ପାଟକୁରାରେ ଦ୍ୱିମୁଖୀ ଲଢ଼େଇ । ବିଜେଡି- ବିଜେପି ମଧ୍ୟରେ ଜୋରଦାର ଟକ୍କର

ଓଡ଼ିଶାରାଜନୀତି

ପାଟକୁରାରେ ଦ୍ୱିମୁଖୀ ଲଢ଼େଇ । ବିଜେଡି- ବିଜେପି ମଧ୍ୟରେ ଜୋରଦାର ଟକ୍କର ହେଉଛି । ଏଥିପାଇଁ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ଉଭୟ ଦଳ । ହେଲେ ଉଭୟ ବିଜେଡି- ବିଜେପିକୁ ମାତ ଦେବାକୁ ପଡ଼ିଆକୁ ଓହ୍ଲାଇଛି କଂଗ୍ରେସ । ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିଛନ୍ତି । ଏଅବସରରେ କୋରୁଆ ଛକରେ ଏକ ନୂତନ କାର୍ଯ୍ୟାଳୟ ଉଦଘାଟନ କରିବା ସହ ସେଠାରୁ ଏକ ପଦଯାତ୍ରା ବାହାରିଥିଲା । ଏଥିରେ ବରିଷ୍ଠ ନେତାଙ୍କ ସହ ବହୁ କର୍ମୀ ସାମିଲ ହୋଇ କଂଗ୍ରେସକୁ ଜିତାଇବା ଲାଗି ନିବେଦନ କରିଥିଲେ । କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାର ଗଠନ କରିଛି । ହେଲେ ଉଭୟ ଦଳର ସଲାସୁତୁରାରେ କ୍ଷମତା ଦଖଲ ଲାଗି ଲଢ଼େଇ ଚାଲିଥିବା କଂଗ୍ରେସ ଅଭିଯୋଗ କରିଛି । ତେବେ ଗାନ୍ଧିବାଦରେ ବିଶ୍ୱାସ କରୁଥିବା କଂଗ୍ରେସ ଦଳକୁ ଏଥର ପାଟକୁରା ଭୋଟର ବିଜୟୀ କରିବେ ବୋଲି ବରିଷ୍ଠ କଂଗ୍ରେସ ନେତା ଆଶା ରଖିଛନ୍ତି ।..ସେପଟେ ପାଟକୁରା ନିର୍ବାଚନମଣ୍ଡଳୀର ଡେରାବିଶ ଓ ଗରଦପୁର ବ୍ଲକରେ ବିଜୟଙ୍କ ଲାଗି ପ୍ରଚାର କରିଛନ୍ତି ବିଜେପି ନେତା । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ ନେତା ଦାମୋଦର ରାଉତ ଘର ଘର ବୁଲି ବିଜୟଙ୍କ ଲାଗି ଭୋଟ ଭିକ୍ଷା କରୁଛନ୍ତି । ଏଥିସହ ଗରଦପୁର ବ୍ଲକର ବିଭିନ୍ନ ଛକ ବଜାରରେ ପଥପ୍ରାନ୍ତ ସଭା କରି ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ଲାଗି ନିବେଦନ କରିଛନ୍ତି । ହେଲେ ବିଜୟ ମହାପାତ୍ରଙ୍କୁ ପାଟକୁରା ଭୋଟର ବହୁ ମତରେ ବିଜୟୀ କରିବେ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।.