ନୂଆ ପିଢ଼ିର ଲେଖିକା ଅର୍ଚ୍ଚନା ସାହୁଙ୍କ ଗପ ଅପେକ୍ଷା, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ।ହରିପୁର ବୋଲି ଗୋଟେ ଛୋଟିଆ ଗାଁ ଟିଏ… ସେ ଗାଁରେ ସାର୍ଥକ ବୋଲି ଗୋଟିଏ ପିଲା ଥିଲା… ଦେଖିବାକୁ ବହୁତୁ ସୁନ୍ଦର.. ରୂପରେ ଗୁଣରେ କୋଉଥିରେ କମ ନଥିଲା… ଚାକିରୀ ବି କରିଥିଲା…. ଦେଶ ସେବା କରୁଥିଲା… ଦିନେ ଛୁଟିରେ ଗାଁକୁ ଆସିଥିଲା.. ଯେତେବେଳେ ସେ ଗାଁକୁ ଆସିଲା ସେ ଶ୍ରଦ୍ଧାକୁ ଦେଖିଲା… ଶ୍ରଦ୍ଧା ଦେଖିବାକୁ ବହୁତୁ ସୁନ୍ଦର, ଶ୍ରଦ୍ଧାକୁ ଦେଖୁ ଦେଖୁ ସାର୍ଥକ ତାକୁ ଭଲ ପାଇଁ ବସିଲା… ସେତେବେଳେ ଶ୍ରଦ୍ଧାର ବୟସ କମ ଥିଲା… ସେଥିପାଇଁ ସାର୍ଥକ ଶ୍ରଦ୍ଧାକୁ ତାର ଭଲ ପାଇବା କଥା କହି ନଥିଲା… କିଛି ବର୍ଷ ବିତିଗଲା, ସେତେବେଳକୁ ଶ୍ରଦ୍ଧା ଗୋଟିଏ ସୁନ୍ଦର ଗୋଲାପ ଫୁଲ ପରି ଫୁଟି ଉଠି ଥାଏ…. ଦିନେ ସୁଯୋଗ ପାଇ ସାର୍ଥକ ଶ୍ରଦ୍ଧାକୁ ନିଜମନ କଥା କହିଲା, ଶ୍ରଦ୍ଧା ତା କଥା ଶୁଣି ନିରବ ରହିଲା, କଣ କହିବ କିଛି ଜାଣି ପାରିଲାନି… ପର ଦିନ ପୁଣି ସାର୍ଥକ ଶ୍ରଦ୍ଧାକୁ ପଚାରିଲା କି ତା ମନରେ କଣ ଅଛି.. ସାର୍ଥକ ଜାଣି ନଥିଲା କି ଶ୍ରଦ୍ଧା ବି ତାକୁ ମନେ ମନେ ବହୁତ ଭଲ ପାଉଥିଲା କିନ୍ତୁ କହିବାକୁ ଡରୁଥିଲା

ଶ୍ରଦ୍ଧା ମୁଁହରୁ ଏ କଥା ଶୁଣି ସାର୍ଥକ ଖୁସିର ସୀମା ରହିଲା ନାହିଁ… ସାର୍ଥକ ଶ୍ରଦ୍ଧାକୁ ବହୁତ୍ ଭଲ ପାଏ ଆଉ ଶ୍ରଦ୍ଧା ବି ସାର୍ଥକକୁ ବହୁତ ଭଲ ପାଉଛି… କିନ୍ତୁ ସାର୍ଥକର ଘର ଲୋକ ଶ୍ରଦ୍ଧାକୁ ପସନ୍ଦ କରୁନଥିଲେ… କେବଳ ସାର୍ଥକର ବାପାଙ୍କୁ ଛାଡି ଦେଲେ ଆଉ କେହି ବି ଶ୍ରଦ୍ଧାକୁ ବୋହୁ କରିବାକୁ ରାଜି ନଥିଲେ, ସେଥିପାଇଁ ଶ୍ରଦ୍ଧାର ଘର ଲୋକ ଶ୍ରଦ୍ଧା ଆଉ ସାର୍ଥକ କୁ ମିଳା ମିଶା କରିବାକୁ ମନା କଲେ… ସାର୍ଥକ ଆଉ ପୃର୍ବ ପରି ଶ୍ରଦ୍ଧା ଘରକୁ ଆଉ ଆସି ପାରିଲାନି କି ଦୁହେଁ ଆଉ ପୃର୍ବ ପରି ଦେଖା କରି ପାରୁନଥିଲେ… ସେମାନଙ୍କ ମଧ୍ୟରେ କଥା ବାର୍ତ୍ତା ମଧ୍ୟ ଆଉ ହୋଇ ପାରିଲାନି… ୟା ମଧ୍ୟରେ ସାର୍ଥକ ନିଜ ଚାକିରୀ କାମରେ ବାହାରକୁ ଚାଲିଗଲା କିନ୍ତୁ ଦୁହିଁଙ୍କ ମନରେ ଆଶା ଥିଲା କି ସେମାନଙ୍କ ପରିବାର ଲୋକ ଦିନେ ନା ଦିନେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରି ନେବେ…
ସାର୍ଥକ ଯେବେ ବି ଘରକୁ ଆସେ ଶ୍ରଦ୍ଧାର ଘରକୁ ସିନା ଯାଇ ପାରେନି କିନ୍ତୁ ତାକୁ ଦୂରରୁ ଦେଖ, ଦୁହେଁ ଦୁହିଁଙ୍କୁ ଦୂରରୁ ଦେଖି ବହୁତୁ ଖୁସି ହୁଅନ୍ତି… ଯେମିତି ତାଙ୍କ ଭିତରେ ଥିବା ସବୁ ଦୁଃଖ କଷ୍ଟ ଯେମିତି ଖୁସି ପାଲଟି ଯାଉଛି… ଶ୍ରଦ୍ଧା ଯେତେବେଳେ ପାଣି ଆଣିବା ପାଇଁ କୂଅକୁ ଯାଏ ସାର୍ଥକ ଆପେ ଆପେ ସେ କୂଅ ପାଖକୁ ଚାଲି ଆସେ, ଶ୍ରଦ୍ଧାକୁ ଟିକେ ଦେଖିବା ପାଇଁ… 

ଦିନେ ହଠାତ ସାର୍ଥକ ଶ୍ରଦ୍ଧାକୁ ଲୁଚି କି ବାହା ହବାକୁ କହିଲା ଆଉ ଶ୍ରଦ୍ଧା ତାକୁ ମନା କରିଦେଲା… ଶ୍ରଦ୍ଧା ତା ବାପାଙ୍କୁ ନିଜ ଜୀବନ ଠୁ ବି ଅଧିକ ଭଲ ପାଉଥିଲା.. ସେ କାହାର ସଂମାନକୁ ଆଞ୍ଚ ଆସିଲା ପରି କାମ କରି ପାରିବନି ବୋଲି କହିଲା… ଶ୍ରଦ୍ଧାର ଇଛାକୁ ସଂମାନ କରି ସାର୍ଥକ ସେଠୁ ଚାଲି ଆସିଲା.. ଆଉ ଦେଶ ସେବା ପାଇଁ ନିଜ ଚାକିରୀକୁ ଚାଲିଗଲା… କିନ୍ତୁ ଶ୍ରଦ୍ଧା ଜାଣି ନଥିଲା କି ସାର୍ଥକ ସହ ତାର ସେଟା ଥିଲା ଶେଷ ଦେଖା… ସେହି ଦିନ ଠାରୁ ସାର୍ଥକ ଆଉ ଘରକୁ ପି ଆସିଲା ନାହିଁ… କିନ୍ତୁ ଶ୍ରଦ୍ଧା ତାକୁ ସେମିତି ଅପେକ୍ଷା
କରି ରହିଛି, ଯେମିତି ରାଧା କୃଷ୍ଣଙ୍କୁ ଅପେକ୍ଷା କରି ଥିଲେ… ଜଣେ ନିଜର ମନର ମନର ମଣିଷକୁ ଅପେକ୍ଷା କରିବା ହିଁ ପ୍ରେମ…