ନବନୀତା ବ୍ୟୁରୋ। ବିଶ୍ୱକପ୍ ୨୦୧୫ ପରେ ୱାଲ୍ଦ କପ୍ ୨୦୧୯ ତକ୍ ଭାରତୀୟ ଟିମ ୪ ନମ୍ବର ବ୍ୟାଟ୍ସମ୍ୟାନ୍ ଅନ୍ୱେଷଣରେ ଥିଲେ ବି ସଫଳତା ମିଳିନଥିଲା। ବିଶ୍ୱକପ୍ ୨୦୧୯ ସେମି ଫାଇନାଲରୁ ବାହାର ହେବା ପରେ ଟିମ୍ ଇଣ୍ଡିଆ କିଛି ଖେଳାଳିଙ୍କୁ ଡ୍ରପ୍ କରିଥିଲା। ଏଭଳି ପରିସ୍ଥିତିରେ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କୁ ସୁଯୋଗ ମିଳିଥିଲା। ସେ ଉଭୟ ୫ ଓ ୪ ନମ୍ବରରେ ଭଲ ପ୍ରଦର୍ଶନ କରୁଥିବାରୁ ଟିମର ସମସ୍ୟାର ସମାଧାନ ହୋଇ ଯାଇଛି।
ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର କ୍ରମାଗତ ୪ ନମ୍ବରରେ ବ୍ୟାଟିଂ କରି ଟିମ ମ୍ୟାନେଜମେଣ୍ଟର ଦିଲ୍ ଜିତି ଥିଲେ। ଏବଂ ଏବେ ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳା ଯାଉଥିବା ତିନି ଟିକିଆ ଦିନିକିଆ ସିରିଜର ପ୍ରଥମ ମୁକାବିଲାରେ ଶ୍ରେୟସ୍ ଆୟର ନିଜ ଅନ୍ତରାଷ୍ଟ୍ରୀୟ କ୍ୟାରିୟରର ପ୍ରଥମ ଶତକ ଲଗାଇଛନ୍ତି। ୧୦୧ ବଲରେ ଶତକ ଲଗାଇଛନ୍ତି ଆୟର। ୧୧ ଚଉକା ଓ ଗୋଟିଏ ଛକା ସହାୟତାରେ ସେନଚୁରି କରିଛନ୍ତି ଆୟର। ଏବଂ ୧୦୭ ବଲରେ ୧୦୩ ରନ୍ କରି ପ୍ୟାଭିଲିଆନ୍ ଫେରିଥିଲେ। ଏଥିସହ ଭାରତର ୪ ନମ୍ୱର୍ ବ୍ୟାଟ୍ସମ୍ୟାନ୍ ଭାବେ ନିଜକୁ ପ୍ରମାଣିତ କରି ଦେଖାଇଲେ ଆୟର।
