ରାମମନ୍ଦିର ଟ୍ରଷ୍ଟର ଘୋଷଣା କଲେ ମୋଦୀ, ଜୟ ଶ୍ରୀରାମ ନାରାରେ କମ୍ପିଲା ସଂସଦ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଦିଲ୍ଲୀ ମତଦାନର ତିନି ଦିନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ଟ୍ରଷ୍ଟ ଗଠନ ପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ କହିଛନ୍ତି ଯେ, କ୍ୟାବିନେଟ୍ ବୈଠକରେ ଏକ ସ୍ୱୟଂଚାଳିତ ଟ୍ରଷ୍ଟ ଗଠନ ନେଇ ପ୍ରସ୍ତାବ ପାରିତ ହୋଇଛି। ଯେଉଁଟା ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାମ ମନ୍ଦିର ନିର୍ମାଣ ପାଇଁ କାର୍ଯ୍ୟ କରିବ। ହେଲେ ଟ୍ରଷ୍ଟ ଘୋଷଣା ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି।

ମୋଦୀ କହିଛନ୍ତି ଯେ, ଅଯୋଧ୍ୟାରେ ଭଗବାନ ଶ୍ରୀରାମ ଜନ୍ମଭୂମି ଜାଗାରେ ଭବ୍ୟ ଓ ଦିବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ଓ ଏ ସମ୍ପର୍କିତ ବିଷୟ ଉପରେ ନିର୍ଣ୍ଣୟ ନେବା ପାଇଁ ସଂପୂର୍ଣ୍ଣ ସ୍ୱୟଂଚାଳିତ ଭାବେ ଏହି ଟ୍ରଷ୍ଟ କାମ କରିବ। ୬୭.୦୩ ଏକର ଜମି ଏହି ଟ୍ରଷ୍ଟକୁ ଦିଆଯିବ ଓ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାମ ମନ୍ଦିର ନିର୍ମାଣ କରାଯିବ ବୋଲି କହିଛନ୍ତି ମୋଦୀ। ତେବେ ରାମ ମନ୍ଦିର ପାଇଁ ବୃହତ୍ ଯୋଜନା କରାଯାଇଥିବା ମୋଦୀ କହିଛନ୍ତି।

ମୋଦୀ ଆହୁରି କହିଛନ୍ତି ଯେ, ଏହି ଐତିହାସିକ ମୁହୂର୍ତ୍ତରେ ସମସ୍ତ ସଦସ୍ୟ ମିଶି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବା ପାଇଁ ଏକ ସ୍ଵରରେ ସମର୍ଥନ ଦିଅନ୍ତୁ। ଏ ଅବସରରେ ସଂସଦ ଭବନରେ ଜୟ ଶ୍ରୀରାମ ନାରା ଲାଗିଥିଲା।