ନବନୀତା ବ୍ୟୁରୋ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଆରା ଦୀପାବଳୀ ଉତ୍ସବ ପାଳନ। ଛୋଟ ଛୋଟ ପିଲା ମାନଙ୍କ ଗହଣରେ ଆଲୋକର ପର୍ବ ଦୀପାବଳିକୁ ବେଶ ଖୁସିର ସହ ପାଳନ କରୁଛନ୍ତି ଦଳର ସୁପ୍ରିମୋ। ଦିଆଳି ଅବସରରେ ଭୁବନେଶ୍ୱର ଏସ୍ଓଏସ ଭିଲେଜରେ ଦୀପାବଳୀ ପାଳନ କରିଛନ୍ତି ନବୀନ ପଟ୍ଟନାୟକ। ହାତରେ ଝୁରି ବାଣ ଧରି ପିଲାଙ୍କ ସହ ଧୁମଧାମରେ ଉତ୍ସବ ମନାଇଛନ୍ତି ନବୀନ। ଏ ଅବସରରେ କୁନି କୁନି ପିଲାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବା ସହ ସେମାନଙ୍କୁ ଉପହାର ପ୍ରଦାନ କରିଥିଲେ। ତାସହ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ।
ସଭାପତି @Naveen_Odisha କୁନି କୁନି ପିଲାଙ୍କ ଗହଣରେ ଦୀପାବଳି ମନାଇବା ସହ ଏସଓଏସ ଭିଲେଜ ପାଇଁ ୨୦ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏସଓଏସ ଭିଲେଜରେ କୋମଳମତି ପିଲାଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନକୁ ସଭାପତି ଦେଇଛନ୍ତି ଗୁରୁତ୍ୱ। pic.twitter.com/eG4POsLXNg
— Biju Janata Dal (@bjd_odisha) October 27, 2019
ଏଥିସହ ଏସଓଏସ୍ ଭିଲେଜ୍ ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ତାସହ ଏସଓଏସ୍ ଭିଲେଜରେ କୋମଲମତି ପିଲାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
Overwhelmed to be amongst children of SOS Village to celebrate #Diwali. Spent some wonderful time with these children who are full of enthusiasm and heard them talk about things they love to do. #ଶୁଭଦୀପାବଳି pic.twitter.com/t7AykEisSm
— Naveen Patnaik (@Naveen_Odisha) October 27, 2019
ପିଲା ମାନଙ୍କ ସହ ଦୀପାବଳୀ ଉତ୍ସବ ପାଳନ ନେଇ ଖୁସି ଅନୁଭବ କରିଛନ୍ତି ନବୀନ। ଦୀପାବଳୀ ନେଇ ସେମାନଙ୍କ ପ୍ରବଳ ଉତ୍ସାହ ସହ ତାଙ୍କ କଥା ଶୁଣି ବେଶ୍ ଆନନ୍ଦିତ ବୋଲି ଟୁଇଟ୍ କରିଛନ୍ତି ନବୀନ ପଟ୍ଟନାୟକ। ଉତ୍ସବ ପାଳନ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ୫ ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଦଳର ବିଭିନ୍ନ ନେତା ଦୀପାବଳୀ ଉତ୍ସବକୁ ଅଲଗା ଢ଼ଙ୍ଗରେ ପାଳନ କରିଛନ୍ତି। ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ, ସୁଲୋଚନା ଦାସଙ୍କ ସହ ଦଳର ଅନେକ ନେତା ଦୀପାବଳୀ ଉତ୍ସବକୁ ବଡ଼ା ଧୂମଧାମରେ ପାଳନ କରିଛନ୍ତି। ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗହଣରେ ଦିଆଲି ପାଳନ କରିଛନ୍ତି ବିଜୟ। ପିଲାଙ୍କୁ ମିଠା ଖୁଆଇ ସେମାନଙ୍କ ସହ ଫଟୋ ମଧ୍ୟ ହୋଇଥିଲେ।
