ଆତଙ୍କୀ ସଂଗଠନର କିଙ୍ଗପିନ୍ ବଗଦାଦି ମୃତ

ଅପରାଧଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଆଇଏସଆଇଏସର ନେତା ତଥା ଆତଙ୍କୀ ସଂଗଠନର କିଙ୍ଗପିନ୍ ବଗଦାଦି ମୃତ। ବିଶ୍ଵର ଏକ ନମ୍ବର ଆତଙ୍କି ଅବୁ ବକର୍ ଅଲ୍ ବଗଦାଦି ଆତ୍ମଘାତୀ ବିସ୍ଫୋରଣରେ ମୃତ ହୋଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଡନାଲ୍ଡ ଟ୍ରମ୍ଫ ସୂଚନା ଦେଇଛନ୍ତି। ହୁଆଇଟ ହାଉସରେ ମିଡ଼ିଆ ସହ କଥାବାର୍ତ୍ତା ବେଳେ ଟ୍ରମ୍ଫ୍ ସୂଚନା ଦେଇଥିଲେ ଯେ, ଗତକାଲି ରାତିରେ ବଗଦାଦିଙ୍କୁ ଆମେରିକା ନିପାତ୍ କରିବାରେ ସଫଳ ହୋଇଛି। ସେ ବିଶ୍ଵର ସବୁଠାରୁ ଖତରନାକ୍ ଓ ହିଂସାତ୍ମକ ସଂଗଠନର ପ୍ରତିଷ୍ଠାତା ଏବଂ କିଙ୍ଗପିନ୍ ଥିଲା।

ବଗଦାଦି ସହ ତାର ତିନି ଛୁଆ ଏବଂ କିିଛି ସହଯୋଗୀ ବି ମୃତ୍ୟୁବରଣ କରିଥିବା ଟ୍ରମ୍ଫ କହିଛନ୍ତି। ଟ୍ରମ୍ଫ ଆହୁରି କହିଛନ୍ତି ଯେ, ବଗଦାଦି ଏକ ସୁଡ଼ଙ୍ଗରେ ଲୁଚି ଥିଲା। ହେଲେ ତାଙ୍କୁ ଘେରା ବନ୍ଦୀ କଲା ପରେ ଆତ୍ମଘାତୀ ବିସ୍ଫୋରଣରେ ଛୁଆ ସହ ନିଜକୁ ଉଡ଼ାଇ ଦେଇଥିଲା।

ବଗଦାଦି ପୁଣି ଆଉ କୌଣସି ନିର୍ଦ୍ଦୋଷ ମହିଳା, ବ୍ୟକ୍ତି ଏବଂ ଛୁଆଙ୍କୁ ନୁକସାନ୍ ପହଞ୍ଚାଇ ପାରିବ ନାହିଁ। ସେ ଏକ କୁକୁର ଓ ଭୟାଳୁ ପରି ମୃତ୍ୟୁବରଣ କରିଛି। ବର୍ତମାନ ବିଶ୍ଵ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ସ୍ଥାନ। ଟ୍ରମ୍ଫ ଆଇଏସ ବିରୋଧରେ ଲଢେଇରେ ସହଯୋଗ ପାଇଁ ଋଷ୍, ସିରିଆ ଓ ତୁର୍କୀକୁ ଧନ୍ୟବାଦ୍ ଜଣାଇଛନ୍ତି।
US President Donald Trump: Last night the United States brought the world’s number one terrorist leader to justice. Abu Bakr al-Baghdadi is dead. He was the founder and leader of ISIS, the most ruthless and violent terror organisation anywhere in the world. pic.twitter.com/k1RoL4HlHX 

 

Leave a Reply