ନବନୀତା ବ୍ୟୁରୋ। କଲେଜ ପାଠ ସମାପ୍ତ ହୋଇ ଯାଇଥାଏ। ଆଲୋକ ମନରେ ଯେତିକି ଖୁସି ଲହଡ଼ି ମାରୁଥାଏ ସେତିକି ଦୁଃଖ ମଧ୍ୟ। ସନ୍ଧ୍ୟା ସମୟରେ ଆଲୋକ ଛାତ ଉପରେ ମନରେ ଦୁଃଖର ପରଦା ଢାଙ୍କି ଦେଇ କଣ ଯେ ଭାବୁଥାଏ। ଠିକ୍ ସେତିକି ବେଳେ ଆଲୋକର ଫୋନ୍ ରିଙ୍ଗ ହେଲା ଦୁଃଖର ସମୁଦ୍ରରେ ଏତେ ଦୁବିଯାଇଥାଏ ଯେ ସେ ରିଙ୍ଗର ଧ୍ଵନୀ ଶୁଣିପାରିଲା ନାହିଁ। ଅନେକ ଥର ରିଙ୍ଗ ହେଲା ପରେ ସେ ଚମକି ପଡ଼ି ଧାଏକିନା ଫୋନ୍ ଉଠାଇଲା ଆଉ କିଛି ସମୟ ସେମିତି ଫୋନ୍ କାନରେ ଚାପି ଧରିଥାଏ। ତାପରେ କାନ୍ଦି କାନ୍ଦି ହେଲୋ କହିଲା।
ଆଲୋକ-ହେଲ୍ଲୋ,କେମିତି ଅଛ ଆଶା(କାନ୍ଦି
କାନ୍ଦି)
ଆଶା-ମୋତେ ପଚାରୁଛ ଆଲୋକ, ହଁ , ମୁଁ ଭଲ ଅଛି।
ଆଲୋକ-ହେଲେ!!!! କାନ୍ଦୁଛ କଣ୍ ପାଇ ଯେ?
ଆଶା-କାଲି ବାପା ଆସୁଛନ୍ତି (କାନ୍ଦି କାନ୍ଦି)
ଆଲୋକ-ହଁ (ଗମ୍ଭୀର ନିଃଶ୍ୱାସରେ)
ଆଶା- ମୁଁ ତୁମ ଠୁଁ ବହୁତ୍ ଦୂରକୁ ଯାଉଛି!
ଆଲୋକ- ନାଁ, ତୁମେ ମୋ ହୃଦୟରେ ସବୁଦିନ ପାଇ ରହିବ ବୋଲି କଥା ଦେଇଥିଲ, କଣ ଭୁଲି ଗଲ କି ?
ଆଶା – ମୁଁ କେବଳ ତୁମର ଆଲୋକ। ଆମର ଶରୀର ସିନା ଅଲଗା ହଉଛି,କିନ୍ତୁ ଆମ ଆତ୍ମା ସବୁବେଳେ,ସବୁ ଜନ୍ମରେ ଏକ ହୋଇଥିବା।
ଆଲୋକ- ଠିକ୍ କହୁଛ, ହେଲେ ମୋତେ ନ ଦେଖି ତୁମେ ବଞ୍ଚି ପାରିବ କି,ମୁଁ ତ ପାରିବିନି।
ଆଶା- ଦୟାକରି ସେମିତି କୁହନି,ସେଇ ମରିବା କଥା ଯଦି ଆଉଥରେ କହିଛ ମୋର କଣ୍ ହବ ଭାବି ପରୁଛ ତ ?
ଆଲୋକ – ଆଉ କହିବିନି ଆଶା, sorry.
ଆଶା – ଏଇ ଟିକେ ହୋଲ୍ଡରେ ରୁହ ବାପାଙ୍କ କଲ ଆସୁଛି /
ଆଶା – ବାପା , ନମସ୍କାର!
ବାପା – କେମିତି ଅଛୁ ମାଁ?
ଆଶା- ଭଲ ଅଛି ବାପା। ମା,ଭାଇ ଆଉ ମୋ ଜେଜେ କେମି ତି ଅଛନ୍ତି?
ବାପା -ସମସ୍ତେ ଭଲ ଅଛୁ। କେବଳ ତୋ ପାଇ ଚିନ୍ତା କରି କରି ତୋ ବଉ ଶୁଖି ଯାଉଛି।ହେଲେ ଆଜିଠୁ ତୋ ମାଁ ବହୁତ୍ ଖୁସି ହବ।
ଆଶା – ମା ର ଖୁସି ମୋ ଖୁସି ବାପା। ହେଲେ ଆଜି କଣ ହବ କି ଯେ ମା ବହୁତ୍ ଖୁସି ହେବେ?
ବାପା – ଆଜି ମୁଁ ମୋ ଝିଅକୁ ନବା ପାଇ ଯାଉଛି, ହଁ ମାଁ ତୁ ରେଡ୍ଡୀ ହୋଇଥିବୁ।( ବହୁତ୍ ଖୁସିରେ)
ହେଲୋ!
ହେଲୋ!
କଣ ହେଲା ମାଁ ? ଚୁପ୍ ହେଇଗଲୁ ଯେ?
ଆଶା – ନାଇ ବାପା। ଏଇ ନେଟୱର୍କ ପ୍ରୋବ୍ଲେମ୍……
ବାପା – ଠିକ୍ ଅଛି ମାଁ ମୁଁ ତୋ ହଷ୍ଟେଲକୁ ୪ ଟା ରେ ପହଞ୍ଚିବି। ଆମେ ସେଠୁ ୫ ଟାରେ ବାହାରିବା।
(ଆଶା, ହଁ ବାପା, କହି ଫୋନ୍ କାଟିଦେଲା ଆଉ ତକିଆକୁ ଧରି ଛାତି ପିଟି କାନ୍ଦିଲା । ବାପାଙ୍କ ଫୋନ୍ କଟିଲା କି ନାଇ ପୁଣି ଆଲୋକ ଫୋନ୍ କଲା,ହେଲେ ଆଶା ଫୋନ୍ ଉଠାଇଲା ନାଇ,ଫୋନରେ ଆଲୋକର ଫୋଟୋ ଦେଖି କେବଳ ଲୁହ ଢାଲୁ ଥାଏ)
କିଛି ସମୟ ପରେ ଆଲୋକ ଲେଖିକି ବାର୍ତ୍ତା ପଠାଇଲା ,”ଆଶା ମୁଁ ତୁମ ହଷ୍ଟେଲ ସାମ୍ନାରେ ଅଛି,ପ୍ଲିଜ୍ ଟିକିଏ ବାହାରକୁ ଆସ।” ମେସେଜ ପଢିକି ଆଶା ଦୌଡ଼ି ଦୌଡ଼ି ଅସଜଡା ହୋଇ ଗେଟକୁ ଗଲା।
ଆଲୋକ- ଏଇ କଣ ହଉଛି ଆଶା ? ତୁମ ଲୁହ ମୋ ହୃଦୟକୁ ଜାଳି ପୋଡ଼ି କେତେ କଷ୍ଟ ଦିଏ ତୁମେ ଜାଣିନ କି?
(ଆଲୋକ ଆଶାକୁ ନ କାନ୍ଦିବାକୁ ବୁଝାଉଥିଲେ, ହେଲେ ନିଜ ଲୁହକୁ ଅଟକାଇ ପାରିଲାନି। ସେ ମଧ୍ୟ ଛୋଟ ପିଲା ପରି ଭୋ ଭୋ କାନ୍ଦି ବସିଲା।)
ଆଶା- ମୁଁ ଆଉ ଲୁହ ଝରାଇବନି ଆଲୋକ। ଦେଖ ଆଲୋକ, ମୁଁ ହସୁଛି (ପଗେଲି ପରି ହସିବାକୁ ଲାଗିଲା)
ଆଲୋକ – ଆଶା ,ଜାଣିଛ ? ଗୋଲାପର ପରସ ପାଇବାକୁ ହେଲେ ବେଳେବେଳେ କଣ୍ଟାର ଆଘାତକୁ ସହିବାକୁ ପଡ଼େ।
ଆଶା – କଣ୍ଟା ,ଗୋଲାପ କଣ କହୁଛ ଆଲୋକ ? ମୋତେ ତୁମର ସାହିତ୍ୟ ଭାଷା ତେଲୁଗୁ ପରି ଲାଗେ ଗା।
ଆଲୋକ – ଆରେ ପାଗେଲି ତୁମେ ହେଲ ବ୍ରାହ୍ମଣ ଘର ଝିଅ ମୁଁ ହେଲି କେଉଟ ଘର ପୁଓ। ତୁମର ଆଉ ମୋର ମିଳନ କଣ୍ ଏତେ ସହଜ।
ଆଶା – ତାହେଲେ କଣ୍ କରିବା ସେ ? ମୋ ମୁଣ୍ଡରେ ତେନ୍ତୁଲିଆ ବିଛା କମୁଡିଲାନି ଆଲୋକ ? ଆମର ମିଳନ ହୋଇ ପାରିବନି କି ?
ଆଲୋକ – କାହିଁକି ହବନି ଆଶା ?
ଆଶା – କେମିତି ଯେ ?
ଆଲୋକ- ସରକାରୀ ଚାକିରୀ, ହଁ ସରକାରୀ ଚାକିରୀ ଆଶା, ତୁମକୁ ଆଉ ମୋତେ ଏକାଠି ହେବାକୁ ହେଲେ ସରକାରୀ ଚାକିରୀ ଟିଏ ହାସଲ କରିବାକୁ ପଡ଼ିବ।
ଆଶା – ମୁଁ ଚାକିରୀ ନ କଲେ ମୋତେ ବାହା ହବନି ତାହେଲେ ।( ମୁଁହକୁ ଝଉଳେଇ ଦେଇ)
ଆଲୋକ- ସେଥି ପାଇ ତୁମକୁ ଛୁଆ କୁହେ ଆଶା। ଆରେ ବୋକି ସରକାରୀ ଚାକିରୀ ଖଣ୍ଡେ କରୁଥିବା ବ୍ୟକ୍ତିକୁ ସମାଜ ତାର ବଂଧନରୁ ମୁକ୍ତ କରିଦିଏ।
ଆଶା – ବୁଝିଲି ଗୋ ବାବୁ ?(ହସିଦେଇ) ତାହେଲେ ମୁଁ ତୁମଠୁଁ ଆଗେ ଚାକିରୀ କରିବି ଦେଖିବ। ବାଜି ରହିଲା ଆଲୋକ।
ଆଲୋକ – ଏଇ ୪ ଟାରେ ବାପା ଆସିବେ କହୁଥିଲ ଯେ। ଏଇ ଦେଖ ୩.୩୦ ହୋଇଗଲାଣି। ମୁଁ ଯାଉଛି ଆଶା।( ପୁଣି ଆଖିରେ ଲୁହ ଢଳ ଢଳ ହୋଇଗଲା)
(ଘରକୁ ପହଞ୍ଚିଲେ କଲ୍ କରିବ ଆଶା ବୋଲି ନିଜ ଲୁହ ଲୁଚେଇ ଦୌଡ଼ି ଦୌଡ଼ି ଆଲୋକ ଚାଲିଗଲା)
ବାପା ୧୦ ମିନିଟ୍ ହୋଇଗଲାଣି ଗେଟରେ ପହଞ୍ଚି ଗଲାଣି ଆଉ ଆଶା ଆଶା କହି ଡାକୁଛନ୍ତି ହେଲେ ଆଶା ସେମିତି ମୂର୍ତ୍ତି ପରି ଛିଡ଼ା ହୋଇଛି। କିଛି ସମୟ ପରେ ଜାଣିପାରିଲା ଓ ବାପାଙ୍କ ପଦରେ ଓଲକି ହେଲା।)
ବାପା- ତୋ ଆଖିରେ ଲୁହ କାହିଁକିରେ ମାଁ ? ମୋ ସୁନା ମାଁକୁ କିଏ କଣ କହିଲା କି ?
ଆଶା – ନାଇଁ ବାପା, ଏଇ ଆଖିରେ କଣ୍ ପଡ଼ି ଯାଇଛି ବୋଧେ ଦେଖିଲା।
ବାପା- କିଛି ନାଇ ତ ମାଁ । ଯା ପ୍ରସ୍ତୁତି କରିବୁ ଯା ଜଲ୍ଦୀ ଯିବା ପରା।
ଆଶା – ହଁ ବାପା ଆସୁଛି ।
(ଆଶା ତାର ବାପା ସହ ଘରକୁ ଗଲା । ରାସ୍ତାରେ ବାପା ପଚାରିଲେ,” ପାଠ ପଢା ତ ସରିଲା ଏବେ ପୁଣି କଣ୍ ପ୍ଲାଣିଂ କରିଛୁ ମାଁ”। ଆଶା କହିଲା,” ମୁଁ ଚାକିରୀ ଖଣ୍ଡେ ପାଇଁ ଚେଷ୍ଟା କରିବି ବାପା”। ଆଶାର ଚାକିରୀ କରିବାର କଥା ଶୁଣି ବାପା ଖୁସି ହୋଇଗଲେ ଆଉ କହିଲେ ଯେ ତାଙ୍କ ଝିଅ ଚାକିରୀ କରି ବିଡା ବିଡା ଟଙ୍କା ରୋଜଗାର କରିବ। ଆଶା ବାପାଙ୍କୁ କହିଲା, ନାଇ ବାପା ଚାକିରୀ କରି ମୋତେ ସମାଜର ବଂଧନରୁ ମୁକ୍ତ ହେବାର ଅଛି”। ବାପା ଆଶାର ଏପରି ଉକ୍ତି ଶୁଣି କିଛି ନ ବୁଝି ହସିବାକୁ ଲାଗିଲେ। ଘରକୁ ପହଞ୍ଚିଲା ପରେ ଆଶା ଆଲୋକକୁ କଲ୍ କଲା)
ଆଶା – ହେଲୋ ଆଲୋକ,ମୁଁ ଘରେ ଏବେ ପହଞ୍ଚିଲି। ଟିକିଏ ଫ୍ରେସ୍ ହୋଇ ଯାଏ ଆଉ କଲ୍ କରିବି।
ଆଲୋକ- ଓକେ ଡାର୍ଲିଂ ,ଟେକ୍ କ୍ୟାର ….. ବାଏ ।
(ଆଶାର ଘର ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ମହକି ଉଠୁଥିଲା। ଗାଧୁଆ ଘରୁ ବାହାରି ଆଶା ଏହି ସବୁ ବାସ୍ନାରେ ଆଶ୍ଚର୍ଯ୍ୟ ହୋଇଗଲା ଆଉ ମାକୁ ଯାଇ କୁଣ୍ଢାଇ ଧରିଲା ।
ଆଶା – ମାଁ,ଭୋକ ହଉଛି। ଚାଲ ଖାଇବାକୁ ଦବୁ।(ଛୋଟ ଛୁଆଟେ ପରି)
ମାଁ – ଏମିତି ଅବସ୍ଥାରେ ଖାଇବୁ କି ମାଁ? ( ହସି ହସି)
ଆଶା – କଣ କହୁଛ ମାଁ ? ଖାଇବି!!!
ମାଁ – ଡ୍ରେସିଂ ଟେବଲକୁ ଯା ମାଁ। ଟିକେ ସଜାଇ ହୋଇଦେ। ଆଜି ତୁ କେତେଦିନ ପରେ ଆସିଛୁ । କେତେଦିନ ପରେ ଏକାଠି ଖାଇବା । ଆଜି ରାତ୍ରୀ ଭୋଜନରେ ରିବୁଲକୁ ଡାକିଛି। ସେ ବି ଆମ ସହ ଖାଇବ। ତୁ କଣ ଏମିତି ଅବସ୍ଥାରେ ଥିବୁ।
ଆଶା – ହଁ ମା ଯାଉଛି ମୁଁ ରେଡ୍ଡୀ ହୋଇଯିବି । ତାପରେ ରୀବୁଲ୍ ଆସିଲେ ଏକାଠି ଖାଇବା।
( ରିବୁଲ ହଉଛି ଆଶାର ମାମୁଙ୍କ ପୁଅ। ରିବୂଲ୍ ଆଶା ଘରର କଲିଂ ବେଲ ବାଜାଇଲା। ଆଶା କବାଟ ଖୋଲି ଆଶ୍ଚର୍ଯ୍ୟ ହୋଇଗଲା )
ଆଶା – ହାଏ ରିବୁଳ ( ହ୍ୟାଣ୍ଡ ଶ୍ୟାକ୍ ପାଇ ହାତ ବଢାଇଲେ)
ରୀବୁଲ -ହେଲୋ ଆଶା ! ( ଲାଜେଇ ଲାଜେଇ)
ଆଶା – ରୀବୂଲ୍ , ଭିତରୁ ଆସେ।
ରୀବୁଳ – ଥାଙ୍କ ୟୁ ଆଶା !!
( ଦୁହେଁ ସିଧା ଖାଇବା ଘରକୁ ଗଲେ ଆଉ ହାତ ଧୋଇ ବସିପଡିଲେ। ସମସ୍ତେ ହସ ଖୁସିରେ ଖାଇଲେ। ବହୁତ୍ ଡେରି ହୋଇଯିବ ଭାବି ରିବୁଲ୍ ମଧ୍ୟ ଘରକୁ ଯିବା ପାଇ ଅନୁମତି ମାଗିଲା। ରିବୂଳ ଯିବା ପୂର୍ବରୁ ଆଶାକୁ କହିଲା,” ଆଶା ତୁ WhatsApp ରେ ଅଛୁ କି “? ଆଶା ସଙ୍ଗେ ସଙ୍ଗେ କହିଦେଲା ,” 7735218649″. ରିଵୁଲ୍ ଗୁଡ଼ ନାଇଟ୍ କହି ଚାଲିଗଲା।) ( ଆଶା ମଧ୍ୟ ଖାଇ ସାରି ଗୁଡ ନାଇଟ ଜଣାଇ ନିଜ ଶୋଇବା ଘରକୁ ଗଲା ଆଉ ବେଡରେ ଗଡିପଡିଲେ। ଠିକ୍ ସେତିକି ବେଳେ ଆଲୋକର ଫୋନ୍ ଆସିଲା।)
ଆଲୋକ – ଆଶା ଘରକୁ ଯାଇ ବଦଳିଗଳ କି ?( କରୁଣ କଣ୍ଠରେ)
ଆଶା – ନାଇଁ ତ , ମୋ ଧନକୁ କଲ୍ କରିବି ଭାବୁଥିଲି ଏବେ ଆଉ ସେ କଲ୍ କରିଦେଲେ ।(ପ୍ରେମରେ)
ଆଲୋକ – ଥାଉ ଆଉ ମସ୍କା ଦିଅନି । ମୁଁ ରୁସିଛି।ଯା କଥା ହେବିନି।
ଆଶା – ପ୍ଲିଜ୍, ସରୀ …..ରିଵୁଲ ଆସିଥିଲା ତ …..
ଆଲୋକ – ଓଃ!!!!
ଆଶା – କଣ କରୁଛ ଧନ ?
ଆଲୋକ – ଗଡୁଛି ଧନ।ତୁମ କଥା ଖାଲି ମନେ ପଡୁଛି। ବହୁତ୍ ମିସ୍ କରୁଛି ତୁମକୁ।
ଆଶା – ରିଏଲି….. (ଧିରେ ଧିରେ … ପ୍ରେମଭାବ ରେ)
ଆଲୋକ – ହଁ
ଆଶା – ଏଇ , ଶୁଣ ନା…. କ୍ଳାନ୍ତ ଲାଗୁଛି … ଆଜି ଟିକେ ଶୀଘ୍ର ଶୋଇବି….କାଲି ସକାଳେ କଥା ହବା।
ଶୁଭ ରାତ୍ରୀ ଡାର୍ଲିଂ।(ଫୋନରେ ଚୁମ୍ବନଟେ ଲେଶି ଦେଇ)
ଆଲୋକ – ହଁ ,ଶୋଇପଡ଼ ଧନ …. ଟେକ୍ କେଆର୍….. ଗୁଡ଼ ନାଇଟ ଧନ!!!
(ରାତ୍ରୀ ୧୨ଟା ହୋଇ ଯାଇଥାଏ। ଆଶା ସୋଇପଡିଥିଲା। ରୀଵୁଲର ଫୋନ୍ ଆସିଲା। ୩ ଥର ରିଙ୍ଗ ହେଲା ପରେ ଆଶା ଫୋନ୍ ଗ୍ରହଣ କଲା। ରିବୁଲ୍ କହିଲା ,’ ଆଶା ଟିକେ WhatsApp କୁ ଆସ ତୁମକୁ ଗୋଟେ ଫଟୋ ଦେଇଛି ଦେଖ “।
କି ଫଟୋ ହୋଇଥିବ ଭାବି ଆଶା ଡାଟାକୁ ଅନ୍ କଲା ଆଉ WhatsApp କୁ ଗଲା। ରିଵୂଳ ନିଜର ଫଟୋଟେ ପଠାଇଥିଲା।)
ରିବୁଲ୍ – ଆଶା , ଫୋଟୋଟା କେମିତି ହୋଇଛି କୁହ। ଫେସବୁକରେ ଦେବି ଭାବୁଛି। ଭଲ ଅଛି କି ଫଟୋ ?
ଆଶା – ବହୁତ୍ ସୁନ୍ଦର୍ ହୋଇଛି। ଦେଇଦିଅ ଫେସବୁକରେ।
ରିବୁଲ୍ – ଧନ୍ୟବାଦ ଆଶା ।
ଆଶା – ହଉ ମୁଁ ସୋଇଛି ….ବାଏ
ରିବୁଲ୍ – ତୁମର ଗୋଟେ ଫଟୋ ଦିଓ ଆଶା ।
ଆଶା – ଓକ୍କେ….
(ଗୋଟେ ଫଟୋ ପଠାଇଦେଲେ )
ରିବୁଲ୍ – ବହୁତ୍ ସୁନ୍ଦର୍ ଦିସୁଛ ଆଶା !
ଆଶା – ଅକ୍କେ …. ଧନ୍ୟବାଦ୍ !!! ହଉ ମୁଁ ଶୋଉଛି…
ରିବୁଲ୍ – ଟିକେ ଚାଟିଂ କର ଆଶା ପ୍ଲିଜ୍…. କେତେଦିନ ପରେ ତ କଥା ହଉଛି
ଆଶା – କଣ କହିବି ?
ରିବୁଲ୍ – ତୁମ ସହ କଥା ହବା ପାଇ ବହୁତ୍ ଦିନରୁ ଭାବୁଥିଲି। ହେଲେ ସାହସ ହଉନଥିଲା।
ଆଶା – କାହିଁକି ?
ରିବୁଲ୍ -ତୁମକୁ ଗୋଟେ କଥା ପଚାରିବି କି ?
ଆଶା – ହଁ , ପଚାର ।
ରିବୁଲ୍ – କିଛି ନାଇଁ ଆଶା …. ଥାଉ ।
ଆଶା – ପ୍ଲିଜ୍ କୁହ!
ରିବୁଲ୍ – ମୁଁ ଯଦି ଏବେ କହିବିନି ଆଉ କେବେ କହି ପାରିବିନି ଆଶା ।।।।।
ଆଶା – କଣ ଯେ କହିଲେ ସିନା ଜାଣିବି ରିବୁଲ୍।
ମୁଁ ବି ତୋତେ କଥା ଟେ କହିବି । ତୁ କହି ଦେ ପ୍ରଥମେ।
ରିବୁଲ୍ – ତ ତୁମେ ପ୍ରଥମେ କୁହ ଆଶା।
ଆଶା – ମୁଁ ଆଲୋକ ନା ରେ ଗୋଟେ ପିଲାକୁ ଭଲ ପାଏ । ତାକୁ ବାହା ବି ହବାକୁ ଚାହେ। ହେଲେ ତାଙ୍କୁ ବାହା ହବା ପାଇଁ ମୋତେ ସରକାରୀ ଟେ କରିବାକୁ ପଡ଼ିବ ।
( ରିବୁଲ୍ ଚୁପଚାପ୍ ରହିଗଲା ।କିଛି ବାର୍ତ୍ତା ପଠାଇଲା ନାହିଁ । )
ଆଶା – କଣ ହେଲା ରିବୁଲ୍ ? ତୁମେ ମୋତେ ସାହାଯ୍ୟ କରିବ ବୋଲି ତୁମକୁ କହିଦେଲି । କିଛି ଚାକିରୀ ବାହାରିଛି କି ?
ରିବୁଲ୍- ବାହାରିଲେ ତୋତେ କହିବି ଆଉ ମୁଁ ନିଜେ ଫର୍ମ ବି ଭରିଦେଵି। ଖୁସି ତ ?
ଆଶା – ଧନ୍ୟବାଦ୍ ରିବୁଲ।
ରିବୁଲ୍- ବହୁତ୍ ରାତି ହୋଇଗଲାଣି ତୁ ଶୋଇପଡ଼। ଶୁଭରାତ୍ରୀ ଆଶା !
ଆଶା -ହଁ , ତୁମକୁ ମଧ୍ୟ ଶୁଭ ରାତ୍ରୀ ରିବୁଲ୍ !!
( ଏମିତି ୩ ବର୍ଷ ବିତି ଗଲା। ନାଁ ଆଲୋକର ଚାକିରୀ ହେଲା ନାଁ ଆଶାର । ସେମାନେ ଚାକିରୀ କରି ମୁଠା ମୁଠା ଟଙ୍କା ଆୟ କରିବାକୁ ଚାହୁଁଥିଲେ। ଆଜି କାଲି ଚାକିରୀ ଖଣ୍ଡେ ଥିଲେ ଗୋଟେ ଜାତିର ପୁଅ ଅନ୍ୟ ଜାତିର ଝିଅକୁ ବାହା ହେଲେ ମଧ୍ୟ ସମାଜ ପ୍ରତିବନ୍ଧକ କରୁନାହିଁ । ଆଲୋକ ସେଇ ଚିନ୍ତାକୁ ମୁଣ୍ଡରେ ରଖି ଦିନରାତି ପଢୁଥାଏ ଚାକିରୀ ଖଣ୍ଡେ ପାଇଁ।) ବେହେରାମାଲ, ସୁବର୍ଣ୍ଣପୁର
