ରହସ୍ୟମୟୀ ମୌତ୍ କି କୁର୍ସି, ଏହା ଉପରେ ବସିଲେ ମୃତ୍ୟୁ ସୁନିଶ୍ଚିତ

ଦେଶ ଓ ବିଦେଶଫିଚର୍

ଦିଲ୍ଲୀ/ଭୁବନେଶ୍ୱର: ଆପଣ କେବେ ମୌତ କି କୁର୍ସିି ଦେଖିଛନ୍ତି ନା ତା ସଂପର୍କରେ କିଛି ଅବଗତ ଅଛନ୍ତି । କାରଣ ଏହା ଏମିତି ଏକ ଚୌକି ଯାହା ଉପରେ ଯେଉଁ ଲୋକ ବସେ, ତାର ମୃତ୍ୟୁ ହୋଇଯାଏ । ହେଲେ ଆପଣ ଏମିତି ଚୌକି ସଂପର୍କରେ କେବେ ବି ଚିନ୍ତା କରିନଥିବେ କି ଶୁଣିନଥିବେ ମଧ୍ୟ । କିନ୍ତୁ ଆମେ ଆପଣଙ୍କୁ ସୂଚନା ଦେଉଛୁ ଯେ, ଏମିତି ରହସ୍ୟମୟୀ ଚୌକି ଇଂଲଣ୍ଡରେ ହିଁ ଅଛି ।


କେବଳ ମୌତ କି ଚୌକି ନୁହେଁ, ଏହି ଚୌକିକୁ ଅଭିଶାପ ଚୌକି ବୋଲି ମଧ୍ୟ କୁହାଯାଏ । ଏହାକୁ ଇଂଲଣ୍ଡର ସର୍କସ ମ୍ୟୁଜିୟମରେ ରଖା ଯାଇଛିି । ସୂଚନା ଅନୁସାରେ, ଏହି ଚୌକିକୁ ଜମିଠାରୁ ପାଖାପାଖି ୬ ଫୁଟ ଉଚ୍ଚତାରେ ରଖା ଯାଇଛି । କାରଣ ଭୁଲବଶତଃରେ ମଧ୍ୟ ଏହା ଉପରେ ଯେମିତି କୌଣସି ବ୍ୟକ୍ତି ବସି ନ ଯାଏ ।
କୁହାଯାଉଛି କି, ଏହି ରହସ୍ୟମୟୀ ଚୌକି ଥାମସ ବସ୍ୱୀଙ୍କ ନାମରେ ନାମିତ ହୋଇଛି । ଥାମସଙ୍କୁ ଏହି ଚୌକି ଏତିକି ପସନ୍ଦ ଥିଲା, ଯେମିତିକି ଏହା ଉପରେ ଅନ୍ୟ କେହି ବସିବା ସେ ସହ୍ୟ କରି ପାରୁନଥିଲେ । ଏପରିକି ତାଙ୍କ ପରିବାର ଲୋକ ମଧ୍ୟ ଏହି ଚୌକି ଉପରେ ବସୁନଥିଲେ ।


୧୭୦୨ ମସିହାରେ ଥାମସଙ୍କ ଏହି ଅତି ଆଦରର ଚୌକିରେ ତାଙ୍କ ଶ୍ୱଶୁର ବସି ଯାଇଥିଲେ । ଫଳରେ ଏଥିରେ ଥାମସ ନାରାଜ ହୋଇ ତାଙ୍କୁ ହତ୍ୟା କରି ଦେଇଥିଲେ । ଏହାପରେ ଏହି ଚୌକି ଉପରେ ବସିବାକୁ କେହି ସାହସ କରି ପାରୁ ନାହାନ୍ତି ।
କେବଳ ଏତିକି ନୁହେଁ ଥାମସ ମରିବା ସମୟରେ ଶାପ ଦେଇ କହିଥିଲେ ଯେ, ତାଙ୍କ ଚୌକି ଉପରେ ଯେ କେହି ବି ବସିବ, ତାଙ୍କ ମୃତ୍ୟୁ ସୁନିଶ୍ଚିତ । ଏହାପରେ ଲୋକେ ଏହି ଚୌକି ଉପରେ ସେମିତି କିଛି ଧ୍ୟାନ ଦେଇନଥିଲେ ।


ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଚୌକିକୁ ଏକ ମଦ କୋକାନଠାରେ ରଖା ଯାଇଥିଲା । ଯାହାକୁ କି ହଟ୍ ସିଟ୍ ନାମରେ ନାମିତ କରାଯାଇଥିଲା । ଜନଶ୍ରୁତି ଅନୁସାରେ, ଏହି ଚୌକି ଉପରେ ବସୁଥିବା ଲୋକମାନଙ୍କ କ୍ରମାଗତ ଭାବରେ ମୃତ୍ୟୁ ହେବା ପରେ ଏହାକୁ ସେଠାରୁ ସ୍ଥାନାନ୍ତର କରାଯାଇଥିଲା । ସେବେବେଳ ଯାଏ ଏହି ଚୌକିରେ ବସି ୬୦ରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଥିଲା । ତେବେ ଏହି ଚୌକି ଏବେ ବି ରହସ୍ୟମୟୀ ହୋଇ ରହିଛି ।

Leave a Reply