ଏହି ଭୁଲ୍ ଯୋଗୁଁ ସମୁଦ୍ରରେ ବୁଡ଼ି ଥିଲା ଟାଇଟନିକ୍

ଦେଶ ଓ ବିଦେଶସ୍ପେଶାଲ

ନବନୀତା ବ୍ୟୁରୋ। ଏପ୍ରିଲ ୧୯୧୨ ମସିହାରେ ପ୍ରଥମ ଯାତ୍ରା ସମୟରେ ସର୍ବବୃହତ ଓ ସୁରକ୍ଷିତ ଜାହାଜ ଟାଇଟନିକ୍ ବରଫ ଖଣ୍ଡରେ ଧକ୍କା ହେବା ଫଳରେ ଆଟଲାଣ୍ଟିକ ମହାସାଗରରେ ଜଳ ସମାଧି ହୋଇଥିଲା। ଏଥିସହ ଦୁର୍ଘଟଣାରେ ପ୍ରାୟ ୧୫୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମ ଥର ପାଇଁ ଜାହାଜ ବରଫ ଖଣ୍ଡରେ ଧକ୍କା ନେଇ ଏକ ବୃତ୍ତଚିତ୍ର ସାମ୍ନାକୁ ଆସିଛି। ୧୦ ମିନିଟିଆ ବୃତ୍ତଚିତ୍ରର ନାମ ହେଉଛି ଦ୍ରେଟ୍ ସଙ୍କ ଦ ଟାଇଟେନିକ୍। ଏହାକୁ ଜଣାଶୁଣା ଜାହାଜ ବିଶେଷଜ୍ଞମାନେ ନିର୍ମାଣ କରିଛନ୍ତି। ବୃତ୍ତଚିତ୍ରରେ ଦେଖା ଯାଇଛି କି ଜାହାଜର ରାସ୍ତା ଦେଖିବା ପାଇଁ ଯେଉଁ ଅଧିକାରୀଙ୍କୁ ନିଯୋଜିତ୍ କରାଯାଇଥିଲା ସେମାନେ ଦୂରବିନ୍ ରଖା ଯାଇଥିବା କକ୍ଷର ଚାବି ହଜାଇ ଦେଇଥିଲେ। ଏଭଳି ବିସ୍ମୟକର ତ୍ରୁଟି ଲାଗି ଏହି ସର୍ବବୃହତ ଜାହାଜ ସମୁଦ୍ରରେ ବୁଡ଼ି ଯିବା ସହ ଦୁନିଆ ଆଗରେ ଏକ ବଡ଼ ଟ୍ରାଜେଡି ଛାଡ଼ି ଯାଇଛି।

କବାଟ ଖୋଲିବାରୁ ଅଧିକ କ୍ଷତି ହେଲା

ଟାଇଟନିକ୍ ଜାହାଜ ଅଟକିବା ମାତ୍ରେ ଯାତ୍ରୀ ଚିନ୍ତିତ ହୋଇ ପଡ଼ିଥିଲେ। ସେମାନେ ନିଜ ପାଖରେ ଥିବା କବାଟ ଖୋଲି ଦେଖିବାକୁ ଲାଗିଲେ ଯେ କଣ ଅଘଟଣ ଘଟିଛି। ଏପରିକି ସମସ୍ତ ଯାତ୍ରୀଙ୍କୁ ଜାହାଜର ଛାତ ଉପରକୁ ଯିବାକୁ କୁହାଯାଇଥିଲେ ହେଁ ସେମାନେ ସେଠାକୁ ଯାଇନଥିଲେ। ଜାହାଜର ଯାତ୍ରୀମାନେ ଲାଇଫ ବୋଟରେ ଯିବା ପୂର୍ବରୁ ୧୨ କବାଟ ଖୋଲା କରି ଛାଡ଼ି ଦେଇଥିଲେ। ଫଳରେ ଜାହାଜରେ ବହୁ ଜୋରରେ ପାଣି ଭର୍ତ୍ତି ହୋଇଯାଇଥିଲା। ଜାହାଜରେ ଏଭଳି ଶହ ଶହ କବାଟ ଥିଲା।

ମେସିନରେ ବି ହୋଇ ପାରିନ ଥିଲା କୀଳ ଲଗା କାମ

ଟାଇଟନିକର ସମ୍ମୁଖ ଭାଗ ଏତେ ବଡ଼ ଥିଲା ଯେ, ଏଥିରେ କୀଳ ଲଗାଇବା କାମ ହାତରେ କରିବାକୁ ପଡ଼ିଥିଲା। ଜାହାଜରେ ୩୦ ଲକ୍ଷ କୀଳ ଲଗା ହୋଇଥିଲା। ତେବେ ଉଚ୍ଚମାନର କୀଳ ଲଗାଇବା ପାଇଁ ବଡ଼ ହାଇଡ୍ରୋଲିକ୍ ମେସିନର ଆବଶ୍ୟକତା ପଡ଼ିଥାଏ। ହେଲେ ଏଠାରେ ଏହା ସମ୍ଭବ ହୋଇପାରିନଥିଲା। ବାଧ୍ୟ ହୋଇ ହାତରେ ଲୁହା କୀଳ ଖଞ୍ଜା ଯାଇଥିଲା। ଯାହା ଫଳରେ ଏହାର ଗୁଣବତ୍ତା କମଜୋର ପାଇଁ ବରଫ ଖଣ୍ଡରେ ଧକ୍କା ବେଳେ ଜାହାଜ ଆଗ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା। ଜାହାଜର ଏହି ଅଂଶ ଭାଙ୍ଗିବା କାରଣରୁ ସେଠାରେ ପାଣି ଭର୍ତ୍ତି ହୋଇଯାଇଥିଲା।

ଦୂରବିନ୍ କ୍ୟାବିନର ନଥିଲା ଚାବି

ବୃତ୍ତଚିତ୍ର ଅନୁସାରେ, ଟାଇଟନିକ୍ ଏଇଥି ପାଇଁ ବୁଡ଼ି ଗଲା କାରଣ ସେ ସମୟରେ କାମରେ ନିୟୋଜିତ ଅଧିକାରୀଙ୍କ ନିକଟରେ କ୍ୟାବିନର ଚାବି ନ ଥିଲା, ଯେଉଁଠାରେ ଦୂରବିନ୍ ରଖା ଯାଇଥିଲା। ଫଳରେ ଆଗରେ ବରଫ ଖଣ୍ଡକୁ ଦେଖିବାରେ ସମ୍ଭବପର ହୋଇନଥିଲା। ବରଫଖଣ୍ଡ ଦେଖିବାର ୩୦ ସେକେଣ୍ଡ ପରେ ଟାଇଟନିକ୍ ଧକ୍କା ହୋଇଥିଲା। ଜାହାଜ ସମ୍ପୂର୍ଣ୍ଣ ବୁଡିବାକୁ ୨ ଘଣ୍ଟା ୪୦ ମିନିଟ୍ ସମୟ ଲାଗି ଥିଲା। ଟାଇଟନିକ୍ ଯାତ୍ରାର ଚତୁର୍ଥ ଦିନରେ ଜାହାଜ ବୁଡି ଥିଲା। ସେ ସମୟରେ ଏହା ବିଶ୍ଵର ସର୍ବବୃହତ ଜାହାଜ ଥିଲା, ଯାହାର ଲମ୍ବ ୮୮୨ ଫୁଟ୍ ଥିଲା।

୧୮ ନଟରୁ ଅଧିକ ସ୍ପିଡ ଥିଲା

ବୃତ୍ତଚିତ୍ରରେ କୁହାଯାଇଛି ଯେ, ୧୭ ଏପ୍ରିଲରେ ନ୍ୟୁୟର୍କ ପହଞ୍ଚିବା ପାଇଁ ଟାଇଟନିକ୍ ୧୮ ନଟରୁ ଅଧିକ ସ୍ପିଡରେ ଯାଉଥିଲା। କମ୍ ସ୍ପିଡ୍ ଥିଲେ ଲୋକଙ୍କୁ ବଞ୍ଚାଇବାକୁ ସମ୍ଭବ ହୋଇପାରି ଥାନ୍ତା। ଟାଇଟନିକ୍ ଜାହାଜର କ୍ୟାପଟେନ ଏଡବର୍ଡ ଦ୍ରୁତ ଗତିରେ ଚଳାଇବା ପାଇଁ ତାଙ୍କୁ ସମସ୍ତେ ଜାଣନ୍ତି। ତେଣୁ ଲୋକେ ତାଙ୍କ ସହ ଯାତ୍ରା କରିବା ପାଇଁ ପସନ୍ଦ କରୁଥିଲେ। ସେ ପାରୁପର୍ଯ୍ୟନ୍ତ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବାକୁ ଉଦ୍ୟମରତ ଥିଲେ। ଟାଇଟନିକ୍ ଜାହାଜରେ ବସିଥିବା ଯାତ୍ରୀ ବି ନ୍ୟୁୟର୍କ ଜଲଦି ପହଞ୍ଚିବାକୁ ଚାହୁଁଥିଲେ। ସେମାନେ ଜାଣିଥିଲେ ଯେ, କ୍ୟାପଟେନ ସ୍ମିଥ ସେମାନଙ୍କୁ ଠିକ୍ ସମୟରେ ସେଠାରେ ପହଞ୍ଚାଇ ଦେବେ।

Leave a Reply