହ ଅଜୟ ଏହି ଆପକୁ ଡାଉନ୍ ଲୋଡ୍ କରିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି।

ଅଜୟଙ୍କ ଏହି ପୋଷ୍ଟ ଉପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ରଖିଛନ୍ତି। ମୋଦୀ ଅଜୟଙ୍କ ପୋଷ୍ଟକୁ ରିଟୁଇଟ କରି ଲେଖିଛନ୍ତି ଯେ, ବହୁତ୍ ଖୁବ୍ ଅଜୟ ଦେବଗନ। ଆରୋଗ୍ୟ ସେତୁ ଆମକୁ, ଆମ ପରିବାର ତଥା ଦେଶକୁ ସୁରକ୍ଷିତ ରଖିବ। ଏଥିସହ ମୋଦୀ କହିଛନ୍ତି ଯେ ଏହି ଆପକୁ ଡାଉନ୍ ଲୋଡ୍ କରିବା ସହ କରୋନା ମୁକାବିଲା ଲଢେଇକୁ ଆହୁରି ମଜବୁତ୍ କରନ୍ତୁ।

କେବଳ ମୋଦୀ ନୁହଁନ୍ତି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଅଜୟ ଦେବଗଣଙ୍କ ଭିଡିଓକୁ ରିଟୁଇଟ କରିଛନ୍ତି। ଅଜୟ ଦେବଗନ ଠିକ୍ କହିଛନ୍ତି ବୋଲି ଶାହା ଲେଖିଛନ୍ତି। ବାସ୍ତବରେ ଆରୋଗ୍ୟ ସେତୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷକର୍ମି ବୋଲି କହିଛନ୍ତି ଶାହା। ଏହା କୋଭିଡ୍ ୧୯ ବିରୁଦ୍ଧ ଲଢେଇରେ ସତର୍କ ଓ ସୁରକ୍ଷିତ ରଖିଥାଏ। ଏଥିସହ ଅମିତ ଶାହା ଲୋକଙ୍କୁ ଏହି ଆପ ଡାଉନ୍ ଲୋଡ୍ କରିବା ପାଇଁ ଅପିଲ କରିଛନ୍ତି।

ସୂଚନା ଅନୁସାରେ ଅଜୟ ଦେବଗନ ଯେଉଁ ଆପ ର ପ୍ରମୋସନ ପାଇଁ ଭିଡିଓ ତିଆରି କରିଛନ୍ତି ତାହା ଭାରତ ସରକାରଙ୍କ ଦ୍ବାରା ଲୋକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ କରାଯାଇଛି। ଆରୋଗ୍ୟ ସେତୁ ଆପ କରୋନା ସଂକ୍ରମଣ ରୁ ବର୍ତିବା ପାଇଁ ସହାୟତା କରୁଛି। ଏପରିକି ଏହା ସଂକ୍ରମିତ ଲୋକଙ୍କ ନିକଟକୁ ଯିବା ପାଇଁ ସତର୍କ କରିଥାଏ।

Leave a Reply