କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଲେ ନବୀନ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ସାରା ବିଶ୍ବରେ ଘାତକ ସାଜିଛି ମହାମାରୀ କରୋନା। ଆମେରିକା ଭଳି ଶକ୍ତିଶାଳୀ ଦେଶ ଏହାର ମୁକାବିଲା କରିବାରେ ସଫଳ ହୋଇପାରିନାହିଁ। ଆମ ଦେଶରେ ପ୍ରାୟ ୧୫ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ୫ ଶହରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ହାନି ଘଟିଲାଣି। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶରେ କରୋନା ଅଣାୟତ୍ତ ହୋଇଥିବା ବେଳେ ଓଡ଼ିଶା ଏହାର ମୁକାବିଲା କରିବାରେ ଏକରକମର ସଫଳ ହୋଇଥିବା କୁହାଯାଉଛି।
କରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ବଡ଼ ନିଷ୍ପତି ଗ୍ରହଣ କରୁଛନ୍ତି। ଏଯାଏ ଓଡ଼ିଶାରେ ୬୧ ଜଣ ସଂକ୍ରମିତ ହୋଇଥିବା ବେଳେ କେବଳ ଜଣଙ୍କ ମୃତ୍ୟୁ ଘଟିଛି। ଏପରିକି ଓଡ଼ିଶାରେ କରୋନା ପ୍ରକୋପ କମ୍ ଥିବା ସତ୍ତ୍ଵେ ସରକାର ସତର୍କ ରହିଛନ୍ତି। ଗାଁ ଗହଳିକୁ ଯେମିତି ନ ବ୍ୟାପିବ ତା ଆଗରୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ କ୍ଵାରେଣ୍ଟିନ ବାଧ୍ୟତାମୂଳକ। ଯେଉଁ ବ୍ୟକ୍ତି ଆସୁଛନ୍ତି କିମ୍ବା ଆସିବେ ସେମାନେ ୧୪ ଦିନ ଯାଏ କ୍ଵାରେଣ୍ଟିନରେ ରହିବେ। ଏଥିପାଇଁ ସବୁ ପଞ୍ଚାୟତରେ ପଞ୍ଜିକୃତ ବ୍ୟବସ୍ଥା କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବାକୁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଶୁଣନ୍ତୁ ଆଉ କଣ କଣ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।