ଜେଏସ୍ଏମରେ “ଷ୍ଟାର୍ଟ ଅପ୍ ଓଡିଶା ଯାତ୍ରା ଓ ଷ୍ଟାର୍ଟ ଅପ୍ ଏକ୍ସପ୍ରେସ୍ କାର୍ଯ୍ୟକ୍ରମ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I ଜେଏସ୍ଏମ୍ ବାଣିଜ୍ୟ ଓ କଳା ମହାବିଦ୍ୟାଳୟରେ “ଷ୍ଟାର୍ଟ ଅପ୍ ଓଡିଶା ଯାତ୍ରା ଏବଂ ଷ୍ଟାର୍ଟ ଅପ୍ ଏକ୍ସପ୍ରେସ୍ 2023” କାର୍ଯ୍ୟକ୍ରମ ଅୟୋଜିତ ହୋଇଯାଇଛି I ଏଥିରେ ଷ୍ଟାର୍ଟଅପ୍ ଓଡିଶାର ବିଖ୍ୟାତ ସେନାପତି, ଟିମ୍ ନେତା ଅନୱେଶ ତିର୍କି, ଡିଆଇସିର ବିଷ୍ଣୁ ପ୍ରସାଦ ଦାସ, ଉପଦେଷ୍ଠା ମନରଞ୍ଜନ୍ ସାହୁ, କଲେଜ ଅଧକ୍ଷ୍ୟ ତଥା ସିଏ ଶ୍ରୀକାନ୍ତ ର୍ଶମା, ପ୍ରଧାନ ଶିକ୍ଷୟତ୍ରୀ ମୋନିକା ଜେସୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ କଲେଜର ଛାତ୍ରଙ୍କ ଅଭିନବ ଚିନ୍ତାଧାରା ପ୍ରଦର୍ଶନ କରିବା ପାଇଁ ଏକ ଚମତ୍କାର ପ୍ଲାଟଫର୍ମ ଯୋଗାଇଥିଲା I ଅନେକ ଛାତ୍ରଛାତ୍ରୀମାନେ ଅଭିନବ ଚିନ୍ତାଧାରା ପ୍ରଦର୍ଶନ କରିବା ସହ ଉଲ୍ଲେଖନୀୟ ଉପସ୍ଥାପନା କରିଥିଲେ I ମୋହିତ ଅଗ୍ରୱାଲ, ରାଘବ ଅଗ୍ରୱାଲ ଏବଂ ସୁନୀଲ ମେହେରଙ୍କ ଦ୍ୱାରା ପ୍ରସ୍ତାବିତ “ଇକୋ ସୋଲାର ଚାର୍ଜର ଇଭିଏମ୍” ଧାରଣା ଷ୍ଟାର୍ଟ ଅପ୍ ଓଡିଶା ନିମନ୍ତେ ଏକ ପ୍ରେରଣାଦାୟକ ଏବଂ ପ୍ରଭାବଶାଳୀ ଥିଲା I ସୂଚନାଯୋଗ୍ୟ ଯେ, MSME ଡିପାର୍ଟମେଣ୍ଟ ଅଧୀନରେ ଷ୍ଟାର୍ଟଅପ୍ ଓଡିଶା ରହିଛି I ରାଜ୍ୟରେ ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ଇକୋସିଷ୍ଟମ୍ ନିର୍ମାଣ ପାଇଁ ନୋଡାଲ୍ ଏଜେନ୍ସି ଭାବରେ ଓଡିଶାର ଷ୍ଟାର୍ଟଅପ୍ ପଲିସି 2016 ସହିତ 2016ରେ ଷ୍ଟାର୍ଟଅପ୍ ଓଡିଶା ଆରମ୍ଭ ହୋଇଥିଲା।

Leave a Reply