ବଲାଙ୍ଗିରରେ ପ୍ରଥମ ତାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଶାଖେଳବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ରିଜର୍ଭ ପୋଲିସ ଇଣ୍ଡୋର ହଲରେ ପ୍ରଥମ ଜିଲ୍ଲାସ୍ତରୀୟ ପୁମସେଇ ଓ ଖିରୋଗୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ଆୟୋଜିତ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ। ଏବଂ ଆଗାମୀ ଦିନରେ ଏହି ଅନୁଷ୍ଠାନର ଭିତ୍ତିଭୂମି ପାଇଁ ଉଦ୍ୟମ କରାଯିବାକୁ କହିଥିଲେ ନିରଞ୍ଜନ ବିଶି। ସମ୍ମାନିତ ଅତିଥି ଭାବେ ସିଆରପିଏଫ୍ କମାଣ୍ଡେଣ୍ଟ ପବନ ତିୱାରି ଓ ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିଲେ।

ସେହିପରି ଉଦ୍ଘାଟନୀ ଉତ୍ସବରେ ସାମ୍ବାଦିକ ଅରିବିନ୍ଦ ଦାସ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ପୁମସେଇ ଓ ଖିରୋଗି ଦୁଇଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା।ଏଥିରେ ବଲାଙ୍ଗିର ଜିଲ୍ଲାର ୯୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ତେବେ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀମାନେ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗ ନେବେ ବୋଲି ବଲାଙ୍ଗିର ଜିଲ୍ଲା ତାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା କୋଚ ଅସୀମ କୁମାର ଭୋଇ ସୂଚନା ଦେଇଛନ୍ତି।

ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ମେଡାଲ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ମନପ୍ରିତ କୌର ପରିଚାଳନା କରିଥିବା ବେଳେ ସୁଶାନ୍ତ ମୁଗ୍ରୀ, କରଣ ନନ୍ଦ, ଭୁବନେ ଭୋଇ, ଅମିତ ବାରିକ, ନିତିନ ସ୍ୱାଇଁ, ଜୟକୃଷ୍ଣ ଶବର, ମୁକେଶ ପଧାନ, ନରେନ୍ଦ୍ର ବରାଡ ପ୍ରମୁଖ ସହଯୋଗ କରିଥିଲେ।

Leave a Reply