ଲେଖିକା ଶୁଭଶ୍ରୀ ମହାପାତ୍ରଙ୍କ ଆଲେଖ୍ୟ ଆଦର୍ଶ ପୁଅର ସଙ୍ଘର୍ଷ(୧), ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ସଂଘର୍ଷ ପୁଣି ପୁଅର ଆପଣ ମାନେ ଭାବୁଥିବେ ଯେ ଲେଖିକା ନିଜେ ଜଣେ ନାରୀ ହୋଇ ପୁରୁଷର ସଂଘର୍ଷ ବିଷୟରେ କଣ ଲେଖିଛନ୍ତି। ଆଜ୍ଞା ହଁ ଆପଣ ଠିକ୍ ଭାବିଛନ୍ତି, କେବଳ ନାରୀ ନୁହଁ ଜଣେ ପୁରୁଷକୁ ମଧ୍ୟ ସଂଘର୍ଷ କରିବାକୁ ପଡ଼ିଥାଏ। ଆଜି ଚାଲନ୍ତୁ ବିଚାର କରିବା, ସଂଘର୍ଷ ଉଭୟଙ୍କୁ କରିବାକୁ ପଡ଼ିଥାଏ, ସଂଘର୍ଷ ସ୍ତ୍ରୀ ଅବା ପୁରୁଷର ସଂଜ୍ଞା ବୁଝେ ନାହିଁ।

ଆଜିର ଯୁଗରେ ରାମଚନ୍ଦ୍ର, ଶ୍ରବଣ କୁମାର ଭଳି ପୁଅ ମିଳିବା କଷ୍ଟକର। ବହୁତ୍ କମ୍ ଅଛନ୍ତି ଯିଏ କି ନିଜ ମାତା ପିତାଙ୍କ ବିଷୟରେ ଭାବନ୍ତି। ସେମିତି ଜଣେ ଚରିତ୍ର ହେଉଛି ସୈାରଭ, ଯିଏ କି ନିଜ ମାତା ପିତାଙ୍କ ବିଷୟରେ ଭାବନ୍ତି। ସୈାରଭ ପିଲା ଦିନରୁ ବହୁତ ଦୁଷ୍ଟ ଥିଲା, ସାଙ୍ଗମାନଙ୍କ ସହିତ ସ୍କୁଲକୁ ନ ଯାଇ ଆମ୍ବତୋଟାରେ ବୁଲିବା, ଗାଁ ମୁଣ୍ଡରେ ଥିବା ପୋଖରୀରେ ମାଛ ଧରିବା ତାର ନିତି ଦିନିଆ କାମ।
ଘରକୁ ଫେରିଲେ ବାପାଙ୍କ ମାଡ଼ ଡରରେ ବହି ଖୋଲି ବସି ଯାଏ, ମାଆ କିଛି କୁହେନି ସେ ତା କାମରେ ବ୍ୟସ୍ତ ଥାଏ, ଏମିତି ମଜା ମସ୍ତିରେ ସୌରଭର ସପ୍ତମ ଶ୍ରେଣୀ ପରୀକ୍ଷା ପାଖେଇ ଆସେ।
ପରୀକ୍ଷା ସରି ଫଳ ବାହାରେ।ୟେ କଣ ସୈାରଭ ଯେ ଫେଲ୍ ହେଇ ଯାଇଛି।
ବାପା କିଛି ବୁଝିଲେନି,ତାକୁ ନେଇ ବଡ଼ ପିଉସୀ ନାନୀ ଘରେ ଛାଡ଼ି ଦେଇ ଆସିଲେ, ସୈାରଭକୁ କିଛି ଭଲ ଲାଗୁନଥଲା। ଘର କଥା ମନେ ପଡେ, ଲୁଚି ଲୁଚି ବହୁତ କାନ୍ଦେ, ମନେ ମନେ ଭାବେ ବାପା ଥରୁଟିଏ ତା ମନ କଥା ଶୁଣିଲେନି। କେବେ ତାକୁ ପାଖରେ ବସେଇ ପଚାରି ନଥିଲେ କି ପୁଅ ତୋର କିଛି ଅସୁବିଧା ହେଉଛି କୁ ପାଠପଢ଼ାରେ।
ବହୁତ ଦୁଃଖ କଷ୍ଟରେ ସୌରଭ ପିଉସୀ ଘାରେ ରହି ଥାଏ, ଶୀତ ଋତୁରେ ମଧ୍ୟ ସକାଳୁ ପଖାଳ ଖାଇ ଥରି ଥରି ସ୍କୁଲକୁ ଯାଏ, କାହାକୁ କିଛି କୁହେ ନାହିଁ।
ମନ ଦେଇ ପାଠ ପଢୁଥାଏ କେବଳ ବାପାଙ୍କ ଟିକିଏ ଭଲ ପାଇବା ପ୍ରାପ୍ତି ପାଇଁ।
ସୈାରଭ ଫାଇନାଲ ପରୀକ୍ଷା ଦେଇ ଘରକୁ ଫେରି ଥାଏ ,ବାପା କୁହନ୍ତି ଆଗକୁ କିଛି କରିବୁ ନା ନାହିଁ କି ଗାଁରେ ରହି ସାଙ୍ଗ ମାନଙ୍କ ସହ ମଜଲିସରେ ମତିବୁ, ତା ମନ କଥା କେହି ନାହାନ୍ତି ଶୁଣିବାକୁ ନିଜ ପରିବାର ମଧ୍ଯରେ ଥାଇ ମଧ୍ୟ ତାକୁ ନିଛାଟିଆ ଲାଗୁଥିଲା,ସେ ଆଗକୁ ପଢିବାକୁ ଚାହେଁ।
ମାତ୍ର ୧୯ ବର୍ଷ ବୟସର ପିଲା କେହି ନାହାନ୍ତି ତାକୁ ମାର୍ଗ ଦର୍ଶନ କରିବା ପାଇଁ, ଦିନେ ଘରୁ ବାହାରି ଗଲା ସୈାରଭ ସୁଦୂର ଦିଲ୍ଲୀ ସହରକୁ କିଛି କରିବା ଆଶାରେ ନିଜକୁ ଆଦର୍ଶ ପୁଅ ସାବ୍ୟସ୍ତ କରିବା ପାଇଁ ନିଜ ବାପାଙ୍କ ଦୃଷ୍ଟୀରେ, ଜଣେ ସଂପର୍କୀୟ ଭାଇ ପାଖରେ ରହି ଚାକିରୀ ସନ୍ଧାନ କରେ,ଭାଗ୍ୟକୁ ଚାକିରିଟିଏ ମିଳି ମଧ୍ଯ ଯାଏ,ଖୁବ୍ ଖୁସିରେ ସେ ମନ ଦେଇ କାମ କରେ।
ଅଳ୍ପ ସମୟ ମଧ୍ୟରେ ସେ ଉଚ୍ଚ ପଦରେ ନିୟୋଜିତ ହୁଏ,ସେହି ଭିତରେ ତା ଜୀବନକୁ ଆସେ ତା ଭାବି ଜୀବନ ସାଥି। ସିପ୍ରା ଓ ସୌରଭ ପରସ୍ପରକୁ ଭଲ ପାଆନ୍ତି,ସୈାରଭ ନିଜ ଘରେ ଜନାଏ ହେଲେ କେହି ରାଜୀ ହୁଅନ୍ତି ନାହିଁ…….
ଆଗକୁ କଣ କରିବ ସୈାରଭ କଣ ସେ ନିଜ ପାଇଁ କିଛି କରିବ?
କି ନିଜକୁ ଆଦର୍ଶ ପୁଅ ସାବ୍ୟସ୍ତ କରିବା ପାଇଁ ନିରବ ରହି ଯିବ ସବୁ ଥର ପରି….

Leave a Reply