ଏନ୍ଏନ୍ ନ୍ୟୁଜ। ସହିଦ ପୀଠ ଘେଁସରୁ ଆରମ୍ଭ ହେଲା ବିଜେଡ଼ି ଜନ ସମ୍ପର୍କ ପଦଯାତ୍ରା। ଭଟଲି ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ଏହି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ସୋହେଲା ବ୍ଲକର ସହିଦ ପୀଠ ଘେଁସଠାରୁ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଦେଶ ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିବା ସହିଦ ମାଧୋ ସିଂ ଓ ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ତଥା ସହିଦ ସ୍ମୃତି ପୀଠରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ମାଲ୍ୟାର୍ପଣ କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଏବଂ ଏହି ପଦଯାତ୍ରା ସାରା ଗାଁ ପରିକ୍ରମା କରାଯାଇଥିଲା।

ଏ ଅବସରରେ ଆୟୋଜିତ ସଭାରେ ଜନ ସମ୍ପର୍କ ପଦ ଯାତ୍ରାର ଉଦ୍ଦେଶ୍ୟ ତଥା ରାଜ୍ଯ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ପଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ସୋହେଲା ବ୍ଲକ ଅଧ୍ୟକ୍ଷା ବବି ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ସୁନାଫୁଲ ସିଂ ବରିହା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା , ବିଜୁ ଯୁବ ଜନତା ଦଳ, ଛାତ୍ର ଜନତା ଦଳ ଏବଂ ସଂଗ୍ରାମୀ ଗାଁର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଜନ ସଂପର୍କ ପଦଯାତ୍ରାରେ ସହସ୍ରାଧିକ ମହିଳା ଉପସ୍ଥିତ ରହିଥିଲେ।
