ଅର୍ଥ ବ୍ୟବସ୍ଥାକୁ ଝଟକା: ୧ ପ୍ରତିଶତରୁ ବି କମ୍ ରହିବ GDP

ଓଡ଼ିଶାଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଅର୍ଥ ବ୍ୟବସ୍ଥାକୁ ଶକ୍ତ ଝଟକା। ମାନ୍ଦାବସ୍ଥା ଯୋଗୁଁ ଶିଥିଳ ଥିବା ଆର୍ଥିକ ବ୍ୟବସ୍ଥା ଆହୁରି ହ୍ରାସ ପାଇବା ସମ୍ଭାବନା ରହିଛି। ଆର୍ଥିକ ବର୍ଷ ୨୦୨୦-୨୧ ରେ ଭାରତର ଅଭିବୃଦ୍ଧି ଦର କୁ ହ୍ରାସ କରିଛି ଫିଚ ରେଟିଙ୍ଗ। ଅଭିବୃଦ୍ଧି ହାରକୁ ହ୍ରାସ କରି ୦.୮ କରିଛି ଫିଚ୍। ଫିଚ ରେଟିଙ୍ଗସ ପକ୍ଷରୁ କୁହାଯାଇଛି ଯେ, ମହାମାରୀ କରୋନା ଭୂତାଣୁ ଓ ଲକ୍ ଡାଉନ୍ ପ୍ରକୋପ ଯୋଗୁଁ ଦେଶରେ ଆର୍ଥିକ ସଙ୍କଟ ଜାରି ରହିଛି।

ଫିଚ ରେଟିଙ୍ଗସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଏପ୍ରିଲ ୨୦୨୦ରୁ ମାର୍ଚ୍ଚ ୨୦୨୧ ଆର୍ଥିକ ବର୍ଷରେ ଭାରତର ଜିଡିପି ବୃଦ୍ଧି ଦର ୦.୮ ରେ ସୀମିତ ରହିଯିବ। ତେବେ ଗତ ବର୍ଷ ଏହି ଅଭିବୃଦ୍ଧି ଦର ୪.୯% ରହିଥିଲା।

ହେଲେ ୨୦୨୧-୨୨ରେ ଅଭିବୃଦ୍ଧି ଦର ୬.୭ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି। ୨୦୨୦ କ୍ୟାଲେଣ୍ଡର ବର୍ଷର ଶେଷ ତ୍ରମାସିକରେ ବୃଦ୍ଧି ଦର ୧.୪ ପ୍ରତିଶତ ଯାଏ ପହଞ୍ଚିବା ବିଶ୍ୱାସ କରାଯାଉଛି।

Leave a Reply