ଗାଳ୍ପିକ ପବିତ୍ର ବ୍ରହ୍ମପୁତ୍ର ନାୟକଙ୍କ ଚାରୋଟି ନାନୋ କଥା କରୋନା ଗପ ଚାରି

ସାହିତ୍ୟ ଓ ସଂସ୍କୃତି

ଗପ – ୧

ତିନି ଦିନ ତଳେ ଯଉ ଖାଦ୍ୟ ପାଇଁ ତାକୁ ସାରା ସହର ବୁଲିବାକୁ ପଡୁଥିଲା । ଏବେ ଆଉ ବୁଲିବାକୁ ପଡୁନି । ଜନର୍ଦ୍ଦନ କଅମ ବିକଳ ହେଇଛି ଏଇ ଖାଦ୍ୟ ଗଣ୍ତାକ ପାଇଁ । କିଏ କଡା ଭାଷାରେ ଦୂର କରି ଦଉଥିଲା ବେଳେ ଆଉ କିଏ ଘିନା ଘିନା ପାଆନ୍ତି ତାକୁ । ଏବେ ସେ ବସୁଛି କଟକ ଚୌଧୁରୀ ବଜାର ଓସ୍ତ ଗଛ ମୂଳେ କେତେ ରଂଗର କାର୍ ଆସି ଲାଗୁଛି ତାଠି । କଳପନାରେ ସେ ଯଉ ଖାଦ୍ୟ କଥା ଭାବି ନଥିଲା ଏବେ ସେ ଖାଉଛି । ଖାଇବା ସାଂଗକୁ ମିଳୁଛି ମଧ୍ୟ ଆହାପଦ, ମୁଠାମୁଠା ସ୍ନେହ । ଜନର୍ଦ୍ଦନ ଭାବୁଛି ଏଇ ବନ୍ଦବାନ୍ଦ ହୁଅନ୍ତାନି ସବୁଦିନ, ତାପରି କିଛି ଲୋକ ହୁଏତ ବଂଚି ଯାଆନ୍ତେ କିଛିକାଳ ।

ଗପ ‐ ୨

ଅନେକ ଦିନ ହେବ ସୁଧାକର ପତ୍ନୀଙ୍କୁ ସମୟ ଦେଇ ପାରି ନଥିଲେ, ବିଜିନେସ୍ ରେ ଏମିତି ସେ ବ୍ୟସ୍ତ ଯେ ନିଶ୍ବାସ ମାରିବା ପାଇଁ ତାଙ୍କ ପାଖରେ ସମୟ ନାହିଁ । କି ଖରା କି ବର୍ଷା କିଛି ମାନନ୍ତିନି ସୁଧାକାର । ବିଜିନେସ ଅଛିତ ସିଏ ଅଛନ୍ତି । ତାହା ଛଡା ଅନ୍ୟ କିଛି ତାଙ୍କୁ ଦିଶେ ନାହିଁ ଏଇଥି ପାଇଁ ଅନୀତାଙ୍କ ସହିତ ତାଙ୍କର ପଡେନା, ସବୁବେଳେ ମନଉଣା କରୁଥାନ୍ତି ଅନୀତା, ଅଭିମାନ ବି । ସୁଧାକାର କୁହନ୍ତି ଆଜି ଯଉ ସ୍ଥାନରେ ସେ ପହଞ୍ଚିଛନ୍ତି କଠିନ ପରିଶ୍ରମ ଯୋଗୁ, ମୁମ୍ବାଇ ସହରରେ ପାଞ୍ଚଜଣ ଆଗଧାଡିର ବିଜିନେସ ମ୍ୟାନ୍ ଙ୍କ ମଧ୍ୟରେ ସିଏ ଯେ ଅଛନ୍ତି ଦୃଢ କଣ୍ଠରେ ସେ କହି ପାରନ୍ତି । ତାଛଡା ଆଜି ସୁଖ ନମିଳିଛି କାଲି ମିଳିବ ଏଥିରେ ବ୍ୟସ୍ତ ହେବାରେ କଣ ଅଛି ଥରେ ବିଜିନେସ ଡାଉନ୍ ହେଇଗଲେ ଗେନ୍ କରିବା କଷ୍ଟକର ବ୍ୟାପାର । ଅନୀତା କିନ୍ତୁ ବୁଝନ୍ତି ନାହିଁ ସୁଧାକରଙ୍କ କଥା । ତାଙ୍କ ମତରେ ବାହା ହେଇଛ ସମୟ ଦିଅ, ଘର ସଂସାର କଥା ଭାବ ତାଛଡା ଏତେ ଟଂକା ରୋଜଗାର କରି ଲାଭ କଣ ଯଦି ଜୀବନରେ ସୁଖ ନାହିଁ । ସକାଳ ଛଅରୁ ଯାଇ ରାତି ବାରରେ ଘରକୁ ଫେରିବା , ପଦିଏ ସୁଖ ଦୁଃଖ ନହେବା ଯନ୍ତ୍ରଣାଠୁ ଆହୁକିଛି ଅଛି । ଏଡେ ବଡ ଆପାର୍ଟମେଣ୍ଟ ଭିତରେ କାଚ କଣ୍ଢେଇଟେ ଭଳି ସେ ପଡି ରହିବାକୁ ଚାହାଁନ୍ତି ନାହିଁ ସେ ଏମିତି ଅନେକ ଥର କହିଲେନି ବାପ ଘରକୁ ଚାଲିଯିବେ , ଛାଡପତ୍ର ଦେଇଦେବେ ହେଲେ ସୁଧାକର କଉ ସୁଧୁରିବା ଲୋକ ଯେ , ଏ କାନରେ ଭର୍ତ୍ତି କରି ସେ କାନରେ କାଢି ଦେଉଛନ୍ତି । ଯଥା ପୂର୍ବଂ ତଥା ପରଂ ସ୍ଥିତି ।
ଏବେ ବିଶ୍ବରେ ଭୟାବୟ ସ୍ଥିତି କରୋନା ପାଇଁ ସାରା ଭାରତ ୨୧ ଦିନ ଲକ୍ ଡାଉନ୍ , ଲକ୍ ଡାଉନ୍ ହେତୁ ଦୋକାନ ବଜାର ବନ୍ଦ ସରକାରଙ୍କ ନିର୍ଦ୍ଦେଶ ଘରେ ରୁହ ପଦାକୁ ବାହାର ନାହିଁ, ସୁଧାକର ଏବେ ଘରୁ ବାହାରିପାରୁ ନାହିଁନ୍ତି, ବିଶାଳକାୟ ଘରଟି ଭିତରେ ସିଏ ଆଉ ଅନୀତା, ସତେଯେମିତି ଏ ଘର ଆକାଶ , ସେ ଦୁହେଁ ପକ୍ଷୀ ପକ୍ଷୀଣି, ଉଭୟଙ୍କ ମଧ୍ୟରେ ଢେର୍ ଗପ ଢେର୍ ପ୍ରେମ ବଢି ଯାଇଛି ଏବେ ପୂର୍ବ ଅଭିମାନକୁ ଭୁଲି ଯାଇଛନ୍ତି ଅନୀମା, ସୁଧାକର ବି ମନରୁ ପାସୋରି ଦେଇଛନ୍ତି ବିଜିନେସକୁ । ତାଙ୍କୁ ଦିଶୁଛି ସାରାଘରଟା ପ୍ରେମମୟ ।

ଗପ ‐ ୩

ସ୍ବାଗତଙ୍କୁ ନେଇ ଯେତିକି ଗର୍ବ କରୁଥିଲେ ସୁଧାକାର ବାବୁ । ସେଇ ଗର୍ବ ଆଉ ନାହଁ । କ୍ରମଶଃ ଅପସରି ଯାଇଛି ତାଙ୍କର ଗର୍ବ । ପୁଅ ଆମେରିକାରେ ରୁହେ , ସଫ୍ଟୱାୟାର ଇଂଜିନିୟର । ମୋଟା ଅଙ୍କର ଦରମା । ଆମେରିକାରେ କୋଠା, ବାଙ୍ଗଲୋ, ଗାଡି ସବୁକିଛି କରିବାକୁ ସମର୍ଥ ହେଇଛି । ଯଉଠି ବସିଲେ ବି କହି ବସନ୍ତି ସୁଧାକର ବାବୁ । ବିଶ୍ବରେ କରୋନାର ଭୟଭୟତା ପରେ ଏବେ ସୁଧାକର ବାବୁଙ୍କୁ ଦେଖିବାକୁ ମିଳୁନି ପଦାରେ । କାଁ ଭାଁ ଯେତେବେଳେ ଆସୁଛନ୍ତି ଚଟ୍ କରି ଦେଖି ନ ଦେଖିଲା ପରି ଖସି ଯାଉଛନ୍ତି ବନ୍ଧୁମାନଙ୍କୁ । ଯଉ ଦମ୍ଭରେ ସେ ଗର୍ବ କରୁଥିଲେ ଛାତି ଫୁଲେଇ ବାଟ ଚାଲୁଥିଲେ ପୁଅ ଆମେରିକାରେ ଚାକିରି କରୁଛି ବୋଲି ତାହା ଆଉ ନାହିଁ । ଆମେରିକାରେ ଅସଂଖ୍ୟ କରୋନା ଜନିତ ମୃତ୍ୟୁ ଓ ବିମାନ ଚଳାଚଳ ବନ୍ଦ ଯୋଗୁ ସ୍ବାଗତ ଚାହିଁଲେ ବି ଏବେ ଆସି ପାରିବେ ନାହିଁ ଭାରତକୁ, ଆସିଲେ ବି ପୁଣି ହୋମ୍ କ୍ବାରେଣ୍ଟାଇନ୍ , ରେଜିଷ୍ଟ୍ରେସନ ଓ ଥାନାରେ ଜଣେଇବାକୁ ପଡିବ ତାପରେ ପୁଣି ସ୍ବାଗତ ଯେ କରୋନାରୁ ମୁକ୍ତି ପାଇଯିବେ କିଏ ଜାଣିଛି ? ସୁଧାକର ବାବୁଙ୍କ ମନରେ ଏମିତି ଅସୀମିତ କଥା ଉଙ୍କି ମାରୁଛି । ସବୁବେଳେ ଫୁର୍ସତ ଦେଉନଥିବା ପାଟି ଏବେ ଝଡ ପରବର୍ତ୍ତୀ ଆକାଶ ପରି ନୀରବି ଯାଇଛି ।

ଗପ‐୪

ଭୁବନେଶ୍ବରରେ ସାମ୍ବାଦିକ ଥିବା ତୁଷାରକୁ ଛୁଟି ମିଳେନା । ସପ୍ତାହକ ମଧ୍ୟରେ ଗୋଟିଏ ଦିନ ଅଫ୍ କେତେବେଳେ ଆସି କେତେବେଳେ ଚାଲିଯାଏ ସେ ଜାଣି ପାରିନେ । ତାଛଡା ମିଡିଆ ସେକ୍ଟରରେ ଛୁଟି କମ୍ ଚାପ ବେଶୀ ଏ କଥା କିଏ ନ ଜାଣିଛି । ସେଇଥି ପାଇଁ ତ ସେ ଏ ଚାକିରି ରେ ବିରକ୍ତ ହୁଏ, ଛାଡିଦେବାକୁ ବାରମ୍ବାର କୁହେ । ବହୁଥର ଚାହିଁ ବି ଦୀର୍ଘ ଦି ବର୍ଷ ହେବ ଗାଁକୁ ଯାଇ ପାରୁନଥିଲା ସେ । ଅନେକ ଥର ଛୁଟି ଆପ୍ଲାଏ କରିଥିଲେ ମଧ୍ୟ ନ୍ୟୁଜ୍ ଏଡିଟର୍ ଛୁଟି ଗ୍ରହଣ କରୁନଥିଲେ । ଏବେ କରୋନାର ଭୟାଭୟ ଭିତରେ ସାରା ବିଶ୍ବ ଆତଙ୍କରେ ଦିନ କାଟୁଛି, ପରିସ୍ଥିତିକୁ ସୁଧାର ପାଇଁ ସରକାର ୨୧ ଦିନ ଭାରତ ବନ୍ଦ ଘୋଷଣା କରିଛନ୍ତି । ଏହି ସମୟରେ କୌଣସି ଲୋକ ଘରୁ ବାହାରକୁ ନଯିବାକୁ ମଧ୍ୟ ତାଗିଦ୍ କରାଯାଇଛି । ଛୁଟି ହେଇ ଯାଇଛି ଅଫିସ୍ । ଏହି ମୌକାରେ ତୁଷାର ସାମ୍ବାଦିକ କାର୍ଡ ଦେଖେଇ ଖସି ଆସିଛି ଗାଁକୁ । ମନେମନେ କହୁଛି ଯା … ହେଉ ନଥିଲା ହେଉ ନଥିଲା ଦୀର୍ଘ ୨୧ ଦିନ ଛୁଟି , କରୋନା ହେଉ ପଛେ ଛୁଟି ତ ମିଳିଲା

Leave a Reply