୪୫୨ ଜଣଙ୍କୁ ଭତ୍ତା ବଣ୍ଟନ କଲେ ବିଧାୟକ ସୁଶାନ୍ତ ସିଂ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ମଧୁବାବୁ ପେନସନ ଯୋଜନାରେ ସାମିଲ ହେଲେ ହିତାଧିକାରୀ। ତାସହ ସମସ୍ତଙ୍କୁ ଭତ୍ତା ମଧ୍ୟ ବଣ୍ଟନ କରାଯାଇଛି। ବରଗଡ଼ ଜିଲ୍ଲା ସହେଲା ବ୍ଲକ୍ ହଲଦିପାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଭତ୍ତା ବଣ୍ଟନ କରିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ। ସୋହେଲା ବ୍ଲକର ପ୍ରାୟ ୪୫୨ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି ବିଧାୟକ ସୁଶାନ୍ତ ସିଂ।

ବିଡ଼ିଓ ବିଶ୍ବରଂଜନ କରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂ ଅତିଥି ଭାବରେ ଯୋଗ ଦେଇଥିଲେ। ଏବଂ ୪୫୨ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ବବି ପଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ସୁବ୍ରତ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ପଟେଲ, ସରପଞ୍ଚ, ସମିତି ସଭ୍ୟ, ବ୍ଲକ କର୍ମଚାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଯୋଗାଣ ସହାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।