ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କୁ ପାଶୀ ଦଣ୍ଡାଦେଶ, ୩୨ ଦିନ ମଧ୍ୟରେ ରାୟ ଶୁଣାଇଲେ କୋର୍ଟ

ଅପରାଧଦେଶ ଓ ବିଦେଶ

ଦିଲ୍ଲୀ/ଭୁବନେଶ୍ୱର: ଭୋପାଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷିଙ୍କୁ ଫାଶୀ ଦଣ୍ଡାଦେଶ । ୩୨ ଦିନ ମଧ୍ୟରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ମାମଲାର ରାୟ ଶୁଣାଇଛନ୍ତି ସ୍ପେଶାଲ ଜଜ କୁମୁଦିନୀ ପଟେଲ । ଗତ ଜୁନ ୮ ତାରିଖରେ ଭୋପାଳର କମଳାନଗର ଅଂଚଳରେ ଜଣେ ଆଠ ବର୍ଷିୟ ନାବାଳିକାଙ୍କୁ ଦୁଷ୍ମର୍ମ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଘଟଣାର ଆରଦିନ ପୀଡ଼ିତାଙ୍କ ମୃତଦେହ ନାଳରେ ପଡିଥିବା ପୋଲିସ ଜାଣିଥିଲା ।
ପୀଡ଼ିତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ନାବାଳିକା ଜଣକ ଶନିବାର ରାତି ପାଖାପାଖି ୮ ଟା ସମୟରେ ଗୁଟକା କିଣିବା ଲାଗି ନିକଟସ୍ଥ ଦୋକାନକୁ ଯାଇଥିଲା । ହେଲେ ସେ ଆଉ ଘରକୁ ଫେରିନଥିଲା । ଏହା ପରେ ପରିବାର ଲୋକେ ନାବାଳିକା ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।
ନାବାଳିକା ଜଣକ ଜୁନ ୮ ତାରିଖ ରାତି ୮ଟା ସମୟରୁ ନିଖୋଜ ହୋଇଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଏନେଇ କମଳାନଗର ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା । ହେଲେ ପୋଲିସ ସେତେବେଳେ ମାମଲା ରୁଜୁ କିରବା ଲାଗି ମନା କରି ଦେଇଥିଲା । ଫଳରେ କାର୍ଯ୍ୟରେ ଅବହେଳା ଲାଗି ୬ ପୋଲିସ କର୍ମଚାରୀଙ୍କୁ ନିଳମ୍ବିତ ବି କରାଯାଇଥିଲା ।
ଘଟଣାର ଦିନକ ପରେ ଧରା ପଡିଥିଲା ଅଭିଯୁକ୍ତ । ଖଣ୍ଡୱାର ମୋରଟକ୍କା ନିକଟରୁ ଅଭିଯୁକ୍ତ ବିଷ୍ଣୁ ପ୍ରସାଦକୁ ପୋଲିସ ଗିରଫ କରିବାର ସଫଳ ହୋଇଥିଲା । ତାଙ୍କୁ ଧରିବା ଲାଗି ପୋଲିସ୨୦ଟି ଟିମ୍ ଗଠନ କରିଥିଲା । ଏଥିସହ ଅଭିଯୁକ୍ତ ସଂପର୍କରେ ସୂଚନା ଦେଲେ ୨୦ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା ।
୧୭ ଜୁନରେ ଭୋପାଳ ପୋଲିସ ଦୋଷୀଙ୍କ ବିରୋଧରେ ସ୍ପେଶାଲ କୋର୍ଟରେ ୧୦୮ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ମାମଲାରେ ପୋଲିସ ୪୦ ଜଣଙ୍କୁ ସାକ୍ଷୀ ରଖିଥିଲା ।

Leave a Reply