ଲୋକଙ୍କ ସ୍ୱର ହେଉ ନବନୀତା ନ୍ୟୁଜ’: ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଫିଚର୍ ଓଡ଼ିଆ ପତ୍ରିକା ନବନୀତା ଏବେ ଡିଜିଟାଲ ପ୍ଲାଟଫର୍ମକୁ ଓହ୍ଲାଇଛି। ଖବର ୱେବ୍ ପୋର୍ଟାଲ ଓ ୱେବ୍ ଚାନେଲରେ ପ୍ରକାଶିତ ହୋଇ ଲୋକଙ୍କ ମୁଖ୍ୟ ସ୍ୱର ହେବ। ନବନୀତାର ଏହି ନବକଳେବରକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ସେ କହିଛନ୍ତି ଯେ, ନବନୀତା ନ୍ୟୁଜ ପଶ୍ଚିମ ଓଡ଼ିଶାର ବିଶେଷ କରି ଗରିବ, ଶ୍ରମିକ ଓ ସାଧାରଣ ଜନତାଙ୍କ ସ୍ୱର ହୋଇ କାର୍ଯ୍ୟ ସମ୍ପାଦନ କରୁ। ଏବଂ ସ୍ଵଚ୍ଛ ଓ ନିର୍ଭୀକ ଭାବରେ ଜନସାଧାରଣଙ୍କ ସବୁ ସମସ୍ୟା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ କହିଥିଲେ ମନ୍ତ୍ରୀ ସୁଶାନ୍ତ ସିଂ। ନବନୀତା ନବ କଳେବର ହୋଇ ଆରମ୍ଭ ହୋଇଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। ଲୋକଙ୍କ ଭାବନା, ଅସୁବିଧା ସୁବିଧା ଉପରେ ଖବର ପ୍ରକାଶିତ/ପ୍ରସାରଣ କରି ପ୍ରଶାସନ ଓ ସରକାର ନିକଟରେ ଉପସ୍ଥାପନ କରିବା ପାଇଁ ସୁଶାନ୍ତ ସିଂ ଆଶାବ୍ୟକ୍ତ କରିଛନ୍ତି।

ନବନୀତା ନ୍ୟୁଜକୁ ଶୁଭେଚ୍ଛା ଜଣାଇବା ସହ କୋଭିଦ ମହାମାରୀ ପାଇଁ ସମସ୍ତ ସାଧାରଣ ଜନତାଙ୍କୁ ସଚେତନ ବାର୍ତ୍ତା ମଧ୍ୟ ଦେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। ଓଡ଼ିଶା ତଥା ସାରା ବିଶ୍ୱରେ ହୁ ହୁ ହୋଇ ବୃଦ୍ଧି ପାଉଥିବା କରୋନାକୁ ହରାଇବା ପାଇଁ ଲୋକଙ୍କ ସଚେତନ ନିହାତି ଜରୁରୀ। ଲୋକଙ୍କ ଅସାବଧାନତା ଯୋଗୁଁ ଏହା ବଢ଼ି ବଢ଼ି ଚାଲିଛି। ତେଣୁ ବିଶେଷ କାମ ନଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏବଂ ପରିବାର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା ସହ ନିୟମିତ ହାତ ସଫା କଲେ କରୋନା ଭଳି ମହାମାରୀକୁ ଦୂରେଇ ପରିବା ବୋଲି କହିଛନ୍ତି ସୁଶାନ୍ତ ସିଂ।
ତାସହ ପ୍ଲାଜମା ଥେରାପି ଉପରେ ଗୁରୁତ୍ୱାରୋପ କରିଥିଲେ ସୁଶାନ୍ତ। ସେ କହିଛନ୍ତି ଯେ, ଏହି ପଦ୍ଧତି ଦ୍ଵାରା କରୋନା ରୋଗୀ ଆରୋଗ୍ୟ ହେଉଛନ୍ତି। ଏବେ ସୁଦ୍ଧା ଏହାର ଟୀକା କି ଔଷଧ ଉଦ୍ଭାବନ ହୋଇ ନାହିଁ। ତେଣୁ କରୋନା ରୋଗରୁ ସୁସ୍ଥ ହୋଇ ଫେରିଥିବା ଲୋକଙ୍କୁ ପ୍ଲାଜମା ଦାନ କରିବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। ବିଶେଷ କରି ବଲାଙ୍ଗିର ଜିଲ୍ଲାର କରୋନା ସୁସ୍ଥ ଲୋକଙ୍କୁ ଆଗେଇ ଆସିବା ପାଇଁ କହିବା ସହ ଜଣଙ୍କ ଜୀବନ ବଞ୍ଚି ପାରିବ ବୋଲି ସୁଶାନ୍ତ ସିଂ କହିଛନ୍ତି। ମନ୍ତ୍ରୀଙ୍କ ଆହ୍ବାନ, ପ୍ଲାଜମା ଦାନ, ଜୀବନ ଦାନ।

Leave a Reply