ମହାମାରୀ କରୋନା ଯୁଦ୍ଧକୁ ଓହ୍ଲାଇଲେ ଦେଶର ପ୍ରଥମ ମହିଳା ନାଗରିକ

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଦେଶରେ କରୋନା ଭୂତାଣୁର ମୁକାବିଲା ପାଇଁ ସମସ୍ତେ ଲାଗିଛନ୍ତି। ଦିନ ରାତି କାମରେ ବ୍ୟସ୍ତ ସରକାର। ସମସ୍ତେ ନିଜ ନିଜ ତରିକାରେ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି। ଏହି ସଙ୍କଟ ସମୟରେ ସଚେତନତା ବାର୍ତ୍ତା ଦେବାକୁ ଉଦ୍ୟମ କରିବା ସହ ସମସ୍ତେ ମିଳିମିଶି ଏହି ଚାଲେଞ୍ଜର ମୁକାବିଲା କରିପାରିବା।

ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଦେଶର ପ୍ରଥମ ମହିଳା ନାଗରିକ ସବିତା କୋବିନ୍ଦ ମଧ୍ୟ ଏହି ଲଢେଇରେ ସାମି ହୋଇଛନ୍ତି। ପ୍ରେସିଦେଣ୍ଟ ଏଷ୍ଟେଟ ଶକ୍ତି ହାତରେ ସେ ମାସ୍କ ସିଲେଇ କରି ଦେଶକୁ ସନ୍ଦେଶ ଦେବାକୁ ଚାହୁଁଛନ୍ତି। ଏବଂ ରାଷ୍ଟ୍ରୀୟ ଚାଲେଞ୍ଜକୁ ସମସ୍ତେ ମିଳିମିଶି ବିଜୟୀ ହୋଇପାରିବା।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସହର ଆଶ୍ରୟ ବିକାଶ ବୋର୍ଡ ପକ୍ଷରୁ ଚାଲିଥିବା ଆଶ୍ରୟ ଗୃହକୁ ଶକ୍ତି ହାଟରୁ ବି ମାସ୍କ ଯୋଗାଇ ଦିଆଯାଇଥାଏ।

Leave a Reply