ପଶ୍ଚିମ ଓଡ଼ିଶାର ଜଣାଶୁଣା ଲେଖିକା ଶାଶ୍ବତୀ ପଣ୍ତାଙ୍କ ପ୍ରେମ : ତିନିଟି ଗପ, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

                    ଗପ‐୧

ହଠାତ୍ ଦିନେ କଲେଜ ସାମନା ଗେଟରେ ଦୁଇଜଣଙ୍କ ସାଇକଲର ଧକ୍କା ଲାଗିଲା। ଦୁହିଙ୍କର ଏକାଠି ପଡିଯିବା , ଖଣ୍ଡିଆ ଖାବରା ହେବା। ପୁଅଟିର ଝିଅଟିକୁ ନେଇ କଲେଜ ଡିସପନସେରିକୁ ଯିବା ସବୁ ,ପ୍ରାଥମିକ ଚିକିତ୍ସା କରି ଘରେ ଆଣି ଛାଡିଦେଇଯିବା ଓ ସବୁଦିନ ପଚାରି ବୁଝିବା ଧିରେ ଧିରେ ଦୁହିଂଙ୍କର ଉଭୟଙ୍କର ପ୍ରତି ଏକ ଅଜଣା ଭାବ ଜାଗ୍ରତ କରିଥିଲା ….ସେଇଟା ଥିଲା ବୋଧେ ପ୍ରେମ …ପ୍ରଥମ ପ୍ରେମ।କଲେଜ ସରିଗଲା …ପାଠ ସରିଗଲା ..୫ ବର୍ଷ ..କିନ୍ତୁ ନା କେହି କାହା ଆଗେ ପ୍ରକାଶ କରିପାରିଲେନି , ଅନ୍ତ ହେଲା ପ୍ରେମ କାହାଣୀ ଆରମ୍ଭ ହେବାପୂର୍ବରୁ । ହେଲେ ଏବେ ବି ରୋମାଚିଂତ କରେ ..ଏକ ଶିହରଣ ଜାତକରେ ଯେବେ ମନେପଡେ ସେଇ ଅକୁହା ପ୍ରଥମ ପ୍ରେମ ତା ମନରେ।।

ଗପ ‐୨

ସେ ଆଜି ବହୁତ ଖୁସି ଥିଲେ..।ବସରୁ ଓହ୍ଲାଇ ସିଧା ଚାଲିଲେ ପୂର୍ବ ନିର୍ଦ୍ଧାରିତ ବସଷ୍ଟାଣ୍ଡ ପାଖ ହୋଟେଲକୁ। ଡବଲ ବେଡ ରୁମ ବୁକିଙ୍ଗକରିବା ,ହୋଟେଲ ମାଲିକର ସନ୍ଦେହ ଚକ୍ଷୁରୁ ବଞିବାପାଇଁ ପରିଚିତ ବନ୍ଧୁ ଆସିବେ କହି ହଜାରେ ଟଙ୍କା ହାତଗୁଞ୍ଜା ଦେବା ସବୁ ଯେପରି ଯନ୍ତ୍ର ଚାଳିତ ଭାବେ କରିଚାଲିଥାନ୍ତି ସେ..। ରୁମରେ ପହଂଚି ସିଧା ବାଥରୁମ ଯାଇ ଭଲଭାବେ ସ୍ନାନ ସାରି ତାଙ୍କ ମନପସନ୍ଦ whiteକଲର ଶାଢୀ ସହିତ ମ୍ୟାଚିଙ୍ଗ ସେଟରେ ନିଜକୁ ସଜେଇ ଅପକ୍ଷା କରିବାକୁ ଲାଗିଲେ ତାଙ୍କର ପ୍ରିୟତମ ମି.ବିଶ୍ବଜିତଙ୍କର କିଛି ଅଭୂଲା ସ୍ମୃତିକୁ ମନଭରି ଉପଭୋଗ କରୁକରୁ..କିପରି ବିବାହିତ ହୋଇ ବି ଦୁଇଜଣଙ୍କର ହଠାତ ଏକ ଅନିଶ୍ଚିତ ସ୍ଥାନରେ ଭେଟ ହେବା ଭେଟରୁ ..ସାକ୍ଷାତ ସାକ୍ଷାତରୁ କଥାବାର୍ତା ଓ ଭଲ ପାଇବା ସୃଷ୍ଟି ହୋଇଥିଲା ଉଭୟଙ୍କ ମନରେ। ଲେଶ ମାତ୍ର କୁଣ୍ଠା ଯଦିଚ ଆସିଥିଲା ଏକ ପତିପରାୟଣା ପତ୍ନୀ,ଏକ ଦଶବର୍ଷର ପୁତ୍ରର ମାଆ ହିସାବରେ ..କିନ୍ତୁ ସବୁକିଛି ଯେପରି ଧୂଳିସାତ ହୋଇ ଯାଇଥିଲା ତାଙ୍କ ବ୍ୟକ୍ତିତ୍ବ ପାଖରେ ..ତାଙ୍କର ସୁଦକ୍ଷ ପ୍ରତିଭା,ସୁଦୃଢ ବ୍ୟକ୍ତିତ୍ବ,ବାକ ଚାତୁରୀପଣ,ମାର୍ଜିତ ବ୍ୟବହାର,ବଳିଷ୍ଠ ଚେହେରା ଏମିତି ଆହୁରି ଅନେକ କିଛି ଯାହାପାଖରେ ହାର ମାନିଥିଲେ ସେ । ହାରିଦେଇଥିଲେ ନିଜ ହୃଦୟକୁ।ଆଉ ଆଜି ସେ ଆସିଛନ୍ତି ଦୀର୍ଘ ୧ବର୍ଷର ପ୍ରତିକ୍ଷିତ ମୁହୂର୍ତକୁ ସାକାର କରିବାକୁ,..,..ସ୍ବାର୍ଥପର ହୋଇ.. ନିଜପିଲା ଓ ପତି, ଘର, ପରିବାରକୁ ପଛରେ ପକେଇ ନିଜର ପ୍ରିୟର ମଣିଷଟିକୁ ଭେଟିବାକୁ(ଆଜିଯାଏ ଯଦିଓ ଭେଟ ହେଇଛି ଔପଚାରିକତା ଭାବେ),ପୂର୍ଣ ରୂପରେ ପାଇବାକୁ..ଏକାକାର ହେବାକୁ…।ସମ୍ପୂର୍ଣ ସମର୍ପଣର ମନୋଭାବରେ ସେ ଆସିଛନ୍ତି।ସେଥିପାଇଁ ତ ତାଙ୍କ ମନ ପସନ୍ଦର ଧଳା ଶାଢୀ ପିନ୍ଧିଛନ୍ତି ।ତାଙ୍କ ହିସାବରେ ଧଳା ରଂଗ ଖୁବ ମାନେ ଠିକ ଗୋଟେ ପରୀ ଯେପରି। ଲାଜରେ ଲାଲ ହୋଇ ଉଠନ୍ତି ସେ ଏପରି କଥା ଶୁଣି, ଏବେବି ରକ୍ତାକ୍ତ ହୋଇଉଠୁଛି ପୁରା ଚେହେରା। ହୃଦୟରେ ସାଇତା ହୋଇଥିବା ମନର ପ୍ରିୟତମ ସହ ପ୍ରଥମ ମିଳନର ଉତଫୁଲିତ ଉତ୍କଣ୍ଠାରେ,..ଏକ ଅଜଣା ରୋମାଚଂ ଭରିଯାଇଛି ପୁରା ଶରୀରରେ। ହଠାତ ଡୋର ବେଲ କ୍ରିଂକ୍ରିଂ ହେବା ଡୋର ଖୋଲିବାରେ ତାଙ୍କୁ ସାମନାରେ ଦେଖିବା, ନିଜ ପସନ୍ଦର ସ୍କାଇ ବ୍ଲୁ ସାର୍ଟ,ବ୍ଲାକ କୋର୍ଟ ତାଙ୍କ ବ୍ୟକ୍ତିକ୍ବକୁ ଦ୍ବିଗୁଣିତ କରୁଥାଏ। ଲାଜ, ଭୟ, କୁଣ୍ଠାବୋଧ ,ଉଲ୍ଲାସରେ ଯେପରି ମରି ଯାଉଥାନ୍ତି ସେ। ଛାତି ଭିତରେ କିଛି ଗୋଟେ ଅଦଭୂତ ରୋମାଚଂ ସହ ତାଙ୍କୁ ଏତେ ସମୀପରେ ପାଇ ବି ଏକ ପ୍ରକାର ଦ୍ବନ୍ଦରେ ପଡିଥାନ୍ତି ଯେପରି.. କିନ୍ତୁ ମନରେ ଅପୂର୍ବ ଆଲୋଡନ ହୃଦୟର ,ସ୍ବପ୍ନର ସୋଦାଗରକୁ ସମ୍ପୂର୍ଣ୍ଣ ରୂପେ ପାଇବାର ବି ଉଙ୍କି ମାରୁଥାଏ ବାରବାର।
ଦେଖ ଆଇ ଆମ ସରି ……ପ୍ରେମ ସମର୍ପଣ ଖୋଜେ କେବଳ ହୃଦୟର …।ଆଇଆମ ରିୟଲି ଭେରି ଭେରି ସରି … ଆମେ ..ବାସ୍ ଏତିକି କଥାରେ ହିଁ ତାଙ୍କ ମନର ମଣିଷ ସବୁ ବୁଝିଯାଇଥିଲେ ଆଉ କହିଥିଲେ ମୁଁ ଠିକ ଏଇଟାହିଁ ଆଶା କରୁଥିଲି ତୁମଠୁ …। ଗଦଗଦ ହୋଇ ପଡିଥିଲେ ସେ । ……ରାତି ବସରେ ଚଢିଥିଲେ ଫେରିଯିବାକୁ ହେବ … ଆସିଲା ବେଳେ ଯେଉଁ ଉମଙ୍ଗ,ଯେଉଁ ଉନ୍ମାଦନା ଭରି ରହିଥିଲା ବର୍ତ୍ତମାନ ସେଠି ଥିଲା କେବଳ ନିସର୍ତ୍ତ, ନିସ୍ବାର୍ଥ ଭଲପାଇବା। ଏକ ଭିନ୍ନ ଆତ୍ମତୃପ୍ତି ଏକ ଭିନ୍ନ ଆତ୍ମ ସନ୍ତୋଷ…ଯେଉଁଥିରେ ମିଳନ ହୋଇଥିଲା ଦୁଇଟି ଆତ୍ମାର ଦୁଇଟି ଶରୀରର ନୁହଁ। ଅକ ଅଦ୍ଭୁତ ଆତ୍ମ ତୃପ୍ତିରେ ନିଶ୍ବାସ ମାରିଥିଲେ ଆଉ ମନକୁମନ କହି ଉଠିଥିଲେ ହଁ ଏଇଟା ହିଁ ତ ପ୍ରେମ …ପ୍ରକୃତ ପ୍ରେମ ।।

ଗପ – ୩

ନିତିଦିନିଆ ଯିବାଆସିବା ରାସ୍ତାରେେ ଦୁହିଁଙ୍କର ଭେଟ ହୁଏ। ଯୌବନର ପ୍ରଥମ ସୋପାନରେ ଉଭୟେ ଥିବାରୁ ଆକର୍ଷିତ ହେବା ସ୍ବାଭାବିକ ଥିଲା। ଦୁହିଙ୍କର ଦୁହିଙ୍କ ପ୍ରତି ଆକର୍ଷଣ ଆକର୍ଷଣରୁ ଭାବ, ଭାବ, ଭାବରୁ ଆବେଗ ଆବେଗରୁ ପ୍ରେମ। ଠିକ୍ ସେହିପରି ଭାବରେ ଧିରେ ଧିରେ ଦୁହିଙ୍କର ଭଲପାଇବା ବଢି ଚାଲିଲା। ଝିଅଟି ଭାବୁଥାଏ ତା ପ୍ରେମିକ, ସଂସାରର ସୁବୁଠୁ ଭଲ ମଣିଷ କାରଣ ତାର ତା ପ୍ରତି ଆନ୍ତରିକ ଭାବନା, ଅହେତୁକ ସ୍ନେହ, ଯତ୍ନଶୀଳତା ରକ୍ଷଣ ଶୀଳତା,ଏମିତି ଭାବିବା ପାଇଁ ବାଧ୍ୟ କରୁଥାଏ। କିନ୍ତୁ ସେ କଣ ଜାଣିଥିଲା କୌଣସି ଏକ ଅନ୍ତରଂଗ ମୁହୂର୍ତ୍ତର ଫାଇଦା ଉଠେଇବାକୁ ଚେଷ୍ଟା କରି ବିଫଳତା ତା ପ୍ରେମିକର ଅଂହକାରକୁ ଆକ୍ଷେପ କରିଥିଲା ଆଉ ଧର୍ଷଣ କରିବା ପରେ ତା ସୌନ୍ଦର୍ଯ୍ୟକୁ ନଷ୍ଟ କରିବା ପାଇଁ ମାରାତ୍ମକ ଏସିଡର ପ୍ରୟୋଗ କରିବାକୁ ହି ପଛେଇ ନଥିଲା। ଦୀର୍ଘ ମାସେ ପରେ ହୋସ ଆସିଥିଲା ତାର। ଦୁଇଧାର ଲୁହ ବୋହି ଚାଲିଥାଏ ଅନବରତ ଦୁଇ ଆଖିରୁ..ନିଜ ଚେହେରାକୁ ନିଜେ ଦେଖି ଯେତିକି କଷ୍ଚ ପାଇଲାନି। ବେଶି କଷ୍ଟ ତାକୁ ଦେଉଥାଏ ତାର ଭାବନା ଯେ ଏଇ କଣ ପ୍ରେମ ?
……………….
ରାଉରକେଲା

Leave a Reply