ଭିଜିଲାନ୍ସ ଜାଲରେ ମୁରିବହାଲ ଏପିଓ ସୁଶାନ୍ତ ଦାସ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ଲାଂଚ ହେଲା କାଳ। ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ମୁରିବାହାଲ ବ୍ଲକ ଏପିଓ ସୁଶାନ୍ତ ଦାସ। ବିଲ କରିବା ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ସୁଶାନ୍ତ। ଲାଂଚ ଟଙ୍କା ଜବତ ସହ ବଙ୍ଗୋମୁଣ୍ଡା ଅସୁଲ୍ହା ଗାଁ ସ୍ଥିତ ବାସଭବନ ଓ ମୁରିବାହାଲ ବ୍ଲକ କାର୍ଯ୍ୟଳୟରେ ଚଢ଼ାଉ ଜାରି ରହିଛି। ଚଢ଼ାଉ ବେଳେ ବହୁତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଠାବ ହୋଇ ଥିବା ଜଣା ପଡିଛି। ବରଗଡ଼ ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ବରେ ଏହି ଚଢ଼ାଉ ଜାରି ରହିଛି। ଏଥିରେ ଭିଜିଲାନ୍ସ ଏଏସଆଇ ବିଜୟ ପଧାନଙ୍କ ସହ ବିଭାଗୀୟ ଅଧିକାରୀ ସାମିଲ ଅଛନ୍ତି।

 

Leave a Reply