ଦିଲ୍ଲୀ/ଭୁବନେଶ୍ୱର: ଫୋବର୍ସ ଟପ୍ ୧୦୦ ତାଲିକାରେ ଅକ୍ଷୟ କୁମାର । ଆମେରିକାରୁ ପ୍ରକାଶିତ ଫୋବର୍ସ ମାଗାଜିନ ଚଳିତ ବର୍ଷ ଟପ୍ ଶହେ ତାଲିକା ପ୍ରକାଶ କରିଛି । ଏଥିରେ ଅଭିନେତା ଅକ୍ଷୟ କୁମାରଙ୍କ ନାମ ସାମିଲ ଅଛି । ଅକ୍ଷୟ କୁମାର ଫୋବର୍ସ ତାଲିକାର ୩୩ ନମ୍ବରରେ ରହିଛନ୍ତି ।
ଏହି ଲିଷ୍ଟ ଜୁନ ୨୦୧୮ରୁ ଜୁନ ୨୦୧୯ ପର୍ଯ୍ୟନ୍ତ ଦୁନିଆର ବଡ଼ ବଡ଼ ହସ୍ତୀଙ୍କ କମାଇ ଉପରେ ଆଧାରିତ । ମାଗାଜିନ ଅନୁସାରେ ଅକ୍ଷୟ କୁମାରଙ୍କ ସମୁଦାୟ ପାଖାପାଖି ୪୨୨ କୋଟି ଟଙ୍କା ଅର୍ଥାତ ୬୫ ମିଲିୟନ ଡଲାର । ତାଙ୍କ ଠିକ ଉପରକୁ ଅଛନ୍ତି ଏଭେଞ୍ଜର୍ସ ସିରିଜରେ ଲୌହମାନବ ଅଭିନୟ କରିଥିବା ରବର୍ଟ ଡାଉନି ଜୁନିୟର । ଯାହାଙ୍କ ଆୟ ୬୬ ମିଲିୟନ ଡଲାର ଅର୍ଥାତ ୪୩୦ କୋଟି ଟଙ୍କା । ୨୦୧୯ରେ ହାଇଏଷ୍ଟ ପେଡ୍ ସେଲିବ୍ରେଟି ଲିଷ୍ଟରେ ଆମେରିକୀୟ ଗାୟକ ଟେଲର ସ୍ୱପ୍ଟ ସବୁଠୁ ଆଗରେ ରହିଛନ୍ତି । ଗତ ଏକ ବର୍ଷ ମଧ୍ୟରେ ସେ ୧୮.୫ କୋଟି ଡଲାର ଅର୍ଥାତ ୧୨୬୩ କୋଟି ଟଙ୍କା ଆୟ କରିଛନ୍ତି ।
ବିିଶେଷ କରି ଅକ୍ଷୟ କୁମାର ବଲିଓଡର ଏକମାତ୍ର ଷ୍ଟାର, ଯିଏ ଚଳିତ ବର୍ଷ ଫୋର୍ବସର ଟପ୍ ୧୦୦ ତାଲିକାରେ ସାମିଲ ହୋଇଛନ୍ତି । ଫୋବର୍ସ ତାଲିକାରେ ଏଥର ସଲମାନ ଖାନ ଓ ଶାହାରୁଖ ଖାନ ଭଳି ବଡ଼ ବଡ଼ ଷ୍ଟାର ଜାଗା ପାଇ ନାହାନ୍ତି । ଗତ ବର୍ଷ ସଲମାନ ଖାନ ଫୋବର୍ସ ତାଲିକାର ୮୨ ନମ୍ବରରେ ଥିଲେ । ହେଲେ ଶାହାରୁଖ ଖାନ୍ ଗତ ଦୁଇ ବର୍ଷହେଲା ଫୋବର୍ସ ତାଲିକାରେ ସାମିଲ ହୋଇ ପାରୁ ନାହାନ୍ତି ।
ଆଶ୍ଚର୍ଯ୍ୟର କଥା ହେଉଛି ଯେ, ରୋଜଗାର ବାବଦରେ ଅକ୍ଷୟ କୁମାର କେବଳ ବଲିଉଡ ଷ୍ଟାରଙ୍କୁ ପଛରେ ପକାଇ ନାହାନ୍ତି, ବରଂ କିଛି ହଲିଉଡ୍ ଷ୍ଟାରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ପ୍ରସିଦ୍ଧ ହଲିଉଡ ସିଂଗର ରିହାନା, ସ୍କାଲେଟ ଜୋହନସନ, କ୍ରିସ ଡବାଁସ, କୈଟି ପେରୀ, ବ୍ରେଡଲୀ କପର ଏବଂ ଲେଡି ଗାଗା ଭଳି ଷ୍ଟାରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ଖିଲାଡ଼ି କୁମାର । ଗତ ବର୍ଷ ଅକ୍ଷୟ କୁମାର ୨୭୦ କୋଟି ଟଙ୍କା ରୋଜଗାର କରିବା ସହ ଫୋବର୍ସ ତାଲିକାର ୭୬ ନମ୍ବରରେ ରହିଥିଲେ ।
ଅକ୍ଷୟ କୁମାରଙ୍କ ସିନେମା ମିଶନ ମଂଗଳର ଟିଜର ରିଲିଜ୍ ହୋଇଛି, ଯେଉଁଠାକୁ ଦର୍ଶକଙ୍କ ବହୁ ପସନ୍ଦ ଆସିଛି । ଏହି ଫିଲ୍ମରେ ତାଙ୍କ ସହ ବିଦ୍ୱାବଲାନ, ତାପସୀ ପନ୍ନ, ନିତ୍ୟା ମେନନ, କୃତି କୁଲହାରୀ, ସୋନୀକ୍ଷୀ ସିହ୍ନା ଏବଂ ଶରମନ ଯୋଶୀ ଭଳି କଳାକାର ମୁଖ୍ୟ ଭୂମିକାରେ ଅଛନ୍ତି । ଫିଲ୍ମ ମିଶନ ମଂଗଳର ନିର୍ଦ୍ଦେଶନା ଜଗନ ଶକ୍ତି କରୁଥିବା ବେଳେ ପ୍ରଯୋଜକ ଆର, ବାଲ୍କି ଅଛନ୍ତି ।
ଫୋବର୍ସ ତାଲିକାରେ ଭାରତୀୟ ଅଭିନେତା ଅକ୍ଷୟ କୁମାର, ଟପ୍ ୧୦୦ ତାଲିକାର ୩୩ ନମ୍ବରକୁ ଉନ୍ନୀତ
