ଏନ୍ଏନ୍ ବ୍ୟୁରୋ l ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ପରିସରରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ଯ ଅତିଥି ଭାବେ ଶିକ୍ଷାବିତ ବାମଦେବ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀଙ୍କୁ ଦେଶ ମାତୃକାର ସେବା କରିବା ପାଇଁ ଉଦବୋଧନ ଦେଇଥିଲେ ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର ବିଦ୍ୟାଳୟର ଅଧ୍ୟକ୍ଷ ସତିଶ୍ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଦେଶପ୍ରେମୀ ହେବା ପାଇଁ ଉଦବୋଧନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର କୋଷାଧ୍ୟକ୍ଷ ଆଲୋକ ବେଦବାକ୍, ସଭ୍ୟ ବାଦଲ୍ ମହାକୁର୍, ଶିରିଶ ଚନ୍ଦ୍ର ହୋତା ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷକ ହରେକୃଷ୍ଣ ନାୟକ ସଭା ସଂଯୋଜନା କରିଥିବାବେଳେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ଗୀତ ଗାନ କରିଥିଲେ ଓ ପିରାମିଡ ପ୍ରଦର୍ଶନ କରିଥିଲେ l ଏଥିରେ ବିଦ୍ୟାଳୟର ଉପାଧ୍ୟକ୍ଷ ଦୀପକ ବରାଲ ଓ ଉପାଧ୍ୟକ୍ଷା ମମିତା ବେହେରା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇ ଥିଲା।
